Home / ମୁଖ୍ୟ ଖବର / ନୟାଗଡ଼ କୃଷିବିଜ୍ଞାନ କେନ୍ଦ୍ର ତରଫରୁ ମଦର ଆବାସିକ ବିଦ୍ୟାଳୟରେ ଗାଜର ଘାସ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ନୟାଗଡ଼ କୃଷିବିଜ୍ଞାନ କେନ୍ଦ୍ର ତରଫରୁ ମଦର ଆବାସିକ ବିଦ୍ୟାଳୟରେ ଗାଜର ଘାସ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

whatsapp image 2025 08 22 at 12.43.21 4a39f311

ନୟାଗଡ଼,ତା-୨୧.୮.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁ- ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ମଧ୍ୟ ଆବାସିକ ବିଦ୍ୟାଳୟରେ ଗାଜର ଘାସ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଶ୍ରୀ ଚକ୍ରଧର ମାହାଳି, ଅନୁଷ୍ଠାନର ପ୍ରତିଷ୍ଠାତା ସୁଶ୍ରୀ ପ୍ରଭାସିନୀ ନନ୍ଦଙ୍କ ସହିତ କେବିକେର ବୈଜ୍ଞାନିକ ଶ୍ରୀ ପ୍ରମୋଦ ପୃଷ୍ଟି ଓ ସହାୟକ ଦେବାଶିଷ ନାୟକ ଉପସ୍ଥିତ ଥିଲେ।

whatsapp image 2025 08 22 at 12.43.20 7d519ff4

ଏହା ଏହିଭଳି ଗୋଟେ ଘାସ ଯାହାଫଳରେ ପ୍ରତ୍ୟେକ ଜାଗାରେ ଅଛି କିନ୍ତୁ ଆମେ ତାକୁ ଜାଣିପାରୁନେ ଏହା ଦ୍ୱାରା ଲୋକଙ୍କର ଏହି ଘାସ ସଂସ୍ପର୍ଶରେ ଆସିଲେ ଶ୍ୱାସ ରୋଗ, ଚର୍ମ ରୋଗ ସହିତ ଯଦି ଗାଈକୁ ଖାଇବାକୁ ଦିଆ ଯାଏ ତାହେଲେ ଗାଈର କ୍ଷୀର ପିତା ହେବ ସହିତ ମୃତ୍ୟୁ ହୋଇଥାଏ। ଏହିଭଳି ଗୁରୁତ୍ୱପୂର୍ଣ ତଥ୍ୟ ବୈଜ୍ଞାନିକ ପୃଷ୍ଟି ପିଲାମାନଙ୍କୁ କହି ସଚେତନ କରାଇଥିଲେ ଏବଂ ସଭାପତି ପିଲାମାନଙ୍କୁ ଅଭିଭାଷଣ ଦେଇଥିଲେ। ପରିଶେଷରେ ସ୍କୁଲର ପ୍ରଧାନ ଶିକ୍ଷକ ଧନ୍ୟବାଦ ଦେଇ ସଚେତନତା କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply