ପୁରୀ: ତା-୦୫-୦୯-୨୦୨୬ ରିଖ ଦିବା ୧୧ ଘଟିକା ସମୟରେ ଭାରତର ଗଣତାନ୍ତ୍ରିକ ମହିଳା ସମିତି ତରଫରୁ ୮ ଦଫା ଦାବି ଉପରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦାବି ଗୁଡିକ ହେଲା ୧. ୩୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦିଆଯାଉ ୨. ଓଡ଼ିଶାକୁ ମଦ ଓ ନିଶା ଔଷଧ ମୁକ୍ତ ଘୋଷଣା କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସ୍ୱତନ୍ତ୍ର ପୋଲିସ କ୍ଷମତା ପ୍ରଦାନ କର ।୩. ସରକାରୀ ବ୍ୟାଙ୍କ ଜରିଆରେ ବିନା ସୁଧ ରେ ସରଳ ପଦ୍ଧତିରେ ମହିଳା ଗ୍ରୁପ୍ କୁ ଋଣ ଯୋଗାଇ ଦିଅ । ୪. ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ C.B.L କୁ ବାଧ୍ୟତାମୂଳକ କରିବା ବନ୍ଦ କର । ୫. ମାଇକ୍ରୋଫାଇନାନ୍ସ କମ୍ପାନୀ ର ସୁଧ ହାରକୁ ୧୨% ରେ ସୀମିତ ରଖ । ୬. କିସ୍ତି ଆଦାୟ ପାଇଁ ମହିଳା ମାନଙ୍କୁ ନିର୍ଯାତନା ଦେବା ବନ୍ଦ କର । ୭. ମହିଳା ମାନଙ୍କ ସୁରକ୍ଷା ନିଶ୍ଚିତ କର । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦୋଷୀ କୁ କଠୋର ଦଣ୍ଡ ପ୍ରଦାନ କର । ୮. ପୁରୀ ଜିଲ୍ଲା ମଧ୍ୟାହ୍ନ ଭୋଜନ ପାଚିକା ମାନଙ୍କର ଜୁଲାଇ ଓ ଅଗଷ୍ଟ ୨ ମାସର ବାକି ଥିବା ପାରିଶ୍ରମିକ ତୁରନ୍ତ ଦିଆଯାଉ । ଯଦି ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ପାଚିକା ମାନଙ୍କର ୨ ମାସର ବାକି ଥିବା ଦରମା ସରକାର ତୁରନ୍ତ ନ ଦିଅନ୍ତି ତେବେ ପୁରୀ ଜିଲ୍ଲା ରେ ୧୬ ତାରିଖ ଠାରୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପାଚିକା ମାନେ ବନ୍ଦ କରିବେ ବୋଲି ଜିଲ୍ଲା ସମ୍ପାଦିକା କହିଛନ୍ତି । ଏହି ସଭାରେ ସଭାପତିତ୍ୱ କରିଥିଲେ ଗଣତାନ୍ତ୍ରିକ ମହିଳା ସମିତିର ପୁରୀ ଜିଲ୍ଲା ସଭାନେତ୍ରୀ ଶୈଳବାଳା ତ୍ରିପାଠୀ , ବକ୍ତବ୍ୟ ରଖିଥିଲେ ଗଣତାନ୍ତ୍ରିକ ମହିଳା ସମିତିର ରାଜ୍ୟ ସମ୍ପାଦିକା ସୁଚରିତା ନାୟକ , ଜିଲ୍ଲା ସମ୍ପାଦିକା ଜ୍ୟୋଷ୍ଣାରାଣୀ ସୁବୁଦ୍ଧି , ବନବାସିନି ମହାପାତ୍ର , ହାରାମଣି ମହାପାତ୍ର , ବାସନ୍ତୀ ନାୟକ , ନିରୁପମା ରଥ ,ତରୁଲତା ମିଶ୍ର , ଲକ୍ଷ୍ମୀ ବିଶ୍ଵାଳ , ସୁଜାତା ବିଶ୍ୱାସ , ବିଷ୍ଣୁପ୍ରିୟା ମିଶ୍ର , ସୁଷମା ସାହୁ , ରୀନା ଦାସ ଓ ମାମିନା ମହାପାତ୍ର ପ୍ରମୁଖ ।
ଭାରତର ଗଣତାନ୍ତ୍ରିକ ମହିଳା ସମିତି ତରଫରୁ ୮ ଦଫା ଦାବି ଉପରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ











