ପୁରୀ : -୧୫/୮/୨୦୨୫ – ଆଜି ତା ୧୫.୦୮.୨୦୨୫ ରିଖ ଦିନ ଦେଶର ୭୯ ତମ ସ୍ଵାଧୀନତା ଦିବସ ଅବସରରେ ପୁରୀ ମଙ୍ଗଳାଘାଟ ସ୍ଥିତ ଆଶ୍ୱସ୍ତି ଫାଉଣ୍ଡେସନ ଟ୍ରଷ୍ଟ ଠାରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୁରୀ ବାସେଲି ସାହି ଥାନା ର ଉପଭାର ଅଧିକାରୀ ଶ୍ରୀଯୁକ୍ତ ଦୀପ୍ତି ପ୍ରକାଶ ସାହୁ ମୁଖ୍ୟ ବକ୍ତା ଭାବେ ପୁରୀ ଜିଲ୍ଲା ବାସେଲି ସାହି ଥାନାର ସହ ଉପ ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଅର୍ଜୁନ ସେଠୀ ଯୋଗ ଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସଭାପତି ଆଇନ ଜିବୀ ଶ୍ରୀଯୁକ୍ତ ଦୀପକ ପଣ୍ଡା ଏବଂ ସଂଘର ମୁଖ୍ୟ ସମ୍ପାଦିକା ଶ୍ରୀମତୀ ଗିରିଜା ମଞ୍ଜରୀ ପଣ୍ଡା ପରିଚାଳନା କରି ଆଜିର ଯୁବ ପିଢ଼ିକୁ ଦେଶ ପାଇଁ ଆତ୍ମୀୟତା ଭାବ ଜାଗୃତ କରି ସମାଜ ପାଇଁ ନିଃଶ୍ବାର୍ଥ ଭାବ ରଖି କାମ କରିବା ପାଇଁ ଉଦବୋଧନ ଦେଇ ଥିଲେ। ସଂଘର କର୍ମ କର୍ତ୍ତା ସଂଘମିତ୍ରା ପଣ୍ଡା ଏବଂ ସ୍ୱର୍ଣଲତା ପରମ ଗୁରୁ ଅତିଥି ମାନଙ୍କୁ ପୁଷ୍ପ ଗୋଛା ଦେଇ ସମ୍ମାନିତ କରିଥିଲେ। ସଭାର ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ନିଜ ବକ୍ତୃତାରେ ସ୍ବାଧୀନତାର ମହତ୍ତ୍ଵ ବିଷୟରେ ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜକିଶୋର ମହାନ୍ତି,ଆଶୁତୋଷ ମିଶ୍ର,ମାନସ ଦାସ, ସୌମ୍ୟକ୍ ପରିଛା, ଶାନ୍ତନୁ ପଣ୍ଡା, ରାଧାକାନ୍ତ ଦାସ,ରଶ୍ମି ପାଢ଼ୀ,ବୈକୁଣ୍ଠ ମହାନ୍ତି,ଜିବେଶ ବେହେରା, ମଦନ ମୋହନ ହୋତା ଏବଂ ଅନ୍ୟ ସଦସ୍ୟ ସଦସ୍ୟା ମାନେ କାର୍ଯ୍ୟକ୍ରମ ଟିକୁ ଖୁବ୍ ଶୃଙ୍ଖଳାର ସହ ସମ୍ପାଦନ କରି ଥିଲେ। ଦେଶର ମହାନ୍ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନକୁ ଏବଂ ମହାପୁରୁଷ ମାନଙ୍କ ଦେଶ ପ୍ରତି ଅବଦାନକୁ କେବେ ଭୁଲି ନ ଯିବା ପାଇଁ ସମସ୍ତଙ୍କୁ ଆହ୍ବାନ କରି, ଉପସଭାପତି ଶ୍ରୀଯୁକ୍ତ ମହାବୀର ପଣ୍ଡା ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅତିଥି ଏବଂ ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ପୂର୍ବକ କାର୍ଯ୍ୟକ୍ରମକୁ ସମାପ୍ତ କରି ଥିଲେ।
ଆଶ୍ୱସ୍ତି ଫାଉଣ୍ଡେସନ ଟ୍ରଷ୍ଟ ଠାରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ











