ପୁରୀ-୬/୯/୨୦୨୬- ସମୁଦ୍ର କୂଳରେ ଗାନ୍ଧୀ ପାର୍କ ରେ ପୁରୀ ରେଡକ୍ରସ୍ ର ସମସ୍ତ ଆଜୀବନ ସଦସ୍ୟ ଓ ସଦସ୍ୟା ମାନଙ୍କ ର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଅଛି ଶହେ ରୁ ଅଧିକ ପୁରୀ ରେଡକ୍ରସ୍ ର ସଦସ୍ୟ ଓ ସଦସ୍ୟା ଅନେକ ବରିଷ୍ଠ ପୁରୁଣା ସଦସ୍ୟ ଓ ଆଇନଜୀବୀ ସାମ୍ବାଦିକ ଏହି ବୈଠକରେ ଯୋଗଦାନ କରିଥିଲେ ଏହି କାର୍ଯ୍ୟ କ୍ରମକୁ ଆଜୀବନ ସଦସ୍ୟ ନୀଳାଚଳ ଦାସ ଦୀପକ ପାତ୍ର ମନୋରଞ୍ଜନ ଜେନା ନାରାୟଣ ଦାଶ ପ୍ରସନ୍ନ କୁମାର ଲେଙ୍କା ବିଜୟ ପଟ୍ଟନାୟକ କାର୍ଯକ୍ରମ କୁ ପରିଚାଳନା କରିଥିଲେ , ସଭାରେ ମୁଖ୍ୟତଃ ପୁରୀ ରେଡକ୍ରସ୍ ରେ ଥିବା ସମସ୍ତ ଆଜୀବନ ସଦସ୍ୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏ ନେଇ ଆଗାମୀ ଦିନରେ ଜିଲ୍ଲପାଳ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତି ହୋଇଥିଲା ।ରାଜ୍ୟ ଓ ଜିଲ୍ଲା ମୁଖ୍ୟ ରେଡକ୍ରସ୍ ସହ ସମନ୍ୱୟ ନରହିବା ପୁରୀ ଭଳି ଏକ ଅନ୍ତର୍ଜାତୀୟ ପର୍ଯଟନ ସ୍ଥଳୀ ରେ ନିଜସ୍ୱ ଏକ କାର୍ଯ୍ୟାଳୟ ପ୍ରତିଷ୍ଠା ରେଡକ୍ରସ୍ ର ସମସ୍ତ ପ୍ରାଥମିକ ତାଲିମ ପ୍ରାପ୍ତ ଆଜୀବନ ସଦସ୍ୟ ମାନଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ନିଜସ୍ୱ ପରିଚୟ ପତ୍ର ପ୍ରଦାନ ଓ ସବୁଠାରୁ ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ଯାହାକି ପ୍ରତି ତିନି ବର୍ଷ ରେ ଏକ୍ସକ୍ୟୁଟି ବଡି ଗଠନ ନ କରି ଦୀର୍ଘ ବାର ବର୍ଷ ରୁ ଅଧିକ ହେଲାଣି ଏହାର କାର୍ଯ୍ୟକାଳ ପୂରଣ ହୋଇଥିବା ସତ୍ୱେ ଏହାକୁ କାର୍ଯ୍ୟକାରୀ ନହେବା ରୁ ପୁରୀ ରେଡ଼କ୍ରସ୍ ରେ ଅନେକ ସମସ୍ୟା ଦିନକୁ ଦିନ ବଢ଼ି ଚାଲିଛି ଅନେକ ଏକ୍ସକୁଟି ବଡି ମେମ୍ବର ଏବେ ଦେହାନ୍ତ ଓ ଅନେକ ଙ୍କୁ କେବେ ଦେଖିବାକୁ ମିଳିନାହିଁ କି କୌଣସି କାର୍ଯକ୍ରମରେ ଦେଖିବାକୁ ମିଳେନାହିଁ ଏବେ ବାରବର୍ଷ ରୁ ଯୋଉ ୩/୪ ଜଣ ଅଛନ୍ତି ସେମାନଙ୍କ ବୟସ ର ସୀମା ଟପିଲାଣି ସେମାନଙ୍କ ନିଜ ନିଜ ଭିତରେ କୌଣସି ତାରତମ୍ୟ ନରହିବା ଯୋଗୁଁ ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କ ଭିତରେ ଅନେକ ସମସ୍ୟା ଉପୁଜୁଛି ଅନେକ ସେମାନଙ୍କ ଆକ୍ରୋଶର ଶିକାର ମଧ୍ୟ ହେଉଛନ୍ତି ବୟସାଧିକ୍ୟ କାରଣରୁ ଅନେକ ଙ୍କୁ ଗାଳିଗୁଲଜ କରିବା ସହ ସଦସ୍ୟା ଙ୍କୁ ମାଡ଼ ବି ମାରିବାକୁ ପଛାଉନାହାନ୍ତି ବିଗତ ଦିନରେ ନ୍ୟାୟଳୟ ରେ ମଦ ମାରକୁ କେନ୍ଦ୍ର କରି କେସ ବି ହେଇଚି । ଏଭଳି କରିବାଦ୍ୱାରା ଆମ ପୁରୀ ରେଡକ୍ରସ୍ ର ନାମ ମଧ୍ୟ ବଦନାମ ହେବାରେ ଲାଗିଛି ।ଏହି ସବୁ ସମସ୍ୟା କୁ ନେଇ ଜିଲ୍ଲାପାଳ ଙ୍କୁ ଭେଟି ଏକ୍ସକ୍ୟୁଟି ବଡି ପରିବର୍ତ୍ତନ ଖୁବ୍ ଶୀଘ୍ର କରାଯାଉ ବୋଲି ସମସ୍ତ ଆଜୀବନ ସଦସ୍ୟ ଙ୍କ ମତ କୁ ନେଇ ଆଜି ନିଷ୍ପତି କରାଯାଇଥିଲା ଓ ଯଦି ଏହା କୁ କାର୍ଯକାରୀ କରାନଯାଏ ସମସ୍ତ ଆଜୀବନ ସଦସ୍ୟ ଆଗାମୀ ଦିନରେ ଜିଲ୍ଲପାଳ ଙ୍କ ଅଫିସ ଆଗରେ ଧାରଣା ଦେବେ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା ।
ବିଭିନ୍ନ ସମସ୍ୟା କୁ ନେଇ ରେଡ଼କ୍ରସ ପୁରୀ ର ଆଜୀବନ ସଦସ୍ୟ ମାନଙ୍କ ବୈଠକ











