Home / ମୁଖ୍ୟ ଖବର / ତୀର୍ଥରାଜ ମହୋଦଧିଙ୍କ ୧୮ ତମ ବାର୍ଷିକ ଆଳତି ଉତ୍ସବ

ତୀର୍ଥରାଜ ମହୋଦଧିଙ୍କ ୧୮ ତମ ବାର୍ଷିକ ଆଳତି ଉତ୍ସବ

samudraalati

ରିପୋର୍ଟ୍- ସିଂହାରୀ ଆଲୋକ ଖୁଣ୍ଟିଆ

ପୁରୀ ୨୫।୦୧ : ତୀର୍ଥରାଜ ମହୋଦଧିଙ୍କ ସନ୍ଧ୍ୟା ଆଳତୀର ୧୮ ତମ ବାର୍ଷିକ ମହୋତ୍ସବ ପୁରୀ ସ୍ଵର୍ଗଦ୍ଵାର ସମ୍ମୁଖରେ ଅନୁଷ୍ଟିତ ହୋଇଯାଇଅଛି। ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମେତ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଭାରତବର୍ଷର ବିଭିନ୍ନ କୋଣ ଅନୁକୋଣରୁ ମନ୍ଦିର ସେବାୟତ, ସାଧୁସନ୍ଥ ଉପସ୍ଥିତ ରହି ଧାର୍ମିକ ଜ୍ଞାନ ବାର୍ତ୍ତା ଦେବା ସହ ଭକ୍ତ ଜନଙ୍କୁ ଦିବ୍ୟ ସନ୍ଦେଶ ଦେଇଥିଲେ।
ବିଶ୍ୱର କଲ୍ୟାଣ ଓ ଶାନ୍ତି ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ଆଳତୀ କରାଯାଉଛି। ସନ୍ଧ୍ୟା ସାଢେ ୬ଟାରେ ମହୋଦଧି ଆଳତୀ ଅନୁଷ୍ଟିତ ହୋଇଥିଲା। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଙ୍କ ସହିତ ଗଜପତି ମହାରାଜା ଏହି ଆଳତୀ କରିଥଲେ। ମହୋଦଧିଙ୍କ ନିତ୍ୟ ସନ୍ଧ୍ୟା ଆଳତୀ ପୁରୀ ସ୍ବର୍ଗଦ୍ବାର ବେଳାଭୂମିରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେବ। ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଏହି ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଗୋବର୍ଦ୍ଧନ ମଠ ପକ୍ଷରୁ ପ୍ରତିଦିନ ଏହି ମହୋଦଧି ଆଳତୀ ଅନୁଷ୍ଠିତ ହେଉଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply