Home / ମୁଖ୍ୟ ଖବର / ସତ୍ୟନାରାୟଣ ୟୁଥ କ୍ଲବର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ସତ୍ୟନାରାୟଣ ୟୁଥ କ୍ଲବର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

whatsapp image 2026 01 03 at 8.20.23 pm

କାକଟପୁର ତା ୩/୧, ( ତୁଷାର ଦୀକ୍ଷିତ ) କାକଟପୁର ବ୍ଲକ ଅଧିନସ୍ଥ ଶୁକପୋଖରୀସ୍ଥିତ ସତ୍ୟନାରାୟଣ ୟୁଥ କ୍ଲବର ୩୬ ତମ ବାର୍ଷିକ ଉତ୍ସବ ଓ ୨୬ତମ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ କୁତ୍ତାମଚଣ୍ଡୀ ପୀଠରେ ଅନୁଷ୍ଠିତ ହୋଇଯାଇଛି l କ୍ଲବର ସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳଙ୍କ ପୌରୋହିତ୍ୟରେ ଆହୁତ ବୈଠକରେ ସମସ୍ତ ସଦସ୍ୟ ମାନେ ଚଳିତ ବର୍ଷ ବାର୍ଷିକ ଉତ୍ସବ ଓ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତାକୁ ସରସ ସୁନ୍ଦର କରିବା ସହିତ ଇଛୁକ ନାଟ୍ୟ ସଂସ୍ଥା ମାନେ ତୁରନ୍ତ ପ୍ରତିଯୋଗିତା ରେ ଭାଗନେବା ପାଇଁ ଅନୁଷ୍ଠାନର ସମ୍ପାଦକ ଚିତ୍ତରଞ୍ଜନ ମିଶ୍ରଙ୍କ ମୋବାଇଲ ନମ୍ବର ୯୧୭୮୮୩୮୮୯୬ ଓ ନାଟ୍ୟସମ୍ପାଦକ ଦୁର୍ଗାଚରଣ ମହାନ୍ତିଙ୍କ ମୋବାଇଲ ନମ୍ବର ୯୯୩୭୪୦୬୮୯୯ ରେ ଯୋଗାଯୋଗ କରିବାକୁ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି l ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର ଗ୍ରହଣ କଲେ ୫୦ ହଜାର ଟଙ୍କା, ମାନପତ୍ର ସହିତ ସିଲ ଏବଂ ଦ୍ଵିତୀୟ କୃତି ପ୍ରତିଯୋଗୀଙ୍କୁ ୩୦ ହଜାର ଟଙ୍କା, ମାନପତ୍ର ଏବଂ ସିଲ ପୁରସ୍କାର ଭାବେ ପ୍ରଦାନ କରାଯିବା ପାଇଁ ସ୍ଥିର କରାଯଇଛି l ଉକ୍ତ ବୈଠକ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଛବି ପରିଡା, ପ୍ରତାପ ଦାଶ ଏବଂ ଅଭୟ ନାୟକଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply