Home / ମୁଖ୍ୟ ଖବର / ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ, ଶ୍ରୀ ବିହାର, ପୁରୀ ର ଉପଶାସ୍ତ୍ରି ଫଳ ପ୍ରକାଶିତ। ନୟାଗଡ଼ ର ମିତାରାଣୀ ମାଝୀ ଟପ୍ପର

ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ, ଶ୍ରୀ ବିହାର, ପୁରୀ ର ଉପଶାସ୍ତ୍ରି ଫଳ ପ୍ରକାଶିତ। ନୟାଗଡ଼ ର ମିତାରାଣୀ ମାଝୀ ଟପ୍ପର

ପୁରୀ : ୨୨/୫/୨୬ – ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ, ପୁରୀ ଦ୍ବାରା ପରିଚାଳିତ ୨୦୨୬ ମସିହାର ଉପଶାସ୍ତ୍ରୀ (+୨ ) ନିୟମିତ ଓ ପୂର୍ବ ନିୟମିତ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଯାଇଛି । ଏହି ପରୀକ୍ଷାରେ ମୋଟ ଓଡ଼ିଶାର ୨୩ ଜିଲ୍ଲାରେ ଥିବା ସର୍ବମୋଟ ୧୭୨ ଟି ସଂସ୍କୃତ ମହାବିଦ୍ୟାଳୟର ପରୀକ୍ଷାର୍ଥୀ ୧୨୫ଟି ପରୀକ୍ଷା କେନ୍ଦ୍ରରେ ତା.୨୫.୦୨.୨୦୨୬ରିଖ ଠାରୁ ତା.୦୭.୦୩.୨୦୨୬ ରିଖ ପର୍ଯ୍ୟନ୍ତ ପରୀକ୍ଷା ଦେଇଥିଲେ । ମୋଟ ୮୪୪୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୭୫୨୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ମୋଟ ପାସ୍‌ ହାର ଶତକଡା ୮୯.୧୬ ରହିଛି। ତନ୍ମଧ୍ୟରୁ ଛାତ୍ରୀମାନଙ୍କ ପାସ୍‌ହାର ୯୧.୨୮ ଥିବାବେଳେ ଛାତ୍ରମାନଙ୍କର ପାସ୍‌ହାର ୮୬.୭୪ ରହିଅଛି । ପ୍ରଥମ ଶ୍ରେଣୀରେ ୨୧୭୭ଜଣ, ଦ୍ଵିତୀୟ ଶ୍ରେଣୀରେ ୪୫୬୨ ଜଣ, ତୃତୀୟ ଶ୍ରେଣୀରେ ୭୭୦ ଜଣ ଏବଂ କମ୍ପାଟମେଟାଲରେ ୧୭ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏକ (୦୧) ଜଣଙ୍କର ପରୀକ୍ଷା ଫଳକୁ ଅନ୍ୟ କାରଣବଶତଃ ସ୍ଥଗିତ ରଖାଯାଇଛି ।

ଏହି ପରୀକ୍ଷାରେ ପ୍ରଦୀପ୍ତରାୟ ସଂସ୍କୃତ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ, ମଧ୍ୟଖଣ୍ଡ, ନୟାଗଡର ଛାତ୍ରୀ ମିତାରାଣୀ ମାଝି ମୋଟ ୭୦୦ ମାର୍କରୁ ୫୪୦ ମାର୍କ ରଖ୍ (ଶତକଡା ୭୭.୧୪) ରାଜ୍ୟରେ ସର୍ବୋଚ୍ଚ ସ୍ଥାନ ଅଧୂକାର କରିଛନ୍ତି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply