Home / ସଂସ୍କୃତି ଓ ପରମ୍ପରା / ପ୍ରାଚୀ ପରିକ୍ରମା ପଦଯାତ୍ରୀ ଦଳ ଙ୍କୁ କାକଟପୁର ରେ ଭବ୍ୟ ସ୍ୱାଗତ

ପ୍ରାଚୀ ପରିକ୍ରମା ପଦଯାତ୍ରୀ ଦଳ ଙ୍କୁ କାକଟପୁର ରେ ଭବ୍ୟ ସ୍ୱାଗତ

parikrama

କାକଟପୁର ୩ / ୩ /୨୦୨୪ ପୁର୍ଣତୋୟା ପ୍ରାଚୀ ନଦୀର ମାହାତ୍ମ୍ୟ ଐତିହ୍ୟ ସମ୍ପର୍କରେ ଜନ ସାଧାରଣ ଙ୍କୁ ଅବଗତ କରାଇବାର ଚେଷ୍ଟା ଓ ଅବକ୍ଷୟ ମୁକ୍ଷୀ ନଦୀର ପୁନଃ ଉଦ୍ଧାର ଦାବିରେ ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ପକ୍ଷରୁ ପରମହଂସ ପ୍ରଜ୍ଞାନାନନ୍ଦ ଗିରି ମହାରାଜା ତତ୍ୱାବଧାନ ରେ ଗୁରୁବାର ଠାରୁ ପ୍ରାଚୀ ଉପାତ୍ୟକା ର ପ୍ରସିଦ୍ଧ ଅନ୍ଧ କପିଳେଶ୍ୱର ଶୈବ ପୀଠ ଠାରୁ ତ୍ରୟୋଦଶ ପ୍ରାଚୀ ପରିକ୍ରମା ପଦଯାତ୍ରା ଆରମ୍ଭ କରାଯାଇଥିଲା ଆଜି ଏହି ପଦ ଯାତ୍ରୀ ଦଳ କାକଟପୁର ପହଞ୍ଚିବା କ୍ଷଣି କାକଟପୁର ନାଗରିକ ମଞ୍ଚ ଓ କାକଟପୁର ପ୍ରେସ କ୍ଳବ ତରଫରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବା ସହିତ କ୍ଲବ ସଭାପତି କମଳ ଲୋଚନ ଦୀକ୍ଷିତ, ଉପ ସଭାପତି ତୁଷାର ରଞ୍ଜନ ଦୀକ୍ଷିତ, ଭାଗବତ ସ୍ୱାଇଁ ତାଙ୍କୁ ସୁଦ୍ଧ ପାଣି ଓ ଫଳ ବଣ୍ଟନ କରିଥିଲେ.ଏହି ପଦ ଯାତ୍ରୀ ଦଳ ମା ମଙ୍ଗଳା ଙ୍କୁ ଦର୍ଶନ କରିବା ସହିତ ଦେଉଳି ମଠ ଠାରେ ପହଞ୍ଚି ପ୍ରାଚୀ ସରସ୍ୱତୀ ଙ୍କୁ ବନ୍ଦା ପନା କରିବା ସହିତ ପ୍ରାଚୀ ଆଳତୀ କରିଥିଲେ,ଉକ୍ତ ପଦ ଯାତ୍ରା ରେ ପ୍ରଜ୍ଞାନନନ୍ଦ ଙ୍କ ସହିତ ମହନ୍ତ ଚନ୍ତାମଣି ପର୍ବତ, ରାଧ ବଲ୍ଳଭ ମଠ ର ମହନ୍ତ ରାମ କୃଷ୍ଣ ଦାସ,ମହାରାଜ ନୂଆ ମଠ ର ବାବାଜୀ ଦାମୋଦର ଦାସ,ବାବାଜୀ ରାମ ଦାସ, ବାବା ସତ୍ୟାନନ୍ଦ ଦାସ, ବାବା ଦିନ ବନ୍ଧୁ ଦାସ, ସୁଧା ନନ୍ଦ ଗିରି, ଜଗନ୍ନାଥ ଦାସ,ମହନ୍ତ ତ୍ରିଲୋଚନ ଦାସ,ସମର୍ପଣା ନନ୍ଦ ଗିରି, ବୈଦିକ ବ୍ରାହ୍ମଣ ପରିଷଦ ସମ୍ପାଦକ ପଣ୍ଡିତ ଚିତ୍ତରଞ୍ଜନ ମିଶ୍ର, ଇଂ ଦୁର୍ଗା ଚରଣ ମିଶ୍ର ଙ୍କ ସହିତ ମାଧବା ନନ୍ଦ ବିଶ୍ୱଳ ଙ୍କ ସମେତ କ୍ରିୟା ଯୋଗ ଆଶ୍ରମ ର ସାଧୁ ବ୍ରହ୍ମଚାରୀ ମାନେ ଯୋଗ ଦେଇଛନ୍ତି ଅନେକ ବିଦେଶିନୀ ମହିଳା ଭକ୍ତ ପରିକ୍ରମା ପଦଯାତ୍ରା ରେ ଯୋଗ ଦେଇଥିବା ଦେଖୀ ବାକୁ ମିଳିଥିଲା

SPREAD YOUR LOVE WITH YOUR FRIENDS AND FAMILY

Leave a Reply