Home / ମୁଖ୍ୟ ଖବର / ହରଘର ତ୍ରିରଙ୍ଗା: ସ୍ବଛତା ଓ ସଚେତନତା କାର୍ଯ୍ୟକ୍ରମ

ହରଘର ତ୍ରିରଙ୍ଗା: ସ୍ବଛତା ଓ ସଚେତନତା କାର୍ଯ୍ୟକ୍ରମ

triranga

ପୁରୀ ୧୧/୮/୨୦୨୫ – ତୃପ୍ତିମୟୀ ଜେନା – ହରଘର ତ୍ରିରଙ୍ଗା ଅଭିଯାନ ଅବସରରେ ଘରେ ଘରେ ସ୍ବଛତା ଓ ସାମାଜିକ ସଚେତନତା ସୃଷ୍ଟି ପ୍ରତି ଗୁରୁତ୍ୱ ଦିଆଯାଇଛି। ବ୍ରହ୍ମଗିରି ବ୍ଲକ ପରିସରରେ ଆଜି ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଉପସ୍ଥିତ ରହି ସ୍ବଛତା ସମସ୍ତଙ୍କ ପାଇଁ ଜରୁରୀ ବୋଲି କହିବା ସହ ପ୍ରତ୍ୟେକ ନିଜ ଗୃହକୁ ସ୍ବଛ ରଖିବାକୁ ସଚେତନ କରାଇଥିଲେ। ଜାତିର ଜନକ ମହାତ୍ମାଗାନ୍ଧୀ ସ୍ବଛତା ପ୍ରତି ଗୁରୁତ୍ୱ ଦେଉଥିଲେ।

whatsapp image 2025 08 11 at 20.49.14 d4239647

ତେଣୁ ସମସ୍ତେ ସ୍ବଛତା ପ୍ରତି ନିଷ୍ଠା ରଖିବା ସହ ଅପରିଷ୍କାର ପ୍ରତି କଠୋର ହେବାକୁ ଆହ୍ବାନ ଦିଆଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ପୋଲିସ ଏସଡିପିଓ ଆର ଏନ ଭଞ୍ଜ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ,ବ୍ରହ୍ମଗିରି ବିଡିଓ ଅମୀୟ କୁମାର ପଣ୍ଡା, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ର ସମସ୍ତ ବ୍ଲକ ଓ ସହରାଞ୍ଚଳରେ ଆଜି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply