କଟକ , ତା- ୨୭.୯.୨୫ରିଖ -ନି:ପ୍ର – କଟକ ବାରବାଟି ଦୁର୍ଗ ସ୍ଥିତ ପ୍ରସିଦ୍ଧ ମାଆ ଗଡ଼ଚଣ୍ଡୀଙ୍କ ମନ୍ଦିର ପ୍ରାଙ୍ଗଣରେ ଆଧ୍ଯାତ୍ମିକ ଚେତନା ପରିଷଦ ତରଫରୁ ସ୍ବାଧ୍ୟାୟ କାର୍ଯ୍ୟକ୍ରମ ସହିତ ଏକ ଭକ୍ତିମୟ ପରିବେଶରେ ମାଆଙ୍କର ପୂଜାର୍ଚ୍ଚନା କରାଯାଇଥିଲା।

ଏହି ଅବସରରେ ଜିଲ୍ଲା ଦୌରାଜଜ୍ କୋର୍ଟର ଅବସରପ୍ରାପ୍ତ ସୁପରିଟେଣ୍ଡେଣ୍ଟ ତଥା ସମାଜସେବୀ,ପ୍ରାବନ୍ଧିକ ନିବାସ ଚନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ତଥା ଉତ୍କଳ ଗ୍ରାମ ସ୍ବରାଜ୍ୟର ସଭାପତି କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଧ୍ଯାତ୍ମିକ ସଭାରେ ବିଶିଷ୍ଟ ଅତିଥି ସର୍ବଶ୍ରୀ ସମାଜସେବୀ ଡାକ୍ତର ଦୀପକ ରାଜ,ଆଡଭୋକେଟ ସଂଯୋଜ ସାମନ୍ତରାୟ,କବିଭୂଷଣ କିଶୋର କୁମାର ପଣ୍ଡା,କବି ଅଦୈତ ଚରଣ ନାୟକ,ସାରସ୍ବତ ସାଧକ ବିଶିଷ୍ଟ କବି ବଂଶୀଧର ମହାପାତ୍ର, ନୀଳଚକ୍ରର ମର୍କତ ନଗର ଶାଖାର ସଭାପତି ମୁରଲିଧର ଶତପଥୀ,ପଞ୍ଚମୁଖୀ ମଣ୍ଡଳର ସଭାପତି ସମରେଶ ଭୂୟାଁ,କବୟତ୍ରୀ ସଂଯୁକ୍ତା ବେହେରା,ଆଧ୍ୟାତ୍ମିକ ଚ୍ୟାନେଲ ୟୁଟ୍ୟୁବର୍ ବାପୁନି ପ୍ରଧାନ,ବିଶିଷ୍ଟ ସଂଗଠକ ଓ ସମାଜସେବୀ ସହଦେବ ପରିଡା,ଡାକ ବିଭାଗର ବରିଷ୍ଠ ଅଧିକାରୀ ତଥା ଆଧ୍ଯାତ୍ମିକ ସାଧକ ଅନାଦି ଚରଣ ନାୟକ ଅଧ୍ୟାପକ କୃତିବଲ୍ଲଭ,ପ୍ରଭାତୀ ମହାରଥି,ସୀମାଞ୍ଚଳ ଦାସ,ଅଜୟ କୁମାର ଦାସ,ପ୍ରଶାନ୍ତ କୁମାର ସେଣ୍ଡ ପ୍ରମୁଖଙ୍କ ଉପସ୍ଥିତିରେ ଆଧ୍ଯାତ୍ମିକ ଭଜନମାଳା “ନୈବେଦ୍ୟ”ର ତୃତୀୟ ସଂସ୍କରଣ ଲୋକାର୍ପିତ ହୋଇଯାଇଛି।ଏହା ସହିତ ଅତିଥିମାନେ ଚେତନାଧର୍ମୀ ଆଧ୍ଯାତ୍ମିକ ପତ୍ରିକା “ବିଭୁବୈଭବ”ରପ୍ରତିଷ୍ଠାତା ସମ୍ପାଦକ ଲୋକଶିକ୍ଷକ ଡ. ଲଷ୍ମୀପ୍ରସାଦ ଆଚାର୍ଯ୍ଯଙ୍କର ଜନ୍ମଦିନ ମାଙ୍ଗଳିକ ପରିବେଶରେ ପାଳନ କରିଥିଲେ।











