Home / ମୁଖ୍ୟ ଖବର / ପ୍ରସ୍ତାବିତ ଉପକୂଳ ରାଜପଥ ନକ୍ସା ପରିବର୍ତ୍ତନ ପ୍ରତିବାଦ ରେ ପ୍ରତିବାଦ ସଭା ଓ ବିକ୍ଷୋଭ।

ପ୍ରସ୍ତାବିତ ଉପକୂଳ ରାଜପଥ ନକ୍ସା ପରିବର୍ତ୍ତନ ପ୍ରତିବାଦ ରେ ପ୍ରତିବାଦ ସଭା ଓ ବିକ୍ଷୋଭ।

କାକଟପୁର ତା ୨୨/୨,କେନ୍ଦ୍ର ସରକାରଙ୍କ ସାଗର ମାଳା ପ୍ରକଳ୍ପ ରେ ପ୍ରସ୍ତାବିତ ଉପକୂଳ ରାଜପଥ ନକ୍ସା କୁ ପରିବର୍ତ୍ତନ କରାଯାଇଥିବାରୁ ଏହାକୁ ବିରୋଧ କରିଛି ଅସ୍ତରଙ୍ଗ ଉପକୂଳ କ୍ରିୟାନୁଷ୍ଠାନ କମିଟି। କମିଟି ସଭାପତି ଶବର ବେହେରା, ସମ୍ପାଦକ ବିଦ୍ୟାଧର ସେନାପତି, ଗଣେଶ ଚନ୍ଦ୍ର ଦଳାଇ, ବିଜୟ ଖଣ୍ଡୁଆଳ,ଭୋଳାନାଥ ବେହେରା, ମିଟୁ ବେହେରା, ଜ୍ଞାନରଞ୍ଜନ ବେହେରା, କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଙ୍କ ନେତୃତ୍ୱ ରେ ଶତାଧିକ ମତ୍ସ୍ୟଜିବୀ ଆଜି ଅସ୍ତରଙ୍ଗ ବଜାର ରେ ଏକ ବିରାଟ ଶୋଭାଯାତ୍ରା କରିବା ସହିତ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।କେନ୍ଦ୍ର ସରକାର ଙ୍କ ସାଗରମାଳା ଯୋଜନା ରେ ହୋଇଥିବା ରାଜପଥ ନିର୍ଧାରଣ କୁ ବଦଳାଯାଇଥିବାରୁ ସ୍ଥାନୀୟ ଅଞ୍ଚଳ ରେ ଜନ ଅସନ୍ତୋଷ ସୃଷ୍ଟି ହୋଇଛି। ସରକାର ତୁରନ୍ତ ପୂର୍ବ ନକ୍ସା ଅନୁସାରେ ରାଜପଥ ନିର୍ମାଣ କରନ୍ତୁ ନଚେତ୍ ରାସ୍ତା କାର୍ଯ୍ୟ ଅସ୍ତରଙ୍ଗ ଉପକୂଳ ଅଞ୍ଚଳ ରେ କରାଇ ଦିଆଯିବ ନାହିଁ ବୋଲି ମତ୍ସ୍ୟଜିବୀ ମାନେ ଚେତାବନୀ ଦେଇଥିଲେ। ସାଗରମାଳା ପରିଯୋଜନା ରେ ନିର୍ମାଣ ହେବାକୁଥିବା ଉପକୂଳ ରାସ୍ତା ସମୁଦ୍ର କୂଳରେ ଯିବାର ନକ୍ସା ପ୍ରସ୍ତୁତ ହୋଇଥିଲା। କିନ୍ତୁ କିଛି ବର୍ଷ ର ବ୍ୟବଧାନ ପରେ ଚୂଡାନ୍ତ ନକ୍ସା ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ପୁରୀ ଓ ଏହାର ପଡୋଶୀ ଜଗତସିଂହପୁର ଜିଲ୍ଲାର ଉପକୂଳ ଠାରୁ ୨୦କିମି ଦୂରରେ ଏହି ରାସ୍ଥା ଯାଉଥିବା ନକ୍ସା ପ୍ରସ୍ତୁତ କରାଯାଇ ଥିବାରୁ ବୁଦ୍ଧିଜୀବୀ ,ସଚେତନ ନାଗରିକ ମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲା ବେଳେ ସ୍ଥାନୀୟ ମତ୍ସ୍ୟଜିବୀ ମାନେ ଏହାକୁ ଘୋର ବିରୋଧ କରିଛନ୍ତି। ଏହି ରାଜପଥ ଟି ଖୋରଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ,ବାଲେଶ୍ୱର ଦେଇ ଯିବ । ଏଥିରେ ନ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ ରହିଛି । ରାଜପଥ ନିର୍ମାଣ ନେଇ ପୂର୍ବରୁ ଜମି ଅଧିଗ୍ରହଣ ପାଇଁ ଯେଉଁ ନୋଟିସ ବାହାରିଥିଲା ତାହା ପରିବର୍ତ୍ତନ କରାଯାଇ ନୂଆ ନୋଟିସ ବାହାରି ଥିବାରୁ ଏହାକୁ ବିରୋଧ କରାଯାଇଛି

SPREAD YOUR LOVE WITH YOUR FRIENDS AND FAMILY

Leave a Reply