Home / ମୁଖ୍ୟ ଖବର / ଦିବ୍ଯାଙ୍ଗ ବସନ୍ତ ଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ପ୍ରଶାସନ

ଦିବ୍ଯାଙ୍ଗ ବସନ୍ତ ଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ପ୍ରଶାସନ

whatsapp image 2025 12 09 at 16.47.06 24d71c2e

ପୁରୀ ୯/୧୨ ପୁରୀ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଗତ ୩ ତାରିଖରେ ଅନୁଷ୍ଠିତ ହୋଇଥିଲା ଟାଉନ ହଲ ଠାରେ।ଉତ୍ସବରେ ନିମାପଡା ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ଶତକଡ଼ା ଶହେ ଭାଗ ଦୃଷ୍ଟି ବାଧିତ ରାଜନୀତି ବିଜ୍ଞାନ ର ଅଧ୍ୟାପକ ବସନ୍ତ କୁମାର ସେଠୀ ଙ୍କୁ ସମ୍ବର୍ଦ୍ଧିତ ପାଇଁ ସ୍ଥିର ହୋଇଥିଲା।ତେବେ କୌଣସି କାରଣ ବଶତଃ ବସନ୍ତ ସେଦିନ ଅନୁପସ୍ଥିତ ଥିବାରୁ ଆଜି ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ବସନ୍ତ ଙ୍କୁ ତାଙ୍କର ଦୃଢ଼ ଇଛା ଶକ୍ତି, ନିଷ୍ଠା ଓ ସଂଘର୍ଷ କରି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ସେଥିପାଇଁ ପ୍ରଶଂସା କରିବା ସହ ସମ୍ବର୍ଦ୍ଧିତ କରିଥିଲେ।ନିଜ ପ୍ରତିକ୍ରିୟା ରେ ନିମାପଡା ବ୍ଲକ କୁଆଁସ ଗ୍ରମରେ ଜନ୍ମି ଥିବା ବସନ୍ତ ବାପା ମାଆଙ୍କ ଆଶୀର୍ବାଦ, ପ୍ରେରଣା ଓ ଅନ୍ୟ ଗୁରୁଜନଙ୍କ ସହଯୋଗ ରେ ଏ ପର୍ଯ୍ୟନ୍ତ ଆସି ପାରିଛନ୍ତି ବୋଲି କହିଥିଲେ।ସେ ପିଲା ବେଳେ ଭୁବନେଶ୍ୱର ଭୀମଭୋଇ ଦୃଷ୍ଟି ହୀନ ବିଦ୍ୟାଳୟରେ ଅଧ୍ୟୟନ ପରେ ସେଠାରୁ ପାଶ କରି ବିଜେବି କଲେଜ ରେ ଯୁକ୍ତ ଦୁଇ ଏବଂ ଗ୍ରାଜୁଏସନ ଓ ଉତ୍କଳ ୟୁନିଭରସିଟରେ ପିଜି ପରେ ନିମାପଡା କଲେଜରେ ଅଧ୍ୟାପକ ଭାବେ ବର୍ତ୍ତମାନ ଅବସ୍ଥାପିତ ହୋଇଛନ୍ତି।ମହାବିଦ୍ୟାଳୟ ରେ ସମସ୍ତଙ୍କ ସହଯୋଗ, ଭଲପାଇବା ଓ ସମ୍ମାନ ତାଙ୍କୁ ଉଦବୁଦ୍ଧ କରିଛି ବୋଲି ସେ କହିବା ସହ ତାଙ୍କୁ ସହଯୋଗ ଦେଇଥିବା ସମସ୍ତଙ୍କୁ ସେ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନମିତା ଚାନ୍ଦ, ଅତିରିକ୍ତ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply