Home / ମୁଖ୍ୟ ଖବର / କଷ୍ଟ ଲବ୍ଧ ସ୍ବାଧୀନତାର ଉପଲବ୍ଧି କୁ ଧରି ରଖିବା ଆମ ସମସ୍ତଙ୍କ ଦାୟିତ୍ୱ।: ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ

କଷ୍ଟ ଲବ୍ଧ ସ୍ବାଧୀନତାର ଉପଲବ୍ଧି କୁ ଧରି ରଖିବା ଆମ ସମସ୍ତଙ୍କ ଦାୟିତ୍ୱ।: ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ

whatsapp image 2025 08 16 at 01.44.20 69ec2d29

ପୁରୀ :୧୫/୮/୨୦୨୫ – ତୃପ୍ତିମୟୀ ଜେନା – କଷ୍ଟ ଲବ୍ଧ ସ୍ବାଧୀନତାର ଉପଲବ୍ଧି କୁ ଧରି ରଖିବା ଆମ ସମସ୍ତଙ୍କ ଦାୟିତ୍ୱ।ଇତିହାସ କୁ ଭୁଲି ଗଲେ ଭବିଷ୍ୟତ ଅନ୍ଧାର ହୋଇ ଯିବ।୧୯୪୭ ମସିହା ଆଜିର ଦିନରେ ଅଗଣିତ ସତ୍ୟନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଙ୍କ ତ୍ୟାଗ ଓ ବଳିଦାନକୁ ପାଥେୟ କରି ଆମେ ପାଇଥିଲୁ ବହୁ ପ୍ରତିକ୍ଷିତ ସ୍ୱାଧୀନତା।ସ୍ବାଧୀନତା ର ମୂଲ୍ୟ କୁ ଅକ୍ଷୁର୍ଣ୍ଣ ରଖି ଶାନ୍ତି ଓ ପ୍ରଗତି ପଥରେ ଅଗ୍ରସର ହେବାକୁ ଆହ୍ଵାନ ଦେଇଛନ୍ତି ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ଲେକ୍ସ ଠାରେ ୭୯ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା।

whatsapp image 2025 08 16 at 01.44.34 a768e5c0

ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜାତୀୟ ପତାକା ଉତ୍ତୋଳନ,ସମ୍ମିଳିତ ପାରେଡରେ ଅଭିବାଦନ ଗ୍ରହଣ କରି ଶ୍ରୀକ୍ଷେତ୍ର ପୁରୀ ବାସୀ ଙ୍କୁ ସ୍ୱାଧୀନତା ଦିବସ ର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ ଙ୍କ ସମେତ ସମସ୍ତ ବରପୁତ୍ର ମାନଙ୍କୁ, ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ଓ ଚାଖୁ ଖୂଣ୍ଟିଆ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଓଡିଶା ତିନି ଭାଗ ହୋଇ ରହିଥିଲା।ଆମ ପୂର୍ବ ସୁରୀ ମାନଙ୍କ ଉଦ୍ୟମ ରେ ୧୯୩୬ରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା ପାଇଲା।ଆଜି ଭାରତର ସଫଳତା, କୃତିତ୍ବ ଓ ମତାମତ ବିଶ୍ବ ବାସୀ ଙ୍କୁ ପ୍ରଭାବିତ କରିବା ସହ ବିଭିନ୍ନ ବିଶ୍ବ ମଞ୍ଚରେ ଆମ ଦେଶ ସମ୍ମାନିତ, ପ୍ରଶଂସିତ ଓ ଆଦୃତ ହୋଇଛି।ଦେଶର ଅଭିବୃଦ୍ଧି ସହ ତାଳ ଦେଇ ଆମ ରାଜ୍ୟ ନିଜର ବିକାଶ ର ଯାତ୍ରା ଅବ୍ୟାହତ ରଖିଛି।ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଯୋଗାଯୋଗ ଓ ପରିବହନ, ମହିଳା ସଶକ୍ତିକରଣ, ଶିଳ୍ପ, ବିପର୍ଯ୍ୟୟ ପରିଚାଳନା, ପର୍ଯ୍ୟଟନ, ଖାଦ୍ୟ ସୁରକ୍ଷା, ଯୁବ ସଶକ୍ତିକରଣ ଆଦି କ୍ଷେତ୍ରରେ ବ୍ୟାପକ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଛି ।

whatsapp image 2025 08 16 at 01.44.44 2e0fee6d
whatsapp image 2025 08 16 at 01.44.44 2e0fee6d

ବିକାଶ ମୂଳକ ଯୋଜନା ସବୁ ଲୋକ ମତ ଆଧାର ରେ ନିଷ୍ପତ୍ତି ଗ୍ରହଣ କରାଯାଉଛି।ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ସବ କା ସାଥ ସବ କା ବିକାଶ ମନ୍ତ୍ରକୁ ଅନୁପାଳନ ସହ ସେବା,ସୁଶାସନ ଓ ବିକାଶ ରଥକୁ ଆଗେଇ ନେବାକୁ ଆମ ସରକାର ସଂକଳ୍ପବଦ୍ଧ ବୋଲି ସେ କହିଥିଲେ।ସେ ପୁଣି କହିଲେ ଯେ, ମହିଳା ମାନଙ୍କୁ ସ୍ବାବଲମ୍ବୀ ଓ ସଶକ୍ତ କରିବା ଲକ୍ଷ୍ୟ ରେ ଆମ ସରକାର ସୁଭଦ୍ରା ଯୋଜନା ରେ ଏକ କୋଟି ରୁ ଉର୍ଦ୍ଧ୍ବ ମହିଳା ଙ୍କୁ ଉପକୃତ କରାଇଛନ୍ତି।ରାଜ୍ୟରେ ୧୬ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି ।କୃଷକ ଙ୍କୁ ଉତ୍ପାଦିତ ପଦାର୍ଥ ର ସଠିକ ମୂଲ୍ୟ ଦିଆଯାଉଛି ।୪ ଧାମ ମଧ୍ୟରେ ଶ୍ରେଷ୍ଠ ଧାମ ପୁରୀ।ପୁରୀ କୁ ବିଶ୍ବ ସ୍ତରୀୟ ସହର ଲକ୍ଷ୍ୟ ରେ ମହାନଗର ନିଗମ କରାଯାଉଛି, ଭକ୍ତ ମାନଙ୍କ ଗମନାଗମନ ରେ ସୁବିଧା, ରହଣି ବ୍ୟବସ୍ଥା କରାଯାଉଛି।ମନ୍ଦିର ଚତୁପାର୍ଶ୍ବରେ ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ, ଘୃତ ଯଜ୍ଞ ଓ ନାମ ଯଜ୍ଞର ବ୍ୟବସ୍ଥା କରାଯାଉଛି।ମହାପ୍ରଭୁଙ୍କ ମହିମା ସମ୍ପର୍କରେ ବିଶ୍ବ ସ୍ତରୀୟ ବ୍ୟାଖ୍ୟାନ କେନ୍ଦ୍ର କରାଯାଉଛି।ସବୁ ଜିଲ୍ଲା ରେ ଶିଳ୍ପ ଏବଂ ସବୁ ଜିଲ୍ଲାରେ ଉଦ୍ୟୋଗୀ କୁ ପ୍ରାଧାନ୍ୟ ଦେଇ ଘରୋଇ ପୁଞ୍ଜିନିବେଶ ରେ ଆଜି ସମଗ୍ର ଦେଶରେ ଓଡିଶା ଅଗ୍ରଣୀ ସ୍ଥାନରେ ପହଞ୍ଚିଛି।ସରକାରୀ ଚାକିରି ବୟସ ସୀମା ୩୨ ରୁ ୪୨ କୁ ବୃଦ୍ଧି କରାଯାଇଛି।ଆମ ଅର୍ଥନୀତି ଆଜି ବିଶ୍ବ ରେ ୪ ର୍ଥ ସ୍ଥାନରେ ଥିବା ବେଳେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହା ତୃତୀୟ ସ୍ଥାନରେ ପହଞ୍ଚିବ ବୋଲି ସେ କହିବା ସହ ପୁରୀ ଆମ ପରିଚୟ।ସମସ୍ତ ଙ୍କ ସହଯୋଗ ରେ ରାଜ୍ୟର ବିକାଶ ର ଯାତ୍ରା କୁ ଅଧିକ କ୍ରିୟାଶୀଳ କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ। ଏହା ପରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଭାରତୀୟମ ପରିବେଷଣ କରାଯାଇଥିଲା। ପରେ ମନ୍ତ୍ରୀ ଊଲ୍ଲେଖନୀୟ କାର୍ଯ୍ୟ ପାଇଁ ଡା ପ୍ରବୀଣ କୁମାର ଜେନା, ନର୍ସିଂ ଅଫିସର ସଚଳା ମହାରଣା, ହସପିଟାଲ ମ୍ୟାନେଜର ଅନମୋଲ ସୁକାନ୍ତ ମହାନ୍ତି,ସିଡିପିଓ ମୀନାକ୍ଷୀ ସାହୁ, ସୁପରଭାଇଜର ସୁଚିତ୍ରା ପ୍ରଧାନ, ଅଙ୍ଗନବାଡି କର୍ମୀ ଜ୍ୟେତ୍ସାମୟୀ ରାଉତରାୟ,ସଫେଇ କର୍ମଚାରୀ କମଳା ନାଏକ, ଶତୁରା ନାଏ,୨୦୨୪-୨୫ ମାଟ୍ରିକ ପରୀକ୍ଷା ଜିଲ୍ଲା ଟପର ସ୍ବୟଂ ପ୍ରକାଶ ସାହୁ, ଶିଶୁ ପରିଚଯ୍ୟା ଗୃହ କର୍ମଚାରୀ ସୁମା ନାୟକ, ପୁଷ୍ପାଞ୍ଜଳି ସାହୁ, ଜାତୀୟ କ୍ରିଡା ରେ ସଫଳ ହୋଇ ଥିବା କ୍ରିଡାବିତ ଙ୍କୁ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ,ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣକାରୀ ଙ୍କୁ ଓ ପାରେଡ ର ଶ୍ରେଷ୍ଠ ଦଳଙ୍କୁ ପୁରସ୍କୃତ କରାଯାଇଥିଲା।ସିନିୟର ଡିଭିଜନ ଏନ ସି ସିରେ ଏସସିଏସ କଲେଜ, ଜୁନିଅର ଡିଭିଜନ ଏନମୟସିସି ବାଳକ ବର୍ଗରେ ପୁରୀ ଜିଲ୍ଲା ସ୍କୁଲ,ବାଳିକା ରେ ଭୋଳାନାଥ ବିଦ୍ୟାପୀଠ, ଶ୍ରେଷ ଗାଇଡରେ ଡିଏଭି ପବ୍ଲିକ ସ୍କୁଲ, ଶ୍ରେଷ୍ଠ ସ୍କାଉଟରେ ବିଶ୍ବମ୍ଭର ବିଦ୍ୟାପୀଠ ଓ ଶ୍ରେଷ୍ଠ ଶୃଙ୍ଖଳା ରକ୍ଷା ପାଇଁ ଏସି ସି ଏସ ମହାଵିଦ୍ୟାଳୟ ଙ୍କୁ ଅତିଥି ସମ୍ମାନିତ କରିଥିଲେ।ପରେ ଷ୍ଟାଡିୟମ ପରିସରରେ ବୃକ୍ଷ ରୋପଣ, ଉତ୍କଳ ବାଳାଶ୍ରମ ର ଅନ୍ତେବାସୀ ଙ୍କୁ ମିଷ୍ଟାନ୍ନ ଓ ପୋଷାକ ବଣ୍ଟନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ରୋଗୀ ମାନଙ୍କୁ ଫଳ ବଣ୍ଟନ ଏବଂ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଏକ ରକ୍ତ ଦାନ ଶିବିରକୁ ମୁଖ୍ୟ ଅତିଥି ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମ ରେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଏସପି ପିନାକ ମିଶ୍ର ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡଃ ଶରତ ଚନ୍ଦ୍ର ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି , ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଅନ୍ୟାନ୍ୟ ଅଧିକାରୀ , ଲୋକ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି,ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ଯୋଗ ଦେଇଥିଲେ।ପ୍ରତ୍ୟୁଷରୁ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ କରାଯାଇଥିଲା।ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ଗାନ୍ଧୀ ଘାଟ ଠାରେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସର୍ବୋଦୟ ସମିତି ସହଯୋଗ ରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।ସମସ୍ତ କାର୍ଯ୍ୟକ୍ରମ କୂ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply