ନ଼ୟାଗଡ/ ତା — ୧୨.୬.୨୫ରିଖ (ଭାସ୍କର ଚନ୍ଦ୍ର ସ୍ୱାଇଁ) – ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତଚରଣ ଦାସ ଏବଂ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ନାରାୟଣ ପ୍ରଧାନଙ୍କ ଆହ୍ୱାନ କ୍ରମେ ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସରକାରୀ ବସରେ ମାଗଣା ଏବଂ ଘରୋଇ ବସରେ ୫୦% ଯାତାୟାତ ରିହାତି ଘୋଷଣା ଦାବିରେ ନୟାଗଡ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଶିବରଞ୍ଜନ ସାହୁଙ୍କ ଆବାହକତ୍ୱରେ ଆରଟିଓ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଦଳ ପକ୍ଷରୁ ଜାରି ସ୍ମାରକପତ୍ର ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସୁଶ୍ରୀ ସୁଧାଙ୍କ ମାଧ୍ୟମରେ ମହାମହିମ ରାଜ୍ୟପାଳ ଙ୍କୁ ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଡିସିସି ସଂଯୋଜକ ଶ୍ରୀ ସତ୍ୟବ୍ରତ ନାୟକ, ନୟାଗଡ କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ, ସେବାଦଳ ନେତା ଶ୍ରୀ ମନୋଜ କୁମାର ସାହୁ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଶ୍ରୀ ପ୍ରତୀକ ମହାପାତ୍ର, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆଡ଼ଭୋକେଟ ଶ୍ରୀ ପୀତବାସ ଖୁଣ୍ଟିଆ,ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ଶ୍ରୀ ଅନିଲ ଛୁଆଳସିଂ, ଖୁଣ୍ଟୁବନ୍ଧ ପଞ୍ଚାୟତ କଂଗ୍ରେସ ନେତା ଶ୍ରୀ ପ୍ରହଲ୍ଲାଦ ପାତ୍ର, ଦଳିତ ଯୁବ ନେତା ଶ୍ରୀ ସନ୍ତୋଷ ନାଏକ, ଜିତେନ୍ଦ୍ର କୁମାର ଦଳେଇ, କଂଗ୍ରେସ ସୋସିଆଲ ମିଡ଼ିଆ ଶ୍ରୀ ସୁରେନ୍ଦ୍ର ଦଳେଇ, ଛାତ୍ର କଂଗ୍ରେସ ନେତା ଅମ୍ଲାନ ଅଂଶୁମାନ ସାହୁ, ଜୀବନ ଜ୍ୟୋତିପ୍ରକାଶ ରାଉତ, ଓମ ପ୍ରକାଶ ପ୍ରଧାନ, ଅରବିନ୍ଦ ପାଢ଼ୀ, ପ୍ରିତମ ପଟ୍ଟନାୟକ,ଦିଲ୍ଲୀପ ମହାପାତ୍ର,ଶାଶ୍ୱତ ପ୍ରଧାନ ଏବଂ ସାଇପ୍ରସାଦ ପ୍ରଧାନ ପ୍ରମୁଖ ଶତାଧିକ ଦଳୀୟ ସମର୍ଥକ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l











