କାକଟପୁର ୧୪/୦୮/୨୦୨୫ ଗତ ମଙ୍ଗଳ ବାର ରାତିରେ ସେବାୟତ ପରିବାର ର ଧର୍ମପ୍ରାରାୟଣ ମହିଳା ଲଷ୍ମୀ ଦେଇ ଙ୍କର 96 ବର୍ଷ ରେ ନିଜ ବାସ ଭବନରେ ରାତ୍ର ୧ :୩୦ ମିନିଟ ରେ ପରଲୋକ ହୋଇ ଯାଇଛି, ସେ ଜଣେ ମିଷ୍ଠ ଭାଷୀ ଓ ସ୍ନେହ ଵସ୍ଚଳ ଥିଲେ, ତାଙ୍କ ମୃତ୍ୟୁ ରେ କାକଟପୁର ସେବାୟତ ପରିବାର ମ୍ରିୟମାଣ ହୋଇ ପଡିଛି, ସେ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗ ରେ ତାଙ୍କ ନିଶ୍ୱାସ ପ୍ରଶ୍ୱାସ ରେ ବାଧା ଉପୁଜି ଥିଲା ବେଳେ ତାଙ୍କୁ ଭେଣ୍ଟିଲେଟର ରେ ରଖା ଯାଇଥିଲା, ମୃତ୍ୟୁ ଶଯ୍ୟା ନିକଟରେ ଜ୍ୱାଇଁ ନିରଞ୍ଜନ ଦୀକ୍ଷିତ, କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟ, ଏକ ମାତ୍ର ପୁତ୍ର ମଙ୍ଗଳା ପ୍ରସାଦ ଦୀକ୍ଷିତ ଙ୍କ ସମେତ ଝିଅ , ଝିଆରୀ,ନାତି, ନାତୁଣୀ ମାନେ ତାଙ୍କ ପାଖରେ ଉପସ୍ଥିତ ଥିଲେ , ଏକ ସବ ଶୋଭାଯାତ୍ରା ରେ ଗାଁ ସ୍ମଶାନ ନିକଟକୁ ନିଆ ଯାଇ ଶେଷ କୃତ୍ୟ ସମାପନ କରାଯାଇଥିବା ବେଳେ ପୁତ୍ର ମଙ୍ଗଳା ପ୍ରସାଦ ଦୀକ୍ଷିତ ମୁଖାଗ୍ନି ଦେଇଥିଲେ, ସବ ଶୋଭାଯାତ୍ରାରେ ବିଶ୍ୱଜିତ ଦୀକ୍ଷିତ, ହିମାଂଶୁ ଭୂଷଣ ଦୀକ୍ଷିତ, ସରୋଜ କୁମାର ଦୀକ୍ଷିତ, ସିଲୁ ଦୀକ୍ଷିତ,ଅମିତ କୁମାର ଦୀକ୍ଷିତ, ଶିକନ ଦୀକ୍ଷିତ, ଚିନ୍ମୟ ଦୀକ୍ଷିତ, ସାନୁ, ସଞ୍ଜୟ ସାମଲ ପ୍ରମୁଖ ଉପସ୍ଥିତ ରହି ସ୍ମଶାନ କାର୍ଯ୍ୟ କୁ ସମାପ୍ତ କରିଥିଲେ,
ଲଷ୍ମୀପ୍ରିୟା ଦେଇ ଙ୍କ ମୃତ୍ୟୁ ରେ ସେବକ ସାହିରେ ଶୋକ









