Home / ମୁଖ୍ୟ ଖବର / ଶ୍ରୀମନ୍ଦିର ରେ ଦେବ ଦୀପାବଳି ନୀତି, ସିଂହଦ୍ୱାର ନିକଟରେ “ଦେବ ଦୀପାବଳୀ ମହୋତ୍ସବ”ଅନୁଷ୍ଠିତ

ଶ୍ରୀମନ୍ଦିର ରେ ଦେବ ଦୀପାବଳି ନୀତି, ସିଂହଦ୍ୱାର ନିକଟରେ “ଦେବ ଦୀପାବଳୀ ମହୋତ୍ସବ”ଅନୁଷ୍ଠିତ

whatsapp image 2025 11 19 at 21.35.25 e1edee16

ପୁରୀ,୧୯/୧୧/୨୦୨୫ – ଶ୍ରୀମନ୍ଦିର ରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ”ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହୋଇଯାଇଛି |ମହାପ୍ରଭୁ ନିଜର ପିତୃ ପୁରୁଷ ଙ୍କ ଉଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ କରିଛନ୍ତି | ସନାତନ ଧର୍ମରେ ମାନବ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଅନ୍ତି । ମହାପ୍ରଭୁ ମଧ୍ଯ ତାଙ୍କ ପିତୃପୁରାଚ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଅନ୍ତି । ଦୀପାବଳୀରେ ପ୍ରତ୍ୟେକ ସନାତନୀ ତାଙ୍କ ପିତୃ ପୁରୁଷ ଙ୍କ ଉଦ୍ଦେଶ୍ୟରେ ଦୀପଦାନ କରନ୍ତି । ମହାପ୍ରଭୁ ମଧ୍ଯ ତାଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟ ରେ ଦୀପଦାନ କରନ୍ତି । ମହାପ୍ରଭୁ ପାଳନ କରୁଥିବା ଦୀପାବଳୀକୁ “ଦେବ ଦୀପାବଳୀ” କୁହାଯାଏ । ଏହା ୩ଦିନ ଧରି ମାର୍ଗଶିର କୃଷ୍ଣ ଚତୃର୍ଦ୍ଦଶୀ, ମାର୍ଗଶିର ଅମାବାସ୍ୟା ଓ ମାର୍ଗଶିର ଶୁକ୍ଳ ପ୍ରତିପଦା ଏହି ତିନୋଟି ତିଥ୍ୟରେ ଶ୍ରୀମନ୍ଦିରରେ “ଦେବ ଦୀପାବଳୀ” ପାଳନ ହୁଏ ।

whatsapp image 2025 11 19 at 21.35.25 e1edee16

୧ମଦିନ ମାର୍ଗଶୀର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ- କଶ୍ୟପ ଓ ଅଦିତିଙ୍କ ଉଦେଶ୍ୟ ରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରାଦ୍ଧ ଓ ଦୀପଦାନ କରିଛନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ଓ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ସ୍ଵତନ୍ତ୍ର ପାଳନ ହୋଇଯାଇଛି। ମହାଦୀପ ଜାଳୁଥିବା ଚୂନରା ସେବାୟତ ଶ୍ରୀମନ୍ଦିର ଚୁଡ଼ାରେ ଦୀପମାନ ରଖିଥିଲେ । ଏହି ଅବସରରେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଉତ୍ସବ ମୁଖର ହୋଇଥିଲା । ମହାପ୍ରଭୁଙ୍କ ଏହି ଶ୍ରାଦ୍ଧ ଉତ୍ସବରେ ଉକ୍ତମାନେ ମଧ୍ଯ ଅତ୍ୟନ୍ତ ଉତ୍ସାହରେ ନିଜକୁ ସାମିଲି କରିଛନ୍ତି । ଭକ୍ତମାନଙ୍କୁ ଏହି ଉତ୍ସବରେ ସାମିଲି କରିବା ନିମନ୍ତେ ଶ୍ରୀମନ୍ଦିର ଛତିଶାନିଯୋଗ ନାୟକଙ୍କ ଉଦ୍ୟମରେ ଶ୍ରୀମନ୍ଦିର ଭିତି, ନୀତି ଓ ପରମ୍ପରାର ପୁନଃରୁଦ୍ଧାର ଓ ସୁରକ୍ଷା ପାଇଁ କାର୍ଯ୍ୟକରୁଥିବା “ଶ୍ରୀଜଗନ୍ନାଥ ସେବା ସଂସ୍ଥାନ ଆନୁକୂଲ୍ୟରେ ତିନିଦିନ ବ୍ୟାପୀ “ଦେବ ଦୀପାବଳୀ ମହୋତ୍ସବ” ଆୟୋଜିତ ହୋଇଛି ।

ମହୋତ୍ସବର ପ୍ରଥମ ଦିବସ ୧୯ ନଭେମ୍ବର ୨୫ ରିଖ ବୁଧବାର ଦିନ ସକାଳ ୧୦ ରୁ ଦିବା ୨ ଘଟିକା – ପ୍ରତିଭା ଚୟନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |୭ରୁ ରାତ୍ର ୧୦ ଘଟିକା ମଧ୍ୟରେ ପୁରସ୍କାର ପ୍ରଦାନ ଓ “ଶ୍ରୀଜଗନ୍ନାଥ ସଂସ୍କୃତି” ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ସର୍ବ ଶେଷରେ ଭକ୍ତ ମାନଙ୍କୁ ପ୍ରସାଦ ବିତରଣ ହୋଇଥିଲା|
ମହୋତ୍ସରେ ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଜୀ,ନେବଳ ଦାସ ମଠ ମହନ୍ତ ଡ ରାମଚରଣ ଦାସ ଜୀ ମହାରାଜ, ମହିପ୍ରକାଶ ମଠ ମହନ୍ତ ଶୁଭାନନ୍ଦ ପୁରୀ ଜୀ ମହାରାଜ,ସୁଆର ମହାସୁଆର ନିଯୋଗ ସମ୍ପାଦକ ଗଣେଶ ମହାସୁଆର ଙ୍କ ସମେତ, ସମସ୍ତ ମଠର ମଠା ଧୀଶ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ |

SPREAD YOUR LOVE WITH YOUR FRIENDS AND FAMILY

Leave a Reply