Home / ସାମାଜିକ / କାକଟପୁର ହାଇସ୍କୁଲ ର ୧୯୯୦ ମସିହା ବ୍ୟାଚ ର ବନ୍ଧୁ ମିଳନ

କାକଟପୁର ହାଇସ୍କୁଲ ର ୧୯୯୦ ମସିହା ବ୍ୟାଚ ର ବନ୍ଧୁ ମିଳନ

କାକଟପୁର ୫/୦୨/୨୦୨୫ ( ତୁଷାର ଦୀକ୍ଷିତ ) କାକଟପୁର ହାଇସ୍କୁଲ ର ପୁରାତ୍ତନ ଛାତ୍ର ମାନଙ୍କୁ ନେଇ କାକଟପୁର ମୋତି ମଣ୍ଡପ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି, ସେତେବେଳ ପଢ଼ୁଥିବା ଶିକ୍ଷା ଓ ଶିକ୍ଷକ ଙ୍କ ବିଷୟରେ ଆଲୋଚନା କରିବା ସହିତ ପରସ୍ପର ଭିତରେ ଭାବର ଆଦାନ ପ୍ରଦାନ ହୋଇଥିଲା,ଆର ପାରିକୁ ଚାଲି ଯାଇଥିବା ସ୍କୁଲ ସାଙ୍ଗ ଓ ଶିକ୍ଷକ ମାନଙ୍କ ପାଇଁ ୨ ମିନିଟ ନୀରବ ପାର୍ଥନା କରିବା ପରେ ପରସ୍ପର ନିଜ ଭିତରେ ଥିବା ସେଇ ସ୍କୁଲ ଜୀବନର ପୁରୁଣା ସ୍ମୁତି କୁ ସାଉଁଟି ଥିଲେ, ସେତେବେଳର ଶିକ୍ଷକ ମାନଙ୍କ ଭିତରେ ଥିବା ଛାତ୍ର ମାନଙ୍କୁ ଭଲ ପାଇବା ଓ ସେତେବେଳେ ର ଶିକ୍ଷା ଦାନ ବର୍ତମାନ ର ଶିକ୍ଷାଦାନ ଉପରେ ଆଲୋଚନା ହୋଇଥିଲା, ସ୍କୁଲ କୁ ଆସୁଥିବା ସରକାରୀ ଅନୁଦାନ ଓ ଶିକ୍ଷା ପ୍ରଦାନରେ ବର୍ତମାନ ଶିକ୍ଷକ ମାନଙ୍କର ଭୂମିକା ଉପରେ ଆଲୋକ ପାତ ହୋଇଥିଲା , ଏବଂ ପରସ୍ପର ଭିତରେ ସମସ୍ତଙ୍କର ପିଲା ମାନଙ୍କ ବିଷୟରେ ଆଲୋଚନା ମଧ୍ୟ ହୋଇଥିଲା , ପୁଣି କିଏ କେତେବେଳେ କେଉଁ ସାର ଙ୍କ ଠାରୁ ମାଡ଼ ଖାଇବା ସ୍କୁଲ କୁ ନ ଆସି ବାଟରେ ବ୍ୟାଗ କୁ ଥୋଇ ପାଣିରେ ବୁଡିବା ଓ ଅମରୀ ବାଇଗବା ଛାଟ ଆଜି ବି ମନେ ପଡେ ବୋଲି ଆଲୋଚନା କରିଥିଲେ, ତେବେ ଯାହା ହେଉ ସମସ୍ତେ ଯଦି ବା ୫୦ ବର୍ଷ ରୁ ଉର୍ଦ୍ଧ ବୟସରେ ଉପନିତ ତଥାପି ବି ମନରେ ଦମ୍ଭ ରହିଛି ଆର ବର୍ଷ କୁ ପୁଣି ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ମତ ଦେଇଥିଲେ ଏହି କାର୍ଯ୍ୟକ୍ରମ ରେ ନଳିନୀ କାନ୍ତ ଦୀକ୍ଷିତ, ମାନସ କୁମାର ଦୀକ୍ଷିତ, କମଳ ଲୋଚନ ଦୀକ୍ଷିତ, ସୌମ୍ୟକାନ୍ତ ଖୁଣ୍ଟିଆ,ଦିଲ୍ଲୀପ କୁମାର ବରାଳ, ଦେବେନ୍ଦ୍ର ସ୍ୱାଇଁ, ଦେବାଶିଷ ମହାନ୍ତି, ମହେଶ୍ୱର ବେହରେ, ଶେଖ ହସନ, ଜିତେନ୍ଦ୍ର ମହାନ୍ତି, ଯୁଗାନ୍ତ ନାରାୟଣ ତ୍ରିପାଠୀ, ସୁଦର୍ଶନ ସାହୂ, ଧୀରେନ୍ଦ୍ର ଚାନ୍ଦ,ଙ୍କ ସମେତ ପ୍ରାୟ ୪୦ ରୁ ଉର୍ଦ୍ଧ ସାଙ୍ଗମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY