Home / ମୁଖ୍ୟ ଖବର / କାକଟପୁର ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କାକଟପୁର ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

whatsapp image 2026 01 13 at 7.59.46 pm

କାକଟପୁର ତା୧୩/୧, (ତୁଷାର ଦୀକ୍ଷିତ )ମଙ୍ଗଳବାର ସକାଳ ୧୧ ଘଟିକା ସମୟରେ କାକଟପୁର ପିଏମଶ୍ରୀ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀ ଓ କାକଟପୁର ପୁଲିସ ପକ୍ଷରୁ ମିଳିତ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଛାତ୍ରଛାତ୍ରୀ ମାନେ ଫ୍ଲେକ୍ସ ଧରି ବଜାର ପରିକ୍ରମା କରିବା ସହିତ ନିଶାଦ୍ରବ୍ୟ ଠାରୁ ଦୁରେଇ ରହି ଗାଡି ଚାଳନା କଲେ ଦୁର୍ଘଟଣାରୁ ରକ୍ଷା ହୋଇପାରିବ ବୋଲି ବାର୍ତ୍ତା ରାସ୍ତାରେ ଯାନବାହାନ ଧରି ଯାତାୟାତ କରୁଥିବା ଯାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ବାର୍ତ୍ତା ବାଣ୍ଟିଥିଲେ l କାକଟପୁର ଥାନା ଆଇଆଇସି ବସନ୍ତ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସବ-ଇନସିପେକ୍ଟର ଅମିତ ପାଢ଼ୀ,ଏଏସଆଇ ରମେଶ ନିଶାଙ୍କ, ଜୟନ୍ତୀ ସାହୁ, କନେଷ୍ଟବଳ ବବ୍ରୁବାହାନ ମହାନ୍ତି,ରଞ୍ଜିତ କୁମାର ସ୍ୱାଇଁ, ଅଜିତ କୁମାର ବେହେରାଙ୍କ ସମେତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଯେଉଁମାନେ ହେଲମେଟ ପିନ୍ଧିଥିଲେ ସେମାନଙ୍କୁ ଗୋଲାପଫୁଲ ଏବଂ ଚକୋଲେଟ ଦେବାସହିତ ବିନା ହେଲମେଟରେ ଯାତାୟାତ ଦୁର୍ଘଟଣାକୁ ଆପଣେଇବ ବୋଲି ଯାତ୍ରୀମାନଙ୍କୁ ସଚେତନ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply