Home / ସାମାଜିକ / ବୃଦ୍ଧାବସ୍ଥା ରେ ଓଡିଶା ରେ ଡାକ୍ତରୀ ସେବା, ଏକ ଆହ୍ୱାନ “ଶୀର୍ଷକ ଆଲୋଚନାଚକ୍ର

ବୃଦ୍ଧାବସ୍ଥା ରେ ଓଡିଶା ରେ ଡାକ୍ତରୀ ସେବା, ଏକ ଆହ୍ୱାନ “ଶୀର୍ଷକ ଆଲୋଚନାଚକ୍ର

whatsapp image 2025 08 05 at 18.37.16 db5d037f

ପୁରୀ -୬/୮/୨୦୨୫ – ତୃପ୍ତିମୟୀ ଜେନା – ଓଡିଶା ଯୁବ ଚେତନା ସଂଗଠନ, ଆଦିତ୍ୟ ସେବା ପ୍ରତିଷ୍ଠାନ, ଦିବାକର ତ୍ରିପାଠୀ ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେରେ ବୃଦ୍ଧାବସ୍ଥାରେ ଡାକ୍ତରୀ ସେବା, ଏକ ଆହ୍ୱାନ ଶୀର୍ଷକ ଏକ ଆଲୋଚନାଚକ୍ର ସ୍ଥାନୀୟ ଗୁଣ୍ଡିଚା ଭକ୍ତ ନିବାସ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ହୋଇ ଯାଇଛି. ଶିକ୍ଷାବିତ ମହେନ୍ଦ୍ର ବିଶୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଓଡିଶା ତୈଳ ନିଗମ ର ନିର୍ଦେଶକ ସୁଦୀପ୍ତ ରାୟ ମୁଖ୍ୟ ଅତିଥି, ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସଭାପତି ଡ଼ କାର୍ତ୍ତିକ କୁମାର ଦାସ ମୁଖ୍ୟ ବକ୍ତା ଏବଂ ଆଦିତ୍ୟ ସେବା ପ୍ରତିଷ୍ଠାନ ର ମୁଖ୍ୟ ରାଜଶ୍ରୀ ଦାସମହାପାତ୍ର ସମ୍ମାନିତ ଅତିଥି ରୂପେ ମଂଚାସୀନ ଥିଲେ. ପ୍ରାରମ୍ଭରେ ସଂଗଠନର ମୁଖ୍ୟ ଆବାହକ ଆଡଭୋକେଟ ଦେବାଶିଷ ଦାସ ଆଲୋଚନାଚକ୍ର ର ଆଭିମୁଖ୍ୟ ସମ୍ପର୍କରେ ଅବତାରଣା କରିବା ସଙ୍ଗେ ସଙ୍ଗେ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ.

whatsapp image 2025 08 05 at 18.37.17 044c46ac

କେନ୍ଦ୍ର ସରକାର ଙ୍କ କୌଶଳ ଯୋଜନା ଅନ୍ତର୍ଗତ ଅଟଳ ଵୟୋ ଯୋଜନା ମାଧ୍ୟମରେ ରାଜ୍ୟ ରେ ବୃଦ୍ଧାବସ୍ଥା ରେ ହାତ ପାହାନ୍ତା ରେ ଡାକ୍ତରୀ ସେବା ଯେଭଳି ଉପଲବ୍ଧ ହୋଇ ପାରିବ ସେ ଦିଗରେ ରାଜ୍ୟ ସରକାର ଧ୍ୟାନ ଦେବାକୁ ଆଲୋଚନାଚକ୍ର ରେ ଗୁରୁତ୍ୱାରୋପ କରାଯାଇଥିଲା. ବୟସ୍କ ବ୍ୟକ୍ତି ମାନେ ପରିଣତି ବୟସରେ ଯେଭଳି ସେବା ଯତ୍ନ ପାଇପାରିବେ ସେଥିପାଇଁ ପିଲାମାନେ ସଚେତନ ହେବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ. ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା. ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶିବରାମ ପ୍ରଧାନ. ବଳରାମ ବଡ଼ ଦଳାଇ, କେଦାର ନାଥ ନାୟକ, ବିନାୟକ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ. ଏହି ଆଲୋଚନାଚକ୍ରରେ, ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ସୁରଜ ମଲ୍ଲ ସାହା ମହାବିଦ୍ୟାଳୟ, ଭୋଳାନାଥ ବିଦ୍ୟାପୀଠ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସାରସ୍ୱତ ବିଦ୍ୟା ନିକେତନ ର ବିଦ୍ୟାର୍ଥୀ ଏବଂ ସାହିତ୍ୟିକ, ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ.

SPREAD YOUR LOVE WITH YOUR FRIENDS AND FAMILY

Leave a Reply