Home / ସଂସ୍କୃତି ଓ ପରମ୍ପରା / ଖଣ୍ଡଗିରି ମେଳାରେ ମୀରା ପରିଡ଼ାଙ୍କ ଅଭିନୟ – ତାଳି ମାଡ଼ରେ କମ୍ପିଲା ପେଣ୍ଡାଲ

ଖଣ୍ଡଗିରି ମେଳାରେ ମୀରା ପରିଡ଼ାଙ୍କ ଅଭିନୟ – ତାଳି ମାଡ଼ରେ କମ୍ପିଲା ପେଣ୍ଡାଲ

miraparida

ମାଘ ସପ୍ତମୀରେ ଖଣ୍ଡଗିରି-ଉଦୟଗିରି ପାଦ ଦେଶରେ ହେଉଥିବା କୁମ୍ଭମେଳା, ଖଣ୍ଡଗିରି ମେଳା ନାମରେ ପରିଚିତ । ଭୁବନେଶ୍ୱର ଉପକଣ୍ଠ ଖଣ୍ଡଗିରିଠାରେ ଆବାହମାନ କାଳରୁ ହୋଇଆସୁଥିବା ପ୍ରସିଦ୍ଧ କୁମ୍ଭମେଳା ୯ ଦିନ ଧରି ଚାଲି ମାଘ ପୂର୍ଣ୍ଣିମାଦିନ ପୂର୍ଣ୍ଣାହୁତୀ ହୁଏ । ଏହି ଅବସରରେ ସାଧୁସନ୍ଥଙ୍କ ସମାବେଶ ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମେ ।

ତେବେ ଏହି ଖଣ୍ଡଗିରି କୁମ୍ଭ ମେଳାରେ ବାଲି ଯାତ୍ରା, ରଙ୍ଗ ମହଲ ଗଣନାଟ୍ୟର ନାଟକ ରେ ଅତିଥି ଭାବରେ ଯୋଗଦାନ କରିଥିବା ସମାଜ ସେବୀ ମୀରା ପରିଡ଼ା ନାଟକ ଦେଖୁଥିବା ସମୟରେ ହଠାତ୍ କଳାକାର ଆସି ତାଙ୍କୁ ମଞ୍ଚଙ୍କୁ ଭିଡ଼ି ନେଇଥିଲେ, ସେ ମଧ୍ୟ କଳାକାର ଙ୍କ ଅନୁରୋଧ ରକ୍ଷାକରି ତାଙ୍କ ଗୀତର ତାଳେ ତାଳେ ଜବରଦସ୍ତ ଅଭିନୟ କରିଥିଲେ ଭରପୁର ଦର୍ଶକ ଥିବା ଯାତ୍ରା ପେଣ୍ଡାଲ କିଛି ସମୟ ପାଇଁ ତାଳି ମାଡ଼ରେ କମ୍ପିଥିଲା।
ଯତ୍ରା ଦେଖି ଫେରିବା ସମୟରେ ଯାତ୍ରା କଳାକାର ମାନେ ଆଶିର୍ବାଦ ନେବା ସହିତ ମୀରା ଙ୍କ ଫ୍ୟାନ ମାନେ ସେଲଫି ନେବାକୁ ଭିଡ଼ ଜମାଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply