Home / ସାମାଜିକ / କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କୁ ଯୌନ ଉପୀଡନ ନିବାରଣ, ନିଷେଧ ଓ ପ୍ରତିକାର ବିଷୟରେ ଏକ କର୍ମଶାଳା ଆୟୋଜିତ

କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କୁ ଯୌନ ଉପୀଡନ ନିବାରଣ, ନିଷେଧ ଓ ପ୍ରତିକାର ବିଷୟରେ ଏକ କର୍ମଶାଳା ଆୟୋଜିତ

whatsapp image 2025 07 23 at 20.59.29 7be2c01d

  ପୁରୀ – ୨୩/୦୭/୨୦୨୫ – (ତୃପ୍ତିମୟୀ ଜେନା ):  ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ କର୍ମଶାଳା ଆୟୋଜିତ  ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ଆନ୍ତରିଣ ଅଭିଯୋଗ ସମିତି (ଆଇସିସି) ଦ୍ବାରା କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କୁ ଯୌନ ଉପୀଡନ ନିବାରଣ, ନିଷେଧ ଓ ପ୍ରତିକାର ବିଷୟରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଅଛି । ଏହି କର୍ମଶାଳାରେ ବିଶ୍ବବିଦ୍ୟାଳୟ ନିକଟସ୍ଥ ଗଙ୍ଗାଧର ମେହେର ଆଇନ ମହାବିଦ୍ୟାଳୟର ସହକାରୀ ଅଧ୍ୟାପିକା ପୁଷ୍ପାରାଣୀ ମିଶ୍ର ଆମନ୍ତ୍ରିତ ବକ୍ତା ଭାବରେ ଯୋଗ ଦେଇ ଭାରତୀୟ ନ୍ୟାୟ ବିଧାନରେ ରହିଥ‌ିବା ବିଧ୍ ବ୍ୟବସ୍ଥା ଉପରେ ଆଲୋକପାତ କରି ସଚେତନତା ସୃଷ୍ଟି କରିଥିଲେ । ପୋସ୍ ଆକ୍ଟ (POSH Act)ର ପୁଙ୍ଖାନୁପୁଙ୍ଖ ଆଲୋଚନା କରି ବିଷୟ ସମ୍ୱନ୍ଧୀ ଦୋଷ, ନିରାକରଣ ଓ ଆଇନଗତ ସହାୟତା ସଂପର୍କରେ ଚର୍ଜା କରିଥିଲେ । ଏହି କର୍ମଶାଳାରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ସଭାପତିତ୍ୱ କରିଥିଲେ । ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ  ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଭାବେ ଇତିହାସ ଓ ପୁରାଣ ବର୍ଣ୍ଣିତ ଧ୍ରୁବ, ସୀତା, ଉପମନ୍ୟୁ ପ୍ରଭୃତି ଚରିତ୍ରଗୁଡିକର ଅବତାରଣା କରି ତ୍ୟାଗ, ତିତିକ୍ଷା, ନିଷ୍ଠା ଓ ତପସ୍ୟାକୁ ଜୀବନର ମନ୍ତ୍ର କରିବାକୁ ପରାମର୍ଶ ଦେଇଥିଲେ । ବିଶ୍ବବିଦ୍ୟାଳୟର ଆନ୍ତରିଣ ଅଭିଯୋଗ ସମିତିର ଅଧ୍ଯକ୍ଷା ଡଃ ପରାମ୍ଵା ଶ୍ରୀଯୋଗମାୟା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଓ ସରକାରଙ୍କ ଦ୍ବାରା ଏହି ବିଷୟକୁ ନେଇ ସହାୟତା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ବିଶ୍ବବିଦ୍ୟାଳୟର କୁଳସଚିବ ଶ୍ରୀମତୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା ବିଶ୍ବବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଆଇସିସିର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି କାର୍ମଶାଳାକୁ କମିଟିର ଅନ୍ୟତମ ସଦସ୍ୟା ଡଃ ନିବେଦିତା କର ପରିଚାଳନା କରିଥିଲେ । କମିଟିର ଅନ୍ୟତମା ସଦସ୍ୟା ଓ କର୍ମଶାଳା ସଂଯୋଜିକା ଡଃ ସସ୍ମିତା ବନ୍ଦରନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ଯମରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକାଗଣ ଏହି ନିୟମ ବିଷୟରେ ପଚାରି ବୁଝିଥିଲେ । ପ୍ରାରମ୍ଭରେ ବେଦ ବିଭାଗର ଛାତ୍ର ମହେନ୍ଦ୍ର ମହାପାତ୍ର ବୈଦିକ ଓ ଦେବୀ ପ୍ରସାଦ ପାତ୍ର ଲୌକିକ ମଙ୍ଗଳାଚରଣ କରିଥିଲେ । ଶେଷରେ ଶାନ୍ତିପାଠ ସହ ସଭାପତିଙ୍କ ଅନୁମତି କ୍ରମେ ସଭା ସମାପ୍ତ ହୋଇଥିଲା । ଛାତ୍ରଛାତ୍ରୀ, ଗବେଷକ ଗବେଷିକା, ଶିକ୍ଷକ କର୍ମଚାରୀ ଓ ଅଣ-ଶିକ୍ଷକ କର୍ମଚାରୀ ସର୍ଭିଙ୍କ ପାଇଁ ଉଦ୍ଦିଷ୍ଟ ଏହି କର୍ମଶାଳାରେ ସର୍ବଦର୍ଶନ ବିଭାଗର ସହ-ପ୍ରଫେସର ଓ ଅଧ୍ଯକ୍ଷ ଡଃ ପ୍ରଦୀପ୍ତ କୁମାର ନନ୍ଦ, ସାହିତ୍ୟ ବିଭାଗର ସହାୟକ ପ୍ରଫେସର ଡଃ ରାଜଶ୍ରୀ ଦାଶ, ଶିକ୍ଷାଶାସ୍ତ୍ର ବିଭାଗର ସହାୟକ ପ୍ରଫେସର ଡଃ ଡି. ରଘୁରାମ, ଅଦ୍ଵୈତ ବେଦାନ୍ତ ବିଭାଗର ଡଃ ରାହସମଣି ଘଡେଇ, ଧର୍ମଶାସ୍ତ୍ର ବିଭାଗର ଡଃ ଶାନ୍ତିଲତା ଅଧିକାରୀ ଓ ଡଃ ପ୍ରକାଶ ଚନ୍ଦ୍ର ମିଶ୍ର, ଜ୍ୟୋତିର୍ବିଜ୍ଞାନ ବିଭାଗର ଡଃ ଅନୁପମା ଶତପଥୀ ଓ ଡଃ ସର୍ବଜୟା ଶାଶ୍ବତୀ, ନ୍ୟାୟଦର୍ଶନ ବିଭାଗର ଡଃ ରଶ୍ମିତା ଜେନା, ଅଫିସ କର୍ମଚାରୀ ଶ୍ରୀମତୀ ପ୍ରିୟଦର୍ଶିନୀ ସାହୁ, ସୁକାନ୍ତ ସ୍ବାଇଁ ଓ ଦୀପକ ଯୋଗଦାନ କରିଥିଲେ । ଦଶରୁ ଅଧିକ ସଂଖ୍ୟକ ଗବେଷଣାରତ ଛାତ୍ରଛାତ୍ରୀ ଉପସ୍ଥିତ ରହିବା ସହିତ ପ୍ରାୟ ତିନି ଶହ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply