Home / ଶିକ୍ଷା / ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ରୋୖପ୍ୟ ଜୟନ୍ତୀ ସମାରୋହ ଚରିତ୍ର ଗଠନରେ ବିଦ୍ୟାଳୟର ଭୂମିକା ଗୁରୁତ୍ୱ ପୂର୍ଣ୍ଣ

ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ରୋୖପ୍ୟ ଜୟନ୍ତୀ ସମାରୋହ ଚରିତ୍ର ଗଠନରେ ବିଦ୍ୟାଳୟର ଭୂମିକା ଗୁରୁତ୍ୱ ପୂର୍ଣ୍ଣ

kakatpur

କାକଟପୁର ତା ୨୩ / ୨ ( ତୁଷାର ଦୀକ୍ଷିତ ) କାକଟପୁର ଠାରେ ଅବସ୍ଥାପିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ତାର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ କଟକଣା ସ୍ଥିତ କ୍ରିକେଟ ପଡିଆରେ ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ସମାରୋହ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି l ଶିକ୍ଷାନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ଚାରିଛକ ନିଗମାନନ୍ଦ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ ଅଶୋକ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆହୁତ ସଭାରେ ଅତିଥିଭାବେ ରତନପୁର ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ପରିଡା , କାକଟପୁର ବ୍ଳକ ଶିକ୍ଷାଅଧିକାରୀ ଦିଲ୍ଲୀପ କୁମାର ଜେନା , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଚିତ୍ରା ନନ୍ଦ ପାତ୍ର , ଏୟାରମ୍ୟାନ ଗ୍ରୁପ ଅଫ କମ୍ପାନୀର ସିଇଓ ଇଫତେକାର ଅଲ୍ଲୀ ଖାନ , ଜାଵଜା ହସହିସ ଅବଦୁଲ୍ଲା ଟ୍ରଷ୍ଟର ଅଧ୍ୟକ୍ଷ ସଫଦାର ହାସିମ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ l କଠିନ ପରିଶ୍ରମ ଛାତ୍ର ଛାତ୍ରୀମାନଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବ , ଚରିତ୍ର ଗଠନରେ ବିଦ୍ୟାଳୟର ଭୂମିକା ଅତି ଗୁରୁତ୍ୱ ପୂର୍ଣ୍ଣ l ପ୍ରାଥମିକ ଶିକ୍ଷା ହିଁ ଭବିଷତ୍ୟ ଗଢିତୋଳିବାରେ ସହାୟକ ହୋଇଥାଏ l

kakatpur1

ଏଣୁ ଏହି ମଣିଷ ଗଢ଼ା କାରଖାନାରେ ଅଧ୍ୟୟନରତ କୁନି କୁନି ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ଯେଉଁ ରୂପରେ ଗଢି ତୋଳିବାକୁ ଚେଷ୍ଠା କରିବେ ତାହାହିଁ ଛାତ୍ର ଛାତ୍ରୀଙ୍କ ଜୀବନରେ ପ୍ରତିଫଳିତ ହେବ ବୋଲି ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଥିଲେ l ଶିକ୍ଷାନୁଷ୍ଠାନର ଚମ୍ପିୟାନ ଭାବରେ ଜାରା ରେହେମାନଙ୍କୁ ଚମ୍ପିୟାନ ଟ୍ରଫି ସହ ମଞ୍ଚରେ ପୁରସ୍କୃତ କରାଯାଇଥିବା ବେଳେ ଅନ୍ୟାନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା l ଶିକ୍ଷାନୁଷ୍ଠାର ଅଧ୍ୟକ୍ଷା ତୃପ୍ତିମୟୀ ରଥ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠକରିଥିବା ବେଳେ ଉପାଧ୍ୟକ୍ଷା ରୀତା ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ l ଶିକ୍ଷୟତ୍ରୀ ପ୍ରଭାତୀ ବେହେରା , ସଙ୍ଗୀତା ବଳିୟାରସିଂ , କବିତା ସେଠୀ , ପ୍ରମିଳା ସେଠୀ , ରୋଜାଲିନି ବାରିକ , ମିତାଲି ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସଭାଶେଷରେ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରାସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, କାକଟପୁର ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ଦାସ ଙ୍କ ପ୍ରତ୍ୟେକ ତତ୍ତାବଧନାରେ ଏହି କାର୍ଯ୍ୟ ସମାପ୍ତ ହୋଇଥିବାରୁ ସ୍କୁଲ ର ଗୁରୁମା, ଗୁରୁଜୀ ଓ ସମସ୍ତ ଅଭିଵାବକ ଶ୍ରୀ ଦାସ ଙ୍କୁ ପ୍ରଶଂସା କରିଥିଲେ,

SPREAD YOUR LOVE WITH YOUR FRIENDS AND FAMILY