Home / ମୁଖ୍ୟ ଖବର / ନିରାମିଷ ଭୋଜନ ଜଗନ୍ନାଥଙ୍କ ଭୋଜନ, ସବୁ ପ୍ରାଣୀଙ୍କ ଭିତରେ ଜଗନ୍ନାଥ ଅଛନ୍ତି ତେଣୁ ଜୀବହତ୍ୟା ମହାପାପ।

ନିରାମିଷ ଭୋଜନ ଜଗନ୍ନାଥଙ୍କ ଭୋଜନ, ସବୁ ପ୍ରାଣୀଙ୍କ ଭିତରେ ଜଗନ୍ନାଥ ଅଛନ୍ତି ତେଣୁ ଜୀବହତ୍ୟା ମହାପାପ।

whatsapp image 2026 02 06 at 7.58.17 pm

ପୁରୀ,ତା ୦୬. ୦୨. ୨୦୨୬ – ପୁରୀ ରେ ଧ୍ୟାନ ଯୋଗ ଟ୍ରଷ୍ଟ ଭୁବନେଶ୍ୱର ଏବଂ ପିରାମିଡ଼ ସ୍ପିରିଚୁଆଲ ସୋସାଇଟି ମୁଭମେଣ୍ଟ, ଓଡିଶା ତରଫରୁ ଗୁଣ୍ଡିଚା ମନ୍ଦିର ଠାରୁ ପୁରୀ ଟାଉନ ଥାନା ପର୍ଯ୍ୟନ୍ତ ଏକ ବିଶାଳ ସାକାହାର ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଆନ୍ଧ୍ର ଏବଂ ତେଲେଙ୍ଗାନା ପ୍ରଦେଶର ବିଭିନ୍ନ ସ୍ଥାନରୁ ଦୁଇଶହରୁ ଅଧିକ ସଂଖ୍ୟାରେ ଏବଂ କ୍ରିୟା ଯୋଗ ଜ୍ଞାନପ୍ରଭାମିଶନ, ପୁରୀ,ପ୍ରଜ୍ଞାନ ମିଶନ, ଗାୟତ୍ରୀ ଶକ୍ତି ପୀଠ, ନିରଞ୍ଜନ ମିଶନ, ଶ୍ରୀ ସତ୍ୟ ସାଇ ସେବା ସମିତି, ଦିବ୍ୟ ଜୀବନ ସଂଘ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଅଖିଳ ଭାରତୀୟ ମାରୱାଡି

whatsapp image 2026 02 06 at 7.56.11 pm
whatsapp image 2026 02 06 at 7.56.11 pm

ମହିଳା ସମ୍ମେଳନ,ପିରାମିଡ ମେଡ଼ିଟେସନ ଚ୍ୟାନେଲ, ତେଲୁଗୁ, ଇସ୍କନ, ଭାରତୀୟ ଯୋଗ ସଂସ୍ଥାନ ଆଦି ପୁରୀର ଅନେକ ସଂସ୍ଥାର ସଦସ୍ୟ ଓ ସଦସ୍ୟାମାନେ ଶତାଧିକ ମାତ୍ରାରେ ଯୋଗ ଦେଇ ଥିଲେ। ପ୍ରାରମ୍ଭରେ ଧ୍ୟାନ କରାଯାଇଥିଲା। ଶଙ୍ଖ ଓ ହୁଳହୁଳି ର ନାଦ ସହ ଯାତ୍ରା ଆରମ୍ଭ କରାଯାଇଥିଲା।ଅହିଂସା ପରମ ଧର୍ମ, ଜିବେ ଦୟା ର ସ୍ଲୋଗାନ ଏବଂ ପଶୁ ଆମର ମିତ୍ର, ଖାଦ୍ୟ ନୁହନ୍ତି ର ପ୍ଲାକାଡ ଧରି ଶୋଭଯାତ୍ରା ହୋଇଥିଲା। ବିଭିନ୍ନ ଆଧ୍ୟାତ୍ମିକ ସଂଗଠନ ର ମିଳିତ ପ୍ରୟାସରେ ପୁରୀ ଭଳି ପବିତ୍ର ଧାମ କୁ ଆମିଷ ଭକ୍ଷଣରୁ ମୁକ୍ତ କରିବାର ସଚେତନତା ଉଦ୍ଦେଷ୍ୟରେ ଏହି ଶୋଭାଯାତ୍ରା କରାଯାଇଥିଲା।ନିରାମିଷ ଭୋଜନ ଜଗନ୍ନାଥଙ୍କ ଭୋଜନ,ସବୁ ପ୍ରାଣୀମାନଙ୍କ ଭିତରେ ଜଗନ୍ନାଥ ଅଛନ୍ତି, ତେଣୁ ଆମିଷ ଭୋଜନ ମାନବ ଭୋଜନ ନୁହେଁ ଏବଂ ଜୀବହତ୍ୟା ମହାପାପ ବୋଲି ଶୋଭା ଯାତ୍ରା ର ସଂଘଟିକା ଶ୍ରୀମତୀ ଇପ୍ସିତା ପୂଜାରୀ କହିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply