ନୟାଗଡ଼,ତା-୨୩.୫.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ-ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମ ହେଉଛି ବୟୋଶ୍ରେଷ୍ଠ ,ନିଃସହାୟ ,ଅସହାୟ ମାନଙ୍କର ସହାୟ। ଯେଉଁଠାରେ ୫୦ ଜଣ ଅନ୍ତେବାସୀ ବୃଦ୍ଧବୃଦ୍ଧା ଆଶ୍ରୟ ଗ୍ରହଣ କରି ସୁଖଶାନ୍ତିରେ କାଳାତିପାତ କରୁଛନ୍ତି। ଆଜିକାଲି ଆଧୁନିକ ସଭ୍ଯ ସମାଜରେ ଉଚ୍ଚ ଶିକ୍ଷିତ ବ୍ଯକ୍ତି ମାନେ ହୋଟେଲ ମଲ୍ ଆଦି ବଡ଼ ବଡ଼ ଆତ୍ଯାଧୁନିକ ରେଷ୍ଟୁରାଣ୍ଟରେ ଜନ୍ମ ଦିବସ ପାଳନ କରୁଥିବା ବେଳେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁଙ୍କ ପତ୍ନୀ ନୈସର୍ଗୀକା ସୋନାଲୀ ମାନସିଂହ ନିଜ ଜନ୍ମ ଦିବସ ସମର୍ପଣ ବୃଦ୍ଧାଶ୍ରମ ଅନ୍ତେବାସୀମାନଙ୍କ ଗହଣରେ ପାଳନ କରିଛନ୍ତି। ଶ୍ରୀମତୀ ମାନସିଂହ ନିଜ ପୁଅଝିଅଙ୍କୁ ସାଥିରେ ନେଇ ସମର୍ପଣ ବୃଦ୍ଧାଶ୍ରମରେ ପହଞ୍ଚି ଅନ୍ତେବାସୀଙ୍କ ସହିତ କିଛି ସମୟ ଅତିବାହିତ କରିବା ସହିତ ନିଜ ଜନ୍ମ ଦିବସ ପାଳନ କରି ବେଶ୍ ଖୁସି ଅନୁଭବ କରିଛନ୍ତି ବୋଲି କହିଥିଲେ। ଶ୍ରୀମତୀ ମାନସିଂହଙ୍କ ଏହି ନିଆରା ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ବହୁ ପ୍ରଶଂସା କରାଯାଉଛି।।












