Home / ମୁଖ୍ୟ ଖବର / କାକଟପୁର ପ୍ରେସ କ୍ଲବର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ।

କାକଟପୁର ପ୍ରେସ କ୍ଲବର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ।

whatsapp image 2025 08 22 at 20.52.16 a8cf9f10

କାକଟପୁର ତା ୨୨/୮, ( ତୁଷାର ଦୀକ୍ଷିତ ) ଗଣତନ୍ତ୍ରରେ ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଏହି ମୂଳ ଲକ୍ଷକୁ ସାକାର କରିବା ପାଇଁ ଏବଂ ସାମ୍ବାଦିକ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀଜିଲ୍ଲା କାକଟପୁରର ଏକ ସଶକ୍ତ ସାମ୍ବାଦିକ ସଂଘ “” କାକଟପୁର ପ୍ରେସ”” କ୍ଲବର ଏକ ସାଧାରଣ ପରିଷଦ ବୈଠକ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ଖୁଣ୍ଟିଆ କନଭେନ୍ସନ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ କାକଟପୁର ପ୍ରେସ କ୍ଲବର କୋର କମିଟିର ସଦସ୍ୟ ମାନଙ୍କୁ ମନୋନୀତ କରାଇଥିବାବେଳେ ଆନୁସଙ୍ଗିକ କାର୍ଯ୍ୟକ୍ରମକୁ ସ୍ଥିରୀକୃତ କରାଯାଇଥିଲା l

whatsapp image 2025 08 22 at 20.52.17 2a42bd5d

ଏଥିସହିତ ଆଇନି ପରାମର୍ଶଦାତା ଭାବେ ବରିଷ୍ଠ ଆଇନୀଜୀବୀ ଅନିଲ କୁମାର ଦୀକ୍ଷିତଙ୍କୁ ମନୋନୀତ କରାଯାଇଥିବାବେଳେ ପରାମର୍ଶଦାତା ଭାବେ ସମାଜସେବୀ ସୁମନ୍ତ ସ୍ୱାଇଁଙ୍କୁ ନାମକୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା l ସଙ୍ଘର ବରିଷ୍ଠ ସାମ୍ବାଦିକ ପ୍ରଦୀପ କୁମାର ପଣ୍ଡା ଙ୍କୁ ସଂଗଠନ ସମ୍ପାଦକ ଦାୟିତ୍ୱ ପ୍ରଦାନ କରାଯିବା ସହିତ ଆଗାମୀ ଦିନରେ ସଚେତନତା ମୂଳକ କାର୍ଯ୍ୟକ୍ରମ, ସାମ୍ବାଦିକ ସୁରକ୍ଷା ଆଇନି ପ୍ରଣୟନ, ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ଆଦି ଦାବୀ ଗୁଡିକୁ ସରକାର ଙ୍କ ନିକଟରେ ପହଞ୍ଚାଇବା ପାଇଁ ଦାବୀ ଉପସ୍ଥାପନ କରାଯିବ l ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ତୁଷାର ରଞ୍ଜନ ଦୀକ୍ଷିତ, ସମ୍ପାଦକ ଆଦିତ୍ୟ କୁମାର ରାଉତ, ସହ ସମ୍ପାଦକ ପ୍ରଭା କୁମାର ଦୀକ୍ଷିତ, ସମରେନ୍ଦ୍ର ଦୀକ୍ଷିତ,କୋଷାଧକ୍ଷ ଭାଗବତ ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ଦୀକ୍ଷିତ,ସଞ୍ଜୟ ପତି, ମାନସ କୁମାର ଦୀକ୍ଷିତ,ପ୍ରଶାନ୍ତ କୁମାର ଜେନା,ସନ୍ତୋଷ ଦାଶ,ପୂର୍ଣଚନ୍ଦ୍ର ପଣ୍ଡା, ପ୍ରଭାସ କୁମାର ପୃଷ୍ଟି, ନୃସିଂହ ବେହେରା, ବ୍ରଜକିଶୋର ସାହୁ, ନିରଞ୍ଜନ ଦାଶ, ଅକ୍ଷୟ ପ୍ରସାଦ ମହାନ୍ତି,ଲୋକନାଥ ସ୍ୱାଇଁ, ଅଭୟ କୁମାର ପୃଷ୍ଟି, ପ୍ରକାଶ ଦାଶ, ଶୁଭଦର୍ଶନ ମିଶ୍ର ସମେତ ତିରିଶି ରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେଇଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply