Home / ମୁଖ୍ୟ ଖବର / ୩୪ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ – ବିଶ୍ଵଭାରତୀ କଟକ କୁ ହରାଇ ୟୁନିକ ଇଲେଭେନ ଭଦ୍ରକ ସେମିରେ ପ୍ରବେଶ

୩୪ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ – ବିଶ୍ଵଭାରତୀ କଟକ କୁ ହରାଇ ୟୁନିକ ଇଲେଭେନ ଭଦ୍ରକ ସେମିରେ ପ୍ରବେଶ

whatsapp image 2023 12 28 at 17.49.36 cf229f0f

କାକଟପୁର (ତୁଷାର ଦୀକ୍ଷିତ ) ତା 28/12/23 କାକଟପୁର ମିନି ଷ୍ଟାଡିଅମ ରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ମଙ୍ଗଳା କପ ଆଜିର ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚ ପରସ୍ପର କୁ ଭେଟିଥିଲ ବିଶ୍ଵଭାରତୀ କଟକ ଏବଂ ୟୁନିକ ଇଲେଭେନ ଭଦ୍ରକ ପ୍ରଥମେ ଟସ ଜିତି ବିଶ୍ଵଭାରତୀ କଟକ କୁ ନିମନ୍ତ୍ରଣ କରିଥିଲା ବ୍ୟାଟିଂ କରିବାକୁ ନିର୍ଦ୍ଧାରିତ 25 ଓଭର ରେ 6ଟି ୱେକେଟ ହରାଇ 136ରନ ସଂଗ୍ରହ କରିଥିଲା ଦଳ ତରଫରୁ ସସ୍ମିତ ସାହୁ ବ୍ୟକ୍ତିଗତ ଗତ 97 ରନ ସଂଘ୍ରହ କରିଥିଲେ ଏହାର ଜବାବ ରେ ଭଦ୍ରକ ୟୁନିକ ଇଲେଭେନ 18.3ଓଭରେ 3 ଉଇକେଟ ହରାଇ ମ୍ୟାଚ ଟିକୁ ଛଡାଇ ଆଣିଥିଲା. ଦଳ ପକ୍ଷରୁ ଦିବ୍ୟଶଙ୍କର ଚକ୍ରବ୍ରତୀ ସର୍ବାଧିକ 46ରନ ସଂଗ୍ରହ କରିଥିଲେ. ଆଜିର ଏହି ମ୍ୟାଚ ରେ କାକଟପୁର ବରୋଦା ବ୍ରାଞ୍ଚ କାକଟପୁର ଶାଖା ର ପରିଚାଳକ ଶ୍ରୀ କୃଷ୍ଣ ଚନ୍ଦ୍ର ଶତପଥୀ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହ କରିବା ସଙ୍ଗେ ସଙ୍ଗେ ମଙ୍ଗଳା କ୍ଲବ ର ମେମ୍ବର ମାନଙ୍କୁ ଆଗାମୀ ବର୍ଷରେ ଖେଳ କୁ ଆହୁରି ସରସ ସୁନ୍ଦର କରିବା ପାଇଁ ପ୍ରେରଣା ଦେଇଥିଲେ ଏବଂ ଆଜି ଖେଳ ର ଶ୍ରେଷ୍ଠ ଖେଳାଳି ସମ୍ବିତ ସାହୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ କରା ଯାଇଥିଲା ଏବଂ ଶାଖା ପରିଚାଳକ ଶ୍ରୀ ଶତପଥି ଏବଂ ମଙ୍ଗଳା କ୍ରିକେଟ କ୍ଲବ ର ଅନ୍ୟତମ ଉପଦେଷ୍ଟା ଅଞ୍ଜନ କୁମାର ଦୀକ୍ଷିତ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ. ଆସନ୍ତା କାଲି ପ୍ରଥମ ସେମି ଫାଇନାଲ ମ୍ୟାଚ ରେ ଭଦ୍ରକ ୟୁନିକ ଇଲେଭେନ ଏବଂ କ୍ରାଉନ ସ୍ପୋର୍ଟିଂ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ଲବ ର ସଭାପତି ତଥା ମଙ୍ଗଳା ମନ୍ଦିର ଉପଦେଷ୍ଟା କମିଟି ସଦସ୍ୟ ପ୍ରଦୀପ୍ତ କୁମାର ଦୀକ୍ଷିତ,ସମ୍ପାଦକ ଶୁଭ୍ରାଂଶୁ ଦୀକ୍ଷିତ ଜଣାଇ ଛନ୍ତି. ଏହି ଖେଳ କୁ କ୍ଳବ ର ମ୍ୟାନେଜର ଭାଗବତ ସ୍ୱାଇଁ କୋଷାଧକ୍ଷ ସୁଯ୍ୟକାନ୍ତ ଦୀକ୍ଷିତ ସଞ୍ଜୟ ସାମଲ. ସୁଶାନ୍ତ ଦାଶ ପ୍ରମୁଖ ଉପସ୍ଥିତ ରହି ଖେଳକୁ ସୁଚାର ରୂପେ ପରିଚାଳନା କରିଥିଲେ.ଏବଂ ଅମ୍ପୟାର ଭାବେ ନିର୍ମଳ କୁମାର ମିଶ୍ର ଓ ଅୟେସ କାନ୍ତ ମିଶ୍ର ପରିଚାଳନା କରିଥିବା ବେଳେ ପିଚ ଦାଇତ୍ୱ ରେ ଧିରେନ ଚାନ୍ଦ ରହିଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply