Home / ମୁଖ୍ୟ ଖବର / ବିଶ୍ଵ ମହିଳା ଦିବସ ଅବସରରେ ରକ୍ତ ଦାନ ଶିବିର-୫୫ ୟୁନିଟ ରକ୍ତ ସଂଗ୍ରହ ଝିମିଲି ପଟ୍ଟନାୟକଙ୍କୁ ଦ ବେଲ୍ ଶକ୍ତିଶ୍ରୀ ସମ୍ମାନ

ବିଶ୍ଵ ମହିଳା ଦିବସ ଅବସରରେ ରକ୍ତ ଦାନ ଶିବିର-୫୫ ୟୁନିଟ ରକ୍ତ ସଂଗ୍ରହ ଝିମିଲି ପଟ୍ଟନାୟକଙ୍କୁ ଦ ବେଲ୍ ଶକ୍ତିଶ୍ରୀ ସମ୍ମାନ

whatsapp image 2026 03 07 at 8.59.50 pm


ପୁରୀ – ୭/୩/୨୦୨୬ – ବିଶ୍ଵ ମହିଳା ଦିବସ ଅବସରରେ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଦ ବେଲ୍ ଓମେନ୍ସ କ୍ଲବ୍ ମିଳିତ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ବିନ୍ଦୁଏ ରକ୍ତ ସିନ୍ଧୁଏ ଜୀବନ ଅନୁଷ୍ଠିତ ହୋଇ ଯାଇଛି।ଚକ୍ରତୀର୍ଥ ରୋଡ ସ୍ଥିତ ଷ୍ଟେଟ ବ୍ୟାଙ୍କ୍ ହୋଲିଡେ ହୋମ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୫ ଜଣ ମହିଳା ଓ ୨୦ ଜଣ ପୁରୁଷ ରକ୍ତ ଦାତା ରକ୍ତ ଦାନ କରି ଥିଲେ।ନୂତନ ରକ୍ତ ଦାତା ସୃଷ୍ଟି ସହିତ ମହିଳା ମାନଙ୍କ ରକ୍ତ ଦାନ କ୍ଷେତ୍ରରେ ଭାଗିଦାରିତା

image

ବଢ଼ାଇବା ପାଇଁ ଏହି ଶିବିରର ଲକ୍ଷ ବୋଲି ଦ ବେଲ୍ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ କହିଛନ୍ତି। ସୂଚନା ଓ ଲୋକୋ ସମ୍ପର୍କ ବିଭାଗ ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନ ଉଦ୍ୟମକୁ ପ୍ରଶଂସା କରିଥିଲେ ଏବଂ ସମସ୍ତେ ରକ୍ତ ଦାନ କ୍ଷେତ୍ରରେ ଆଗଭର ହେବା ଆବଶ୍ୟକ ବୋଲି କହି ଥିଲେ।ଷ୍ଟେଟ ବ୍ୟାଙ୍କ୍ ଆଞ୍ଚଳିକ ପ୍ରବନ୍ଧକ ଭୁବନେଶ୍ୱର ଶ୍ରୀ ଭରତ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଷ୍ଟେଟ ବ୍ୟାଙ୍କ୍ ସଦାସର୍ବଦା ସାମାଜିକ କାର୍ଯ୍ୟରେ ନିଜର ଭାଗିଦାରିତା ରଖି ଥାଏ ବୋଲି କହିଥିଲେ। ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ପ୍ରବନ୍ଧକ ଶ୍ରୀ ହୃଷୀକେଶ ତ୍ରିପାଠୀ , ଷ୍ଟେଟ ବ୍ୟାଙ୍କ୍ ଉପଶାଖା ପ୍ରବନ୍ଧକ ରାଜେଶ କୁମାର ସାହୁ,ବରିଷ୍ଠ ସହାୟକ ଶେଖର କୁମାର ସାହୁ,ସାରଦା ମହାପାତ୍ର ପ୍ରଭୃତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ।ଏହି ଅବସରରେ ମହିଳା ମାନଙ୍କ ସଶକ୍ତି କରଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରୀମତୀ ଝିମିଲୀ ପଟ୍ଟନାୟକଙ୍କୁ ଦ ବେଲ୍ ଶକ୍ତି ଶ୍ରୀ ସମ୍ମାନ ପ୍ରଦାନ କରାଯାଇ ଥିଲା।କାର୍ଯ୍ୟକ୍ରମକୁ ସୁକାନ୍ତ କୁମାର ପଣ୍ଡା ପରିଚାଳନା କରି ଥିବା ବେଳେ ବେଲ୍ ଓମେନ୍ସ୍ କ୍ଲବ୍ ସଂଜୋଜିକା ସବିତା ହରିଚନ୍ଦନ ଧନ୍ୟବାଦ୍ ଅର୍ପଣ କରିଥଲେ।ପ୍ରତ୍ୟେକ ରକ୍ତ ଦାତାଙ୍କୁ ଏହି ଅବସରରେ ଅନୁଷ୍ଠାନ ତରପରୁ ରକ୍ତ ଦାତା ବିବରଣୀ ପୁସ୍ତିକା ପ୍ରଦାନ କରାଯାଇ ଥିଲା।କାର୍ଯ୍ୟକ୍ରମକୁ ବେଲ୍ ୟୁଥ୍ କ୍ଲବ୍ , ଓମେଂନସ କ୍ଲବ୍ ଓ କିଶୋର କ୍ଲବ୍ ସଦସ୍ୟ ସଦସ୍ୟା ପରିଚାଳନା କରିଥିଲେ।7

SPREAD YOUR LOVE WITH YOUR FRIENDS AND FAMILY

Leave a Reply