Home / ସ୍ୱାସ୍ଥ୍ୟ / ଷୋଡ଼ଶ ଉପଚାର ପୂଜାପଣ୍ଡା ଭାବେ ମନୋନୀତ ହେଲେ ସଞ୍ଜୟ

ଷୋଡ଼ଶ ଉପଚାର ପୂଜାପଣ୍ଡା ଭାବେ ମନୋନୀତ ହେଲେ ସଞ୍ଜୟ

whatsapp image 2023 09 21 at 22.27.16

କାକଟପୁର ତା ୨୧/୯, ପୁରୀଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କର ଆଶ୍ୱିନର ମାସର ଷୋଡ଼ଶ ଉପଚାର ପୂଜା ବିଧି ପାଇଁ ପୂଜାପଣ୍ଡା ସେବକ ଭାବେ ପୂଜାପଣ୍ଡା ଭାବେ ସଞ୍ଜୟ କୁମାର ଦୀକ୍ଷିତ (ବାବୁଲି ଭାଇନା)ମନ୍ଦିର ଭିତରେ ଥିବା ନାଟ ମଣ୍ଡପରେ ପୂଜାପଣ୍ଡା ମଣ୍ଡଳୀ, ସେବାୟତ ନିଯୋଗ ଓ ମନ୍ଦିର ପ୍ରଶାସନଙ୍କ ଉପସ୍ଥିତ ରେ ଆନୁଷ୍ଠାନିକ ଭାବେ ପରୀକ୍ଷା ଦେଇ ଷୋଡ଼ଶ ଉପଚାର ପୂଜାପଣ୍ଡା ଭାବେ କୃତକାର୍ଯ୍ୟ ହେବାପରେ ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଦିତ କରାଯାଇଛି l ଗତ କିଛିଦିନ ହେବ ଷୋଡ଼ଶ ଉପଚାର ପୂଜାପଣ୍ଡା ଭାବେ ମାତ୍ର ଦୁଇ ତିନି ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଚଳିତ ବର୍ଷ ପାର୍ବଣ ପାଇଁ ସଞ୍ଜୟ କୁମାର ଦୀକ୍ଷିତ କୃତକାର୍ଯ୍ୟ ହୋଇଛନ୍ତି l ସେ ଚଳିତ ପାର୍ବଣ ସମୟରେ ମା ଙ୍କର ସୋତନ୍ତ୍ର ନୀତି ରେ ସମସ୍ତ ସେବାକାର୍ଯ୍ୟ କରିବେ l ସଞ୍ଜୟଙ୍କର ଏହି କୃତକାର୍ଯ୍ୟକୁ ନେଇ ମଙ୍ଗଳା ମନ୍ଦିର ସେବାୟତ ନିଯୋଗ ସଭାପତି ମନୋରଞ୍ଜନ ପଣ୍ଡା, ଉପସଭାପତି କମଳ ଲୋଚନ ଦୀକ୍ଷିତ,ବରିଷ୍ଠ ସେବାୟତ ତଥା ସେବକ ସମିତି ର ପୂର୍ବତ୍ତନ ସଭାପତି ଲକ୍ଷ୍ମୀଧର ଦୀକ୍ଷିତ, ଈଶ୍ୱର ଚନ୍ଦ୍ର ଦୀକ୍ଷିତ, ପୂଜାପଣ୍ଡା ସେବକ ଧନେଶ୍ୱର ପାଢ଼ୀ, ହେମନ୍ତ କୁମାର ପାଢ଼ୀ, ଲଳିତ କୁମାର ଦୀକ୍ଷିତ, ରଘୁନାଥ ଦୀକ୍ଷିତ, ତପନ କୁମାର ଦୀକ୍ଷିତ, ହିମାଂଶୁ ଭୂଷଣ ଦୀକ୍ଷିତ ମନ୍ଦିର ପୁରୋହିତ ସୁରେଶ ଚନ୍ଦ୍ର ତ୍ରିପାଠୀ ,ମନ୍ଦିର ଟ୍ରଷ୍ଟି ବିରଞ୍ଚି ନାରାୟଣ ଦୀକ୍ଷିତ, କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାସ ,ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ତଥା ସେବକ ସମିତି ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ, ପ୍ରଦୀପ୍ତ କୁମାର ଦୀକ୍ଷିତ ସମେତ ସମସ୍ତ ସେବାୟତ ମାନେ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ପାର୍ବଣ ପୂଜାରେ ମନ୍ଦିର ତରଫରୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆ ଯିବ ବୋଲି ସୂଚନା ମିଳିଛି

SPREAD YOUR LOVE WITH YOUR FRIENDS AND FAMILY

Leave a Reply