Home / ମୁଖ୍ୟ ଖବର / ୧୨୭ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥଯାତ୍ରାରେ

୧୨୭ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥଯାତ୍ରାରେ

portalnewsthumbnail

ପୁରୀ ୯/୯ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରେ ପୁରୀ ଜିଲ୍ଲା ରୁ ଆଜି ଅପରାହ୍ନ ରେ ୧୨୭ ଜଣ ବରିଷ୍ଠ ନାଗରିକ ଙ୍କୁ ତୀର୍ଥଯାତ୍ରାରେ ପ୍ରେରଣ କରାଯାଇଛି।ସେମାନେ ଆଜି ଭୁବନେଶ୍ୱର ରେ ରହିବେ ଓ ଆସନ୍ତା କାଲି ବାରାଣସୀ ଅଯୋଧ୍ୟା ଅଭିମୁଖେ ସ୍ବତନ୍ତ୍ର ଟ୍ରେନ ରେ ଯାତ୍ରା କରିବେ।ଏହି ବରିଷ୍ଠ ନାଗରିକ ମାନେ ଅଯୋଧ୍ୟା ଓ ବାରାଣସୀ ପରିଭ୍ରମଣ କରିବା ସହ ଚଳିତ ମାସ ୧୫ ତାରିଖରେ ଫେରି ଆସିବାର କାର୍ଯ୍ୟକ୍ରମ ରହିଛି।ବରିଷ୍ଠ ନାଗରିକ ମାନଙ୍କୁ ସହଯୋଗ ପାଇଁ ୪ ଜଣ ସହକାରୀ ମଧ୍ୟ ସାଥିରେ ଯାଇଛନ୍ତି।

whatsapp image 2025 09 09 at 19.40.18 6e2b3332

ପୂର୍ବାହ୍ନରେ ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ,ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀ ,ସମାଜ ସେବୀ ରାଜୁ ପାତ୍ର ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀ ମାନଙ୍କୁ ପୁଷ୍ପ ଗୁଛ ଦେଇ ଯାତ୍ରାର ଶୁଭ କାମନା କରିଥିଲେ।ଅତିଥି ମାନେ ନଡ଼ିଆ ବାଡେଇ ଯାତ୍ରା ର ସଫଳତା କାମନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଓ ପର୍ଯ୍ୟଟନ କାର୍ଯ୍ଯାଳୟ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ। ନିଜ ନିଜର ଦାୟିତ୍ୱ ଓ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ସହାୟତା ପାଇଁ ଯାଇଥିବା କର୍ମଚାରୀ ମାନଙ୍କ ସୂଚନା ଅନୁସାରେ ପରିଭ୍ରମଣ କରିବାକୁ ତୀର୍ଥଯାତ୍ରୀ ଙ୍କୁ ଅନୁରୋଧ କରା ଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply