ନୟାଗଡ଼, ତା – ୩୦.୮.୨୬ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଛାତ୍ର ବିଜେଡି ପକ୍ଷରୁ ଏକ ବିଶାଳ କର୍ମଶାଳା ତଥା ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେଶରେ ଜେନ୍ ଜିଙ୍କ ସ୍ଥିତି ଏବଂ ଭବିଷ୍ୟତ ପରିସ୍ଥିତି ସମ୍ପର୍କରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ତାତ୍ତ୍ୱିକ ଓ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ରଖିଥିଲେ । ଦେଶରେ ଦରଦାମ ବୃଦ୍ଧି, ପେପର୍ ଲିକ୍, ଖଣି ପ୍ରସଙ୍ଗଠାରୁ ଆରମ୍ଭ କରି ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ରଖିଥିଲେ ।

ଦେଶର ପରିସ୍ଥିତିକୁ ଆଖି ଆଗରେ ରଖି ଜେନ ଜି ମାନେ ନିଜର ନିଷ୍ପତ୍ତି ନିଆଯିବା ଆବଶ୍ୟକ ବୋଲି କହିଛନ୍ତି । ଛାତ୍ର ସଂଗଠନ କିଭଳି ମଜବୁତ୍ ହେବ, ସେ ନେଇ କାର୍ଯ୍ୟ କରିବା ଉପରେ ଛାତ୍ରନେତାମାନଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, ସୁବାଷ ଚନ୍ଦ୍ର କଅଁର, ଯୁବ ବିଜେଡି ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ଜିଲ୍ଲା ସଭାପତି ଅମରେଶ୍ୱର ଜେନା, ଛାତ୍ରନେତା ନୀଳମାଧବ ପଣ୍ଡା, ବ୍ଲକ ବିଜେଡି ସଭାପତି ଭଞ୍ଜକିଶୋର ମହାପାତ. ଯୁବନେତା ବିଭୁପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।











