Home / ସଂସ୍କୃତି ଓ ପରମ୍ପରା / ଶିକ୍ଷକ ଗୋବିନ୍ଦଚନ୍ଦ୍ର ପ୍ରଧାନଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ରେ ସମ୍ମାନିତ କରାଗଲା

ଶିକ୍ଷକ ଗୋବିନ୍ଦଚନ୍ଦ୍ର ପ୍ରଧାନଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ରେ ସମ୍ମାନିତ କରାଗଲା

ଜିଲ୍ଲା ସ୍ତରୀୟ ବିଶ୍ଵ ପରିବେଶ ଦିବସରେ ପରହାଟ ଉ. ପ୍ରା. ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଙ୍କୁ ମାନ୍ୟବର କ୍ରୀଡା ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ମାନପତ୍ର ସହ ୧୦୦୦୦ /- ପ୍ରଦାନ କରି ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ବର୍ଦ୍ଧିତ କରୁଛନ୍ତି।

ସତ୍ୟବାଦୀ ବ୍ଲକ ପରହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଗୋବିନ୍ଦଚନ୍ଦ୍ର ପ୍ରଧାନଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି। ମାନପତ୍ର ସହ ତାଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ଭାବେ ପ୍ରଦାନ କରାଯାଇଛି।

ପରହାଟ ଗ୍ରାମାବସୀ ଓ ସତ୍ୟବାଦୀ ଶିକ୍ଷକ ସଂଘ ପକ୍ଷରୁ ଗୋବିନ୍ଦ ଚନ୍ଦ୍ରଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଏ ସମ୍ପର୍କରେ ଶିକ୍ଷକ ଶ୍ରୀ ପ୍ରଧାନ କହିଛନ୍ତି ଆମ ବିଦ୍ୟାଳୟରେ ଖାଲିଯାଗା ପଡ଼ିଥଲା ବିଭିନ୍ନ ସ୍ଥାନରୁ ଗଛ ସଂଗ୍ରହ କରି ମୋର ସାଥୀ ଶିକ୍ଷକ.ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ବିଦ୍ୟାଳୟ ପରିଚାଳନା କମିଟି ଏପରିକି ବିଦ୍ୟାଳୟର ପୁରାତନ ଛାତ୍ର ଓ ଗ୍ରାମାବସୀଙ୍କ ସହଯୋଗରେ ବିଦ୍ୟାଳୟ ପରିସରରେ ଏକ ଜଙ୍ଗଲ ସୃଷ୍ଟି କରାଯାଇପାରିଛି। ଯେଉଁ ସମ୍ମାନରେ ମୁଁ ସମ୍ମାନୀତ ହେଲି ତାହା କେବଳ ବିଦ୍ୟାଳୟ ପାଇଁ ହୋଇ ପାରିଛି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply