କାକଟପୁର ତା ୨୮/୨,ଅସ୍ତରଙ୍ଗ ର ମା ତାରିଣୀ ସ୍ପୋର୍ଟିଂ କ୍ଲବ୍ ଦ୍ୱାରା ନିକଟସ୍ଥ ଚୌଧୁରୀ ଷ୍ଟାଡିୟମରେ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା ମଙ୍ଗଳବାର ଦିନ ଉଦଘାଟିତ ହୋଇଯାଇଛି| କ୍ଳବ ର ସଭ୍ୟମାନେ ପ୍ରଥମେ ତାରିଣୀ ମନ୍ଦିର ରୁ ଅଂଜ୍ଞମାଳ ନେଇ ପଡିଆ ରେ ପହଞ୍ଚିଥିଲେ ପରେ ମୁଖ୍ୟ ଅତିଥି ଭାବେ ଚୌଧୁରୀ ସରତ ଦାଶ, ମାଆ ଲକ୍ଷ୍ମୀ କ୍ଳବ ସଭାପତି ପ୍ରମୋଦ ଦାସ, ଉପଦେଷ୍ଟା ନଟକିଶ୍ୱର ମହାନ୍ତି, ନିରଞ୍ଜନ ଦାସ ,ଏବଂ ସନମାନିୟ ଅତିଥି ଯୋଗେନ୍ଦ୍ର ଲେଙ୍କା, ଶ୍ରୀମାନ ଛାଟୋଇ, ମନୋଜ ପରିଡା, ସୁନୀଲ ଦତ ନାୟକ, ସୌମ୍ୟ ରଞ୍ଜନ ପରିଡ଼ା, ବିବେକାନନ୍ଦ ନାୟକ, ତାରିଣୀ ସ୍ପୋର୍ଟିଂ କ୍ଲବ୍ର ର ସଭାପତି ମନୋଜ ବିଶ୍ୱାଳ ,କ୍ରୀଡା ସମ୍ପାଦକ ସମୀର କୁମାର କର ,ସଂଯୋଜକ ସୁଦୀପ୍ତ ରାଉତ, ସରୋଜ ପ୍ରଧାନ ,ସଂଜୟ ପ୍ରଧାନ, ଦିଲ୍ଲୀପ ଦାସ, ଯୋଗଦେଇ ଫିତା କାଟି ଉଦ୍ଘାଟନ କରିବା ପରେ ଖେଳର ଶୁଭାରମ୍ଭ ହୋଇଥିଲା | ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମରେ କ୍ଳବ ର ଅନ୍ୟ ସମସ୍ତ ସଭ୍ୟବୃନ୍ଦ ଉପସ୍ଥିତ ରହି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ | ପ୍ରତିଯୋଗିତାର ପ୍ରଥମ ମ୍ୟାଚ ରେ ସୁନ୍ଦର ଗ୍ରାମ କଟକ ର ଅଧିନାୟକ ଟଚ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ୍ ହରାଇ ୧୯୪ ରନ୍ ସଂଗ୍ରହ କରିଥିଲା ଦଳ ପକ୍ଷରୁ ତନ୍ମୟ ଦାସ ବ୍ୟକ୍ତିଗତ ୪୮ରନ କରିଥିଲେ ।୧୯୫ ରନର ଲକ୍ଷ୍ୟ ର ପିଛା କରି ବ୍ଲାକ କ୍ୟାପ ଭୁବନେଶ୍ୱର ସମସ୍ତ ଉଇକେଟ୍ ହରାଇ ୧୯ ଓଭର ୪ଟି ବଲ ଖେଳି ୧୫୧ ରନ୍ ସଂଗ୍ରହ କରିଥିଲା ।ପ୍ରତିପକ୍ଷ ଦଳ ପକ୍ଷରୁ ଜୁନେଦ ଖାନ ୪ ଓଭର ବୋଲିଂ କରି ୩ ଉଇକେଟ ଅକ୍ତିଆର କରିଥିବାବେଳେ ସୁନ୍ଦର ଗ୍ରାମ କ୍ରିକେଟ୍ ଟିମ୍ ୪୩ ରନରେ ବିଜୟହାସଲ କରିଥିଲେ।ବିଜୟୀ ଦଳର ସୌମେନ୍ଦ୍ର ଦାଶ ୩ଟି ଉଇକେଟ ସହିତ ୩୫ ରନ ସଂଗ୍ରହକରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ରୂପେ ବିବେଚିତ ହୋଇ ସାମ୍ବାଦିକ ନିରଞ୍ଜନ ଦାସ, ଲୋକନାଥ ନାୟକଙ୍କ ଠାରୁ ଆକର୍ଷଣୀୟ ପୁରସ୍କାର ସମେତ କପ୍ ଗ୍ରହଣ କରିଥିଲେ । ଦକ୍ଷ ଅମ୍ପେୟାର ସୁରେଶ ତ୍ରିପାଠୀ ଏବଂ ରମାରଞ୍ଜନ ମହାନ୍ତି ଖେଳ ପରିଚାଳନା କରିଥିଲେ। ମହେଶ ସାର,ଦୀପକ ଦାସ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ।











