ପିପିଲି -୨୬/୨/୨୦୨୬ – ଆସନ୍ତା ମାର୍ଚ୍ଚ ୩, ୨୦୨୬ (ମଙ୍ଗଳବାର) ଦିନ ମା’ ବଗଳାମୁଖୀ ପୀଠ, ଦାଣ୍ଡମୁକୁନ୍ଦୁପୁର, ପିପିଲି, ପୁରୀ ରେ ପବିତ୍ର ଶ୍ରୀ ଶ୍ରୀ ମା’ ବଗଳାମୁଖୀ ମହାମୃତ୍ୟୁଞ୍ଜୟ ମହାଅନୁଷ୍ଠାନ ପୂଜା ଆହୁତି ଆୟୋଜିତ ହେବ। ଏହି ଅନୁଷ୍ଠାନ ଚନ୍ଦ୍ର ଗ୍ରହଣର ପବିତ୍ର ଓ ଶକ୍ତିଶାଳୀ ସମୟ — ଅପରାହ୍ନ ୩:୨୦ରୁ ସନ୍ଧ୍ୟା ୦୬:୪୦ ପର୍ଯ୍ୟନ୍ତ – ମଧ୍ୟରେ ବୈଦିକ ପଦ୍ଧତିରେ ସମ୍ପନ୍ନ ହେବ।

ବୈଦିକ ପରମ୍ପରାନୁସାରେ ଗ୍ରହଣ ସମୟକୁ ମନ୍ତ୍ର ଜପ, ହବନ, ଧ୍ୟାନ ଓ ଆଧ୍ୟାତ୍ମିକ ସାଧନା ପାଇଁ ଅତ୍ୟନ୍ତ ଶୁଭ ମନାଯାଏ। ଏହି ମହାଅନୁଷ୍ଠାନରେ ଆହୁତି ଦେବା ଦ୍ୱାରା , ସଫଳତା ଓ ସମୃଦ୍ଧି, ସନ୍ତାନ ପ୍ରାପ୍ତି, ଶତ୍ରୁ ନିବାରଣ, ଦିବ୍ୟ ସୁରକ୍ଷା, କୋର୍ଟ-କଚେରୀ ମାମଲାରେ ସହାୟତା, ଉତ୍ତମ ସ୍ୱାସ୍ଥ୍ୟ, ମାନସିକ ଶାନ୍ତି, ପାରିବାରିକ ସମନ୍ୱୟ ରେ ଉତ୍ତମ ଫଳ ଲାଭ ହେବ ବୋଲି ଶାସ୍ତ୍ରୀୟ ଧାରଣା ରହିଛି ।
ଏହି ପବିତ୍ର ଆହୁତିରେ ଅଂଶଗ୍ରହଣ ପାଇଁ ଧାର୍ଯ୍ୟ ଦକ୍ଷିଣା ୫୦୦୦ (ପାଞ୍ଚ ହଜାର) ଟଙ୍କା ନିର୍ଦ୍ଧାରିତ ହୋଇଛି। ଶ୍ରଦ୍ଧାଳୁମାନଙ୍କୁ ବସ୍ତ୍ର ଓ ସମସ୍ତ ପୂଜା ସାମଗ୍ରୀ ଅନୁଷ୍ଠାନ ପକ୍ଷରୁ ଯୋଗାଇ ଦିଆଯିବ। ଭକ୍ତମାନଙ୍କୁ ଅନ୍ନ ସେବନ ବିନା ନିଷ୍ଠାସହ ଦିବା ୨ଟା ପୂର୍ବରୁ ପୀଠରେ ଉପସ୍ଥିତ ହେବାକୁ ଅନୁରୋଧ କରାଯାଇଛି।
ଏହି ଦିବ୍ୟ ଅବସରରେ ଶ୍ରୀ ଶ୍ରୀ ମା’ ବଗଳାମୁଖୀଙ୍କ ଅଶୀର୍ବାଦ ଲାଭ ପାଇଁ ସମସ୍ତ ଭକ୍ତଙ୍କୁ ହାର୍ଦ୍ଦିକ ନିମନ୍ତ୍ରଣ। ମୁଖ୍ୟ ପୁରୋହିତ ପଣ୍ଡିତ ଶ୍ରୀ ଦେବାଶିଷ ନନ୍ଦଙ୍କ ଦ୍ବାରା ପୂଜା ଅନୁଷ୍ଠିତ ହେବ।
ଅଧିକ ତଥ୍ୟ ପାଇଁ ପ୍ରଶାନ୍ତ କୁମାର ମହାନ୍ତି ( ୭୯୭୮୮୨୫୨୯୭) ଏବଂ ଶିବପ୍ରସାଦ ମିଶ୍ର (୯୬୫୮୯୪୯୦୭୭) ଙ୍କ ପ୍ରଦତ୍ତ ନମ୍ବରରେ ଯୋଗାଯୋଗ କରିପାରିବେ।











