Home / ମୁଖ୍ୟ ଖବର / ନୟାଗଡ଼ କପ୍ ପ୍ରଦର୍ଶନୀ ମ୍ୟାଚରେ ନୟାଗଡ଼ ମର୍ଣ୍ଣିଙ୍ଗ୍ କ୍ଳବ୍ ଚାମ୍ପିଅନ।

ନୟାଗଡ଼ କପ୍ ପ୍ରଦର୍ଶନୀ ମ୍ୟାଚରେ ନୟାଗଡ଼ ମର୍ଣ୍ଣିଙ୍ଗ୍ କ୍ଳବ୍ ଚାମ୍ପିଅନ।

whatsapp image 2026 01 27 at 9.56.42 am

ନୟାଗଡ଼,ତା -୨୫.୧.୨୬ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ। ନୟାଗଡ଼ କପ୍ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ପୂର୍ବ ଦିନ ବିରାମ ଦିବସରେ ଏହି ଖେଳ ପଡିଆ ଠାରେ ୭୮୬ ସିନ୍ଦୂରିଆ ଆଥଲେଟିକ ଆସୋସିଏସନ୍ ପକ୍ଷରୁ ଏକ ପ୍ରଦର୍ଶନୀ ମ୍ୟାଚ୍ ଆୟୋଜିତ ହୋଇଥିଲା ।

image
image

ନୟାଗଡ଼ ମର୍ଣିଂ କ୍ଳବ୍ ଏବଂ କୋଲଷ୍ଟାର କ୍ଳବ୍ ରାଜ ପାଟଣା ଏହି ମ୍ୟାଚରେ ପରସ୍ପରକୁ ଭେଟିଥିଲେ। ପୁରୁଣା ସହର ଟୁଟୁ ସେଠୀ ଏଥିରେ ରେଫରି ଭାବେ ଖେଳ ପରିଚାଳନା କରିଥିଲେ। ଉଭୟ ପଟୁ ଆକ୍ରମଣ ଓ ପ୍ରତି ଆକ୍ରମଣ ଜାରି ରହିଥିଲା। ଶେଷରେ ଏହି ଖେଳରେ ୭୮୬ କ୍ଳବର ସଭାପତି ଶେଖ୍ ୟୁସୁଫ, ଶେଖ୍ ନଇମ୍ ,ହଜରତ ଅଲ୍ଲୀ ଖାଁ, ଶରିଫ ଖାଁ, ପୂର୍ବତନ କ୍ରୀଡ଼ା ଶିକ୍ଷକ ଅମୀୟ ମୋହନ ସାହୁ, ଅଶେଷ କୁମାର ଦାସ, ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ, ସାମ୍ବାଦିକ ଗୋକୁଳ ଷଡ଼ଙ୍ଗୀ ଓ ସାମ୍ବାଦିକ ଭାସ୍କର ଚନ୍ଦ୍ର ସ୍ବାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଧାରା ବିବରଣୀ ପ୍ରଚାର କରିଥିଲେ ହଜରତ ଅଲ୍ଲୀ ଖାଁ। ତେବେ ଶେଷ ପର୍ଯ୍ୟନ୍ତ ଖେଳ ଅମିମାଂସୀତ ରହିଥିଲା ଏବଂ ଟ୍ରାଇବେକର ସହାୟତା ନିଆ ଯାଇଥିଲା । ୟା ମଧ୍ୟରେ ସଡନ୍ ଡେଥରେ ନୟାଗଡ଼ ମର୍ଣି କ୍ଳବ୍ ଗୋଟିଏ ଗୋଲରେ ବିଜୟୀ ହୋଇ ଟ୍ରଫି ଗ୍ରହଣ କରିଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply