Home / ମୁଖ୍ୟ ଖବର / ତପୋବନ ଆଦର୍ଶ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା

ତପୋବନ ଆଦର୍ଶ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା

whatsapp image 2025 11 23 at 19.52.52 c2274d83

୨୩/୧୧/୨୦୨୫ – ସ୍ଥାନୀୟ ତପୋବନ ଆଦର୍ଶ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ବିଶ୍ବମ୍ବର ବିଦ୍ୟାପୀଠ ପରିସର ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପୁରୀ ଶିକ୍ଷାଜିଲ୍ଲା ମଣ୍ଡଳ ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

whatsapp image 2025 11 23 at 19.52.54 51380ae0

ସମ୍ମାନିତ ଅତିଥି ଭାବେ ପ୍ରଫେସର ଦେବରାଜ ପ୍ରଧାନ,ପଣ୍ଡିତ ପ୍ରମୋଦ କୁମାର ଦାସ ଓ ଅନୁଷ୍ଠାନ ପ୍ରତିଷ୍ଠାତା ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ସଭାପତିତ୍ୟରେ କ୍ରୀଡା ପ୍ରତିଯୋଗିତା ର ଉଦଘାଟନ ହୋଇଥିଲା।ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅନ୍ନପୂର୍ଣ୍ଣା ପାଣି ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଦୁଇଟି ଗ୍ରୁପ ରେ ବିଭକ୍ତ ହୋଇ ପିଲାମାନେ ତାଙ୍କର ବହୁମୁଖୀ କ୍ରୀଡା କୌସଲ ଦେଖାଇ ଥିଲେ। ଆଧୁନିକ ଯୁଗରେ ସ୍ବାସ୍ଥ୍ୟ ରକ୍ଷା ଶିକ୍ଷାର ଏକ ଅପରିହାର୍ଯ୍ୟ ଅଙ୍ଗ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।ମାନସିକ ସ୍ତରରେ ଭାରାକ୍ରାନ୍ତ ହୋଇ ଛାତ୍ର ଛାତ୍ରୀ ମାନେ ଅନେକ ସମୟରେ ମୂଲ୍ୟବାନ ଜୀବନ କୁ ଭିନ୍ନ ଏକ ଦିଗରେ ନେଇ ଯାଉଥିବାରୁ , ସୁସ୍ଥତା ପାଇଁ ,ମାନଙ୍କୁ ସନ୍ତୁଳିତ କରି ଲକ୍ଷ ପଥରେ ନେବାକୁ ଆଜିର ଆହ୍ବାନ ବୋଲି ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ମତବ୍ୟକ୍ତ କରିଥିଲେ। 100 ,50 ମିଟର ଦୌଡ଼, ଗଣିତ , ଆଖିବନ୍ଦ, ଡ୍ରିଲ, ଇତ୍ୟାଦି ପ୍ରତିଯୋଗିତା ମାନ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ପ୍ରକାଶ ଦାସ, ଦିନମଣି ବଳ,ନିବେଦିତା ବାରିକି,ସୋନୁ ମିସ, ପ୍ରଭାତୀ ମିସ, ଲକ୍ଷ୍ମୀ ମାଉସୀ,ରେବତୀ ମାଉସୀ,ଇତ୍ୟାଦି ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply