ପୁରୀ ୧୪/୭/୨୦୨୫ – (ତୃପ୍ତିମୟୀ ଜେନା ) ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଆଜି ଜିଲ୍ଲା ସଦର ମହକୁମା ଭୂ ଅର୍ଜନ ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧ୍ୟକ୍ଷତା କରିବା ସହ ଅଭିଯୋଗ କାରୀ ଙ୍କ ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ। ବିଭିନ୍ନ ଅଧିକାରୀ ମାନଙ୍କ ପାଖକୁ ଯାଉଥିବା ଆବେଦନ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ଆଇନ ଅନୁଯାୟୀ ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଏଥିରେ ମୋଟ ୯୦ ଅଭିଯୋଗ ମିଳିଥିଲା।ସେଥିରୁ ୬୫ ଟି ବ୍ୟକ୍ତିଗତ,୨୦ଟି ଗ୍ରାମ୍ୟ ଅଭିଯୋଗ ସମ୍ପର୍କିତ,୪ଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ସମ୍ପର୍କରେ,୧ ଟି ରେଡକ୍ରସ ରୁ ସହାୟତା ସମ୍ପର୍କରେ ରହିଥିଲା।ତତକ୍ଷଣାତ ୨ଗୋଟି ଅଭିଯୋଗ ର ସମାଧାନ ହୋଇଥିଲା। ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଅତିରିକ୍ତ ଏସ ପି ସୌମ୍ୟ ରଞ୍ଜନ ମଲ୍ଲିକ, ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ, ତହସିଲଦାର ଅଭିଷେକ ଦାଶ, ଅଭିଯୋଗ ଶୁଣାଣୀ ଅଧିକାରୀ ଆଶୁତୋଷ ଦେ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
No Comments
July 15, 2025 6:31 am

Previous Article
Next Article

ଅଗଷ୍ଟ ୨ରେ ଆୟୋଜିତ ହେବ ୧୮ ତମ ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମସୋତ୍ସବ ୨୦୨୫-ଭାଗନେବେ ୬୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ
ନବମ ବାର୍ଷିକ ନୟାଗଡ଼ ଜିଲ୍ଲା ବ୍ୟାପି ସେବା ଉତ୍ସବ ଉଦଘାଟିତ ।

Related Posts
ଅକ୍ଟୋବର ୨୫ରୁ ଦୁଇଦିନିଆ କୁମାର ଉତ୍ସବ- ମୁଖ୍ୟ ଆକର୍ଷଣ ସାଂସ୍କୃତିକ ଆସର, ସ ...
October 25, 2026
ପୁରୀ ସହରର ବିଭିନ୍ନ ସ୍ଥାନରେ ସିଟି ଡିଏସ୍ପିଙ୍କ ନେତୃତ୍ୱରେ ମିଳିତ ଯାଞ୍ଚ ...
October 25, 2026





