Home / ମୁଖ୍ୟ ଖବର / ମାମୁଁ ଘରେ ଭଣଜାର ବିଭତ୍ସ କାଣ୍ଡ:ବିଳମ୍ବିତ ରାତିରେ ମାଇଁଙ୍କ ଭଉଣୀଙ୍କୁ ହାଣି ନିର୍ମମ ହତ୍ୟା, ଅଭିଯୁକ୍ତ ଭଣଜା ଗିରଫ

ମାମୁଁ ଘରେ ଭଣଜାର ବିଭତ୍ସ କାଣ୍ଡ:ବିଳମ୍ବିତ ରାତିରେ ମାଇଁଙ୍କ ଭଉଣୀଙ୍କୁ ହାଣି ନିର୍ମମ ହତ୍ୟା, ଅଭିଯୁକ୍ତ ଭଣଜା ଗିରଫ

​କାକଟପୁର, ୧୬/୦୫:( ତୁଷାର ଦୀକ୍ଷିତ ) ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ଶଙ୍କରେଶ୍ୱର ଗ୍ରାମରେ ଏକ ଲୋମଟାଙ୍କୁରା ବିଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ମାମୁଁ ଘରକୁ ଆସି ମାଇଁଙ୍କ ଭଉଣୀଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରିଛି ଭଣଜା। ମୃତ ଯୁବତୀ ଜଣକ ହେଲେ ମିଲିପ୍ରୀୟା ବେହେରା। ସେ ଦୀର୍ଘ ବର୍ଷ ଧରି ତାଙ୍କ ଭଉଣୀଙ୍କ ଘରେ ରହି ଆସୁଥିଲେ । ​ଅଭିଯୁକ୍ତ ଭଣଜା ଜଣକ ଅସ୍ତରଂଗ ଥାନା ବେଗୁନିଆବସ୍ତ ଗାଁର ସ୍ମୃତି ରଞ୍ଜନ ସ୍ୱାଇଁ ବୋଲି ଚିହ୍ନଟ ହୋଇଛି। ଖବର ନେବାରେ ଜଣାପଡିଛି ଯେ ସ୍ମୃତି ରଞ୍ଜନ ମାମୁଁ ଘରେ ରହି ମାମୁଁ ଙ୍କ କଲ୍ୟାଣ ମଣ୍ଡପ କାର୍ଯ୍ୟରେ ମାମୁଁଙ୍କୁ ସହଯୋଗ କରିଆସୁଥିଲେ l ମାମୁଁ ଅଲେଖ ମଲ୍ଲିକ(ଅଲୁ ) ଙ୍କ ସହିତ କୌଣସି କାରଣରୁ ମନାନ୍ତର ହେବାରୁ ସେ ଭଣଜା ସ୍ମୃତି ରଞ୍ଜନ ଙ୍କୁ କାର୍ଯ୍ୟରୁ ନିବୃତ କରିବା ସହିତ ତାଙ୍କ ଘରକୁ ଆସିବାକୁ ବାରଣ କରିଥିଲେ l

ତେବେ ଏହି ଘଟଣା କୁ ନେଇ ଭଣଜା ସ୍ମୃତି ରଞ୍ଜନ ରାଗରେ ଜଳୁଥିବା ବେଳେ ଗତକାଲି ବିଳମ୍ବିତ ପ୍ରହରରେ ଦୁଇ ଜଣ ସହଯୋଗୀ ଙ୍କୁ ନେଇ ମାଇଁଙ୍କ ଭଉଣୀ ସୋଇଥିବା ଘରର କବାଟ ବାଡେଇ ଭିତରେ ପଶିଥିଲେ l କୌଣସି କାରଣରୁ ଉଭୟ ଙ୍କ ମଧ୍ୟରେ ବଚସା ହେବାରୁ ସେ ଉତକ୍ଷିପ୍ତ ହୋଇ ସାଙ୍ଗରେ ଆଣିଥିବା ଏକ ଫଳକଟା ଛୁରୀରେ ମାଉସୀ ମିଲି ପ୍ରୀୟାଙ୍କୁ ବାରମ୍ବାର ଭୁଷି ଚାଲିଥିଲେ ଯାହାଫଳରେ ଘଟଣା ସ୍ଥଳରେ ମିଲି ଙ୍କ ମୁତ୍ୟୁ ହୋଇଥିଲା l ଆକ୍ରମଣ କରିଥିଲା l ଏଭଳି ଜଘନ୍ୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଜଣକ ଫେରାର ହେବାକୁ ଚେଷ୍ଟା କରୁଥିଲା। ​ତେବେ ନିଶାଶକ୍ତ ଅବସ୍ଥାରେ ଥିବାରୁ ଫେରାର ହୋଇନପାରି ନିକଟସ୍ଥ ଏକ ପରିତ୍ୟକ୍ତ ବିଲରେ ପଡିଯାଇଥିଲା ଯାହା ଫଳରେ ଅଭିଯୁକ୍ତ ସ୍ମୃତି ରଞ୍ଜନକୁ ନିଶାସକ୍ତ ଅବସ୍ଥାରେ ଉଦ୍ଧାର କରିବା ସହ ଗିରଫ କରିଛି କାକଟପୁର ପୁଲିସ l ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଘଟଣା ସ୍ଥଳରେ ନିମାପଡା ଏସ୍ଡ଼ିପିଓ ଜନାର୍ଦ୍ଦନ ପାଢ଼ୀ ଏବଂ କାକଟପୁର ଥାନା ଆଇଆଇସି ବସନ୍ତ କୁମାର ସାହୁ ସଦଳବଳେ ପହଞ୍ଚି ତଦନ୍ତ କରୁଥିବାବେଳେ ପୁରୀ ସାଇଣ୍ଟିଫିକ ଟିମ ଦ୍ୱାରା ଅଧିକ ଛାନଭିନ କରାଯାଇ ହତ୍ୟାକାଣ୍ଡର ପ୍ରକୃତ କାରଣ ଖୋଜା ଯାଉଛି l ଅନ୍ୟ ପକ୍ଷରେ କାକଟପୁର ପୋଲିସ ପକ୍ଷରୁ ଶବ ଜବତ କରି ନିକରସ୍ଥ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅଭିଯୁକ୍ତକୁ ଅଧିକ ପଚରାଉଚରା କରାଯାଉଥିବା ଏବଂ ଖୁବ୍‌ଶୀଘ୍ର ହତ୍ୟାକାଣ୍ଡ ପଛର ଅସଲ ରହସ୍ୟ ପଦାକୁ ଆସିବ ବୋଲି କାକଟପୁର ଆଇଆଇସି ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଥାଉକି ଯେଉଁ ଘରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା ସେହି ଘରେ ରହୁଥିବା ମାମୁଁ ମାଇଁ କିଭଳି ଘଟଣା ସମ୍ପର୍କରେ ଜାଣି ପାରିଲେ ନାହିଁ ତାହା ସାଧାରଣ ରେ ବିସ୍ମୟ ସୃଷ୍ଟି କରିଛି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply