Home / ମୁଖ୍ୟ ଖବର / ଶରଣକୁଳ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଗଣ୍ଡରପୁର ଏଫ୍. ସି. ଭୁବନେଶ୍ୱର ଦଳ ଫାଇନାଲରେ ପ୍ରବେଶ

ଶରଣକୁଳ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଗଣ୍ଡରପୁର ଏଫ୍. ସି. ଭୁବନେଶ୍ୱର ଦଳ ଫାଇନାଲରେ ପ୍ରବେଶ

whatsapp image 2025 11 21 at 09.07.52 da972d25

ନୟାଗଡ଼,ତା-୨୦.୧୧.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ନୟାଗଡ଼ ଶରଣକୁଳ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହେଉଥିବା ଜିଲ୍ଲାର ସର୍ବପୁରାତନ ଲଡୁକେଶ ଆଥଲେଟିକ ଆସୋସିଏସନ୍, ଶରଣକୁଳ ଦ୍ବାରା ଆୟୋଜିତ ୬୪ ତମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ ଖେଳରେ ଗଣ୍ଡରପୁର ଏଫ୍ ସି, ଭୁବନେଶ୍ୱର ୧-୦ ଗୋଲରେ ସେଞ୍ଚୁରିଆନ ୟୁନିଭରସିଟି , ଆଫ୍ରିକା ଏକାଦଶ କୁ ହରାଇ ଫାଇନାଲରେ ପ୍ରବେଶ କରିଛି।

whatsapp image 2025 11 21 at 09.07.59 dc920cf5

ଗୁରୁବାର ଦିନ ଏହି କାର୍ଯ୍ୟକ୍ରମରେ ରଣପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା ଅନୁଷ୍ଠାନର ସଭାପତି ଶ୍ରୀ ଯୁକ୍ତ ସତ୍ୟନାରାୟଣ ପ୍ରଧାନଙ୍କ ସହ ମୁଖ୍ୟ ଅତିଥି ଭାବରେ ରାଜେଶ ଇଣ୍ଡଷ୍ଟ୍ରି ର ମାଲିକ ଶ୍ରୀ ଯୁକ୍ତ ସନ୍ତୋଷ କୁମାର ପାତ୍ର ଓ ସ୍ଥାନୀୟ ସମାଜସେବୀ ସନ୍ୟାସୀ ପ୍ରଧାନ ଯୋଗଦାନ କରିଥିଲେ। ଖେଳର ପ୍ରଥମାର୍ଦ୍ଧ ଉଭୟ ଦଳ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ କେହି କାହାରିକୁ ଗୋଲ୍ ଦେଇ ପାରି ନଥିଲେ। ଖେଳର ଦ୍ଵୀତୀୟାର୍ଦ୍ଧ ଉଭୟ ଦଳ ଖୁବ୍ ରୋମାଞ୍ଚକର ଖେଳ ପ୍ରଦର୍ଶନ କରିଥିଲେ।ପରେ ୨୨ ତମ ମିନିଟରେ ସେଞ୍ଚୁରିଆନ ଦଳର ପେଣ୍ଡାଲଟିକ ଏରିଆ ମଧ୍ୟରେ ହାଣ୍ଡବଲ ହେବା ଯୋଗୁ ଗଣ୍ଡରପୁର ଦଳର ୮ ନଂ ଜର୍ସି ଖେଳାଳି ଚନ୍ଦନ ନାୟକ ଏକ ଡାଇରେକ୍ଟ ଫ୍ରି ବଲ ମାରି ଗୋଲରେ ପରିଣତ କରି ଦଳକୁ ୧-୦ ରେ ଅଗ୍ରଣୀ କରାଇଥିଲେ।ତା ପରଠାରୁ ଖେଳ ସଂଘର୍ଷ ପୂର୍ଣ୍ଣ ତଥା ଆକ୍ରମଣାତ୍ମକ ପ୍ରତିଆକ୍ରମଣାତ୍ମକ ଭାବରେ ଚାଲିଲା। କିନ୍ତୁ ଆଉ କେହି କାହାରିକୁ ଗୋଲ୍ ଦେଇ ପାରି ନ‌ ଥିଲେ। ଫଳରେ ଗଣ୍ଡରପୁର ଏଫ୍ ସି, ଭୁବନେଶ୍ୱର ଦଳ ୧-୦ ଗୋଲରେ ବିଜୟ ଲାଭକରି ଫାଇନାଲରେ ପ୍ରବେଶ କରିଛି।
ଖେଳ ମଧ୍ୟାନ୍ତରରେ ସଭାପତି ସତ୍ୟନାରାୟଣ ପ୍ରଧାନ ଓ ମୁଖ୍ୟ ଅତିଥିଙ୍କ ସହିତ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ମାନେ ପଡିଆ ମଧ୍ୟ ଭାଗକୁ ଯାଇ ଦୁଇ ଦଳର ଖେଳାଳୀ ତଥା ଖେଳ ପରିଚାଳନା କରୁଥିବା ରେଫରୀ ମାନଙ୍କ ସହିତ କରମର୍ଦ୍ଦନ କରି ପରିଚୟ ଆଦାନ ପ୍ରଦାନ କରିଥିଲେ ଏବଂ ଦୁଇ ଦଳର ଅଧିନାୟକ ମୁଖ୍ୟ ଅତିଥିଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। ଖେଳ ଶେଷରେ ମୁଖ୍ୟ ଅତିଥି ଗଣ୍ଡରପୁର ଦଳର ନଂ ୮ ଜର୍ସି ଖେଳାଳି ଚନ୍ଦନ ନାୟକଙ୍କୁ ସର୍ବଶ୍ରେଷ୍ଠ ଖେଳାଳି ଭାବରେ ଟ୍ରଫି ସହ ଏକ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ। ଶୁକ୍ରବାର ଦିନ ଦ୍ବିତୀୟ ସେମି ଫାଇନାଲ ମ୍ୟାଚ ଏମ୍ କେ ଏସ ସି, ବକ୍ସର, ବିହାର ସହିତ ୟୁନାଇଟେଡ଼ ସ୍ପୋର୍ଟସ କ୍ଳବ୍, ବରଗଡ଼ ମଧ୍ୟରେ ଅନୁଷ୍ଠିତ ହେବବୋଲି ଆସୋସିଏସନ୍ ର ସମ୍ପାଦକ ରବୀନ୍ଦ୍ର କୁମାର ଚୌଧୁରୀ ସୂଚନା ପ୍ରଦାନ କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply