Home / ମୁଖ୍ୟ ଖବର / ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିୟନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷା ବୈଠକ ।

ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିୟନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷା ବୈଠକ ।

ନୟାଗଡ଼,ତା-୧୨.୬.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ସହର ୩ ନମ୍ବର ୱାର୍ଡର ମିଶ୍ର ଲେନ ଅନ୍ତର୍ଗତ ମା’ମଙ୍ଗଳାଙ୍କ ପୀଠରେ ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l କମିଟିର ଅଧ୍ୟକ୍ଷ ଶୂନ୍ୟଜୟୀ ମିଶ୍ରଙ୍କ ସଭାପତିତ୍ୱରେ ପରିଚାଳିତ ଏହି ବୈଠକରେ ବରିଷ୍ଠ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ବହୁ ମୂଲ୍ୟବାନ ସାଙ୍ଗଠନିକ ପରାମର୍ଶ ଦେଇଥିବାବେଳେ, ନୟାଗଡ଼ ତଥା ଫୁଲବାଣୀର ଜିଲ୍ଲାର ଦାୟିତ୍ୱରେ ଥିବା ପ୍ରଭାଗୀୟ ଶ୍ରମ ଆଯୁକ୍ତ ତେଜ୍ କୁମାର ବାଗେ ନିମନ୍ତ୍ରିତ ଅତିଥିଭାବେ ଯୋଗଦେଇ ସମସ୍ତ ଶ୍ରମିକ ନେତୃତ୍ୱମାନେ ଏକଜୁଟ ହୋଇ କମିଟିର ନୀତିନିୟମ ମାନିବା, ଚଳିବା ସହ ଶ୍ରମିକଙ୍କ ସମସ୍ୟା ଏବଂ ଏହାର ସମାଧାନ ନିମନ୍ତେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l ଶ୍ରମ କାର୍ଯ୍ୟାଳୟରେ ଦଲାଲମାନଙ୍କ ପ୍ରବେଶକୁ କଠୋରଭାବେ ବନ୍ଦ କରିବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।ଏଥିସହିତ ସମସ୍ତ ସଦସ୍ୟଙ୍କୁ ସମନ୍ୱୟ କମିଟିର ପରିଚୟପତ୍ର ବଣ୍ଟନ କରାଯାଇଥିଲା । ଜରୁରୀକାଳୀନ ପରିସ୍ଥିତିର ଆଶୁ ମୁକାବିଲା ପାଇଁ ଅଧ୍ୟକ୍ଷ ଶୂନ୍ୟଜୟୀ ମିଶ୍ର, ମହାସଚିବ ବାସୁଦେବ ମହାନ୍ତି, ଉପାଧ୍ୟକ୍ଷ ଶ୍ରୀକାନ୍ତ ପଟ୍ଟନାୟକ, ଆବାହକ ପ୍ରମୋଦ କୁମାର ମହାରଣା, ବରିଷ୍ଠ ସଭ୍ୟ ରଘୁନାଥ ମହାରଣା,ସବିତାରାଣୀ ସାଥୁଆ, ବସନ୍ତ କୁମାର ଜେନା, ଏବଂ ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ନେଇ ଏକ କୋର କମିଟି ଗଠନ କରାଗଲା। ଆସନ୍ତା ମାସର ୧ ତାରିଖରେ ଦ୍ୱିତୀୟ ଅଯୋଧ୍ୟା କୁହାଯାଉଥିବା ଫତେଗଡ଼ର ଶ୍ରୀରାମଙ୍କ ପବିତ୍ର ପୀଠରେ କମିଟିର ପରବର୍ତ୍ତୀ ବୈଠକ କରାଯିବା ନିମନ୍ତେ ସ୍ଥିର କରାଯାଇ ବରିଷ୍ଠ ଶ୍ରମିକ ନେତା ସଞ୍ଜୟ ଦାସଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା l

SPREAD YOUR LOVE WITH YOUR FRIENDS AND FAMILY

Leave a Reply