Home / ମୁଖ୍ୟ ଖବର / ହତିଆର ଦେଖେଇ ବଟି ଆଦାୟ କରି ଧରା ପଡ଼ିଲେ

ହତିଆର ଦେଖେଇ ବଟି ଆଦାୟ କରି ଧରା ପଡ଼ିଲେ

ହତିଆର ଦେଖେଇ ବଟି ଆଦାୟ କରୁଥିଲେ ଧରା ପଡ଼ିଲେ ସାକ୍ଷୀଗୋପାଳ : ତା ୩.୩.୨୩ କିଛି ଦିନ ହେବ ସାକ୍ଷୀଗୋପାଳ କାଦୁଆ ଛକରେ ପଥଚାରୀ ମାନଙ୍କୁ ରାସ୍ତାର ମାରଣାସ୍ତ୍ର ଦେଖାଇ ଦାଦା ବଟି ମଗା ଯାଉଥିବାର ଅଭିଯୋଗ ଆସୁଥିଲା।ଆଜି ସତ୍ୟବାଦୀ ପୋଲିସ୍ SI ଦୀପ୍ତି ରଞ୍ଜନ ସାହୂ ଙ୍କ ନେତୃତ୍ୱରେ petroling କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କାଦୁଆ ଛକରେ ରାସ୍ତା ରେ ଯାଉଥିବା ଗାଡି ଓ ପଥଚାରି ଙ୍କୁ ମରଣାସ୍ତ୍ର ଦେଖାଇ ଅଟକାଇ ଦାଦାବଟି ଆଦାୟ କରୁଥିବା ଘଟଣାରେ ପୋଲିସ ଟିମ ଚଢାଉ କରି ମୁନା ଭୋଇ ,୩୨ ବର୍ଷ ବ୍ଲକ୍ ଛକ ଓ କାଳିଆ ଭୋଇ ୨୪ ବର୍ଷ ଗ୍ରାମ ଅଠେଇସ , ଏହି ଦୁଇ ଜଣଙ୍କୁ ଗିରଫ କରିବା ସହିତ ତାଙ୍କ ପାଖରୁ ଏକ ଫାର୍ଶା ଓ ଘଟଣାରେ ବ୍ୟବହୃତ ମୋଟର ସାଇକେଲ କୁ ଜବତ କରଯାଇଛି । ଅନ୍ୟ ଏକ ଅପରାଧୀ ଅନ୍ଧାରର ସୁଯୋଗ ନେଇ ଫେରାର ହେବାର ସଫଳ ହୋଇଛି। ଏହି ବାବଦକୁ ଦେଇ ସତ୍ୟବାଦୀ ଥାନା କେସ No-155/2023 Us-341/294/386/387/506/34 IPC ରୂଜୁ କରାଯାଇ ଅପରାଧୀ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply