ନୟାଗଡ଼,ତା-୨୪.୧.୨୬ରିଖଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ। ନୟାଗଡ଼ ଖେଳ ପଡିଆରେ ଚାଲିଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଥିଲା ୨ୟ ତଥା ଅନ୍ତିମ ସେମିଫାଇନାଲ ମ୍ୟାଚ। ଏଥିରେ ପରସ୍ପରକୁ ଭେଟିଥିଲେ ଓଡ଼ିଶା ପୋଲିସ କଟକ ଏବଂ ମଙ୍ଗଳା କ୍ଳବ୍ କଟକ ଦଳ। ସେମିଫାଇନାଲ ମ୍ୟାଚ ଫାଇନାଲ ମ୍ୟାଚ ଭଳି ସଂଘର୍ଷ ପୂର୍ଣ୍ଣ ହୋଇଥିଲା। ବିଧାୟକ ଡ଼ଃ ଅରୁଣ କୁମାର ସାହୁ ମଞ୍ଚ ଉପରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

ଅତିଥି ମାନଙ୍କ ଭିତରେ ଏସ କେ ଅତାହର୍ ଏମ ଡି ଓରିପ୍ଲାଷ୍ଟ ପାଇପ୍ , ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ତାପସ ରଂଜନ ପାଢ଼ୀ , ଜିଲ୍ଲା ଆମ୍ବେଦକର ମହାସଂଘର ସଭାପତି ସୁଧୀର ମୁଖୀ, ଅଳକା ଡ୍ରେସ୍ ସୋରୁମ ର ମାଲିକ ରାଧେଶ୍ୟାମ ମେହେତା୍ , ହାନାନ ଖାଁ ସିନ୍ଦୁରିଆ ଗ୍ରାମ କମିଟି ସମ୍ପାଦକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳର ପ୍ରଥମାର୍ଦ୍ଧରେ ଉଭୟ ଦଳର ଖେଳାଳି ମାନଙ୍କ ସହ ପଡିଆ ମଧ୍ୟରେ କର ମର୍ଦ୍ଦନ କରିଥିଲେ । ମୁଖ୍ୟ ରେଫରୀ ଭାବେ ଜ୍ୟୋତି ରଞ୍ଜନ ସ୍ବାଇଁ ଖେଳ ପରିଚାଳନା କରିଥିଲେ । ତାଙ୍କୁ ସହାୟତା କରିଥିଲେ ପ୍ରସନ୍ନ କୁମାର ନାୟକ ଓ ସରୋଜ ମହାରଣା ଏବଂ ଚତୁର୍ଥ ରେଫରୀ ଭାବେ ରାଜୁ ମହାନ୍ତି କାର୍ଯ୍ୟ ସମ୍ପାଦନ କରିଥିଲେ। ସାମ୍ବାଦିକ ରାମକୃଷ୍ଣ ରଥ ଓ ଅଧ୍ୟାପକ ଆଶୁତୋଷ ମିଶ୍ର ଧାରା ବିବରଣୀ ପ୍ରଦାନ କରିଥିଲେ।

ବହୁ ସଂଖ୍ୟାରେ ଦର୍ଶକ ପଡିଆର ଚାରିପଟେ ରହି ଖେଳ ଉପଭୋଗ କରିବା ସହ କରତାଳି ଓ ହୋ ହାଲ୍ଲା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅପର ପକ୍ଷରେ ୭୮୬ ୟୁଥ୍ କ୍ଳବର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିବା ବେଳେ ମ୍ୟାଚ୍ କମିଶନର ଆଲୋକ କୁମାର ଦାଶ, ଜୁରି କମିଟି ସଭାପତି ଅମୀୟ ମୋହନ ସାହୁ ଓ ସମ୍ପାଦକ ସାରଦା ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କ ମାନ ନିର୍ଦ୍ଧାରଣ କରୁଥିଲେ ଏବଂ ସେହିଭଳି ୭୮୬ କ୍ଳବ୍ ତରଫରୁ ଡ. ସୋନି ପ୍ରତ୍ୟେକ ଟି ଦିବସରେ ଆହତ ଖେଳାଳି ମାନଙ୍କୁ ତାଙ୍କ ଟିମ୍ ସହ ତୁରନ୍ତ ପ୍ରାଥମିକ ସେବା ଯୋଗାଇବା ଜାରି ରଖିଛନ୍ତି । ତା୨୬.୦୧.୨୬ ରିଖ ପବିତ୍ର ସାଧାରଣତନ୍ତ୍ର ଦିବସରେ ଭଞ୍ଜନଗର ଦଳ ସହିତ ମଙ୍ଗଳା କ୍ଳବ୍ କଟକ ଦଳ ଫାଇନାଲ ଖେଳରେ ମୁହାଁ ମୁହିଁ ହେବେ। ମଙ୍ଗଳା କ୍ଳବ୍ କଟକ ଦଳର ୧୦ ନମ୍ବର ଜର୍ସିରେ ଥିବା ଖେଳାଳି ଦୀନବନ୍ଧୁ ଦାସ ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଶେଷରେ ମଙ୍ଗଳା କ୍ଳବ୍ କଟକ ୩ – ୦ ଗୋଲରେ ବିଜୟୀ ହୋଇଥିଲା।











