Home / ସଂସ୍କୃତି ଓ ପରମ୍ପରା / ପୁରୀରେ ଅନୁଷ୍ଠିତ ହେଲା ଶ୍ରୀକ୍ଷେତ୍ର ସମ୍ମାନ- ୨୦୨୪ କାର୍ଯକ୍ରମ

ପୁରୀରେ ଅନୁଷ୍ଠିତ ହେଲା ଶ୍ରୀକ୍ଷେତ୍ର ସମ୍ମାନ- ୨୦୨୪ କାର୍ଯକ୍ରମ

kala

ପୁରୀ: ୨୯.୨.୨୪(ସିଂହାରୀ ଆଲୋକ ଖୁଣ୍ଟିଆ)
ପୁରୀ ଟାଉନ୍ ହଲ୍ ଠାରେ ଜଣାଶୁଣା ସାଂସ୍କୃତିକ ଅନୁଷ୍ଠାନ ନାଚ ବାଲିୟେ ଡାନ୍ସ ଏକାଡେମୀ ତରଫରୁ ଅନୁଷ୍ଠିତ ହୋଇଯାଇଅଛି ଶ୍ରୀକ୍ଷେତ୍ର ସମ୍ମାନ- ୨୦୨୪ କାର୍ଯକ୍ରମ, ଏହି ଅବସରରେ ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତୀ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯକ୍ରମ କୁ ଉଦ୍ଘାଟନ କରିଥିଲେ ପରେ ପରେ ଓଡିଶାର ଜଣାଶୁଣା ଅଭିନେତା, ସମାଜସେବୀ, ସାମ୍ବାଦିକ, କଳାକାର ଏବଂ ଯୁବ ବ୍ୟବସାୟୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା।
ପରେ ପରେ ଅଞ୍ଚଳର ପ୍ରତିଭାବାନ କଳାକାର ମାନେ ଓଡ଼ିଶୀ ନୃତ୍ୟ, ମାହାରୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଆଧୁନିକ ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ କରିଥିଲେ।
ପୁରୀ ର ସାଂସ୍କୃତିକ ଅନୁଷ୍ଠାନ ନାଚ ବାଲିୟେ ଡାନ୍ସ ଏକାଡେମୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ନିଜ କଳା ପରିବେଷଣ କରି ଲୋକପ୍ରିୟତା ହାସଲ କରିବା ସହିତ ପୁରୀଠାରେ ଏଭଳି ଏକ ସମ୍ମାନ ଉତ୍ସବ ଅୟୋଜନ କରି ପ୍ରତିଭା ମାନଙ୍କୁ ସମ୍ମାନୀତ କରିଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ। ଏହି ଉତ୍ସବ କୁ ପୀୟୂଷ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନ ର ସମ୍ପାଦକ ସୂର୍ଯ୍ୟ ଦାସ ଏବଂ ତାଙ୍କ ସାଥି ପରିଚାଳନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply