Home / ମୁଖ୍ୟ ଖବର / ଶତାବ୍ଦୀ ବର୍ଷରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଜୟା ଦଶମୀ ଉତ୍ସବ ପାଳିତ।

ଶତାବ୍ଦୀ ବର୍ଷରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଜୟା ଦଶମୀ ଉତ୍ସବ ପାଳିତ।

whatsapp image 2025 09 28 at 20.47.25 22c3a14f

ନ଼ୟାଗଡ,ତା- ୨୮.୯.୨୫ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ -ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ନୟାଗଡର ନୀଳମାଧବ କଲ୍ୟାଣ ମଣ୍ଡପରେ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି। ୧୦୦ରୁ ଉର୍ଦ୍ଧ୍ବ ସ୍ଵୟଂସେବକ ଓ ଶୁଭେଚ୍ଛୁ ମାନେ ଏହି ଭବ୍ୟ ଉତ୍ସବରେ ଯୋଗ ଦେଇଥିଲେ।

whatsapp image 2025 09 28 at 20.48.57 e8b49f5b

ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଜିଲ୍ଲା ପ୍ରାଣୀସମ୍ପଦ ବିଭାଗର ମୁଖ୍ୟ ଶ୍ରୀ ଭାଗିରଥି ବିଶ୍ଵାଳ ଏବଂ ମୁଖ୍ୟ ବକ୍ତା ଭାବେ ନୟାଗଡ ଜିଲ୍ଲାର ଜିଲ୍ଲା ସଂଘଚାଳକ ମାନନୀୟ ଶ୍ରୀ ସୁକାନ୍ତ ରଣସିଂହ ଓ ନଗର ସଂଘଚାଳକ ଶ୍ରୀ ଦୟାନିଧି ରଥ ମଞ୍ଚରେ ଉପସ୍ଥିତ ଥିଲେ। ନଗର କାର୍ଯ୍ୟବାହ ଶ୍ରୀ ନରସିଂହ ସାହୁ ସମସ୍ତଙ୍କ ପରିଚୟ ପ୍ରଦାନ କରିଥିଲେ। ପରେ ସ୍ୱୟଂସେବକ ମାନଙ୍କ ଦ୍ଵାରା ଶାରୀରିକ ପ୍ରଦର୍ଶନ ହୋଇଥିଲା।ପରେ ମୁଖ୍ୟ ବକ୍ତା ଶ୍ରୀ ରଣସିଂହ ସଂଘ ୧୦୦ ବର୍ଷରେ ସମାଜ ପାଇଁ ଅବଦାନ ଏବଂ ଆଗାମୀ ଲକ୍ଷ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ । ଏ ନେଇ ଜିଲ୍ଲା ପ୍ରଚାର ପ୍ରମୁଖ ରାହୁଲ ରଞ୍ଜନ ଚୌଧୁରୀ ସୂଚନା ଦେଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply