Home / ସଂସ୍କୃତି ଓ ପରମ୍ପରା / ଆଖୁରିଆ ଗ୍ରାମ କୁ ପବିତ୍ରତା କରୁଛି ହରିନାମ ସଂକୀର୍ତ୍ତନ ଓ ଭାଗବତ ପାଠ, ଶୁଣୁଛନ୍ତି ପାଖ ଗାଁର ହଜାର ହଜାର ଭକ୍ତ

ଆଖୁରିଆ ଗ୍ରାମ କୁ ପବିତ୍ରତା କରୁଛି ହରିନାମ ସଂକୀର୍ତ୍ତନ ଓ ଭାଗବତ ପାଠ, ଶୁଣୁଛନ୍ତି ପାଖ ଗାଁର ହଜାର ହଜାର ଭକ୍ତ

kirttan

କାକଟପୁର,୦୨.୦୩- (ତୁଷାର ଦୀକ୍ଷିତ )କାକଟପୁର ବ୍ଲକ ଅନ୍ତର୍ଗତ ଆଖୁରିଆ ଗ୍ରାମରେ ନିଆରା ଢଙ୍ଗରେ ଭବ୍ୟ ପରିବେଶରେ ଗ୍ରାମବାସୀଙ୍କ ଦ୍ବାରା ହରିନାମ ସଂକୀର୍ତ୍ତନ ଓ ସାମୁହିକ ହରିହାଟ ଭାଗବତ ପାଠ ମହୋତ୍ସବ ଶୁକ୍ରବାର ସଂଧ୍ୟାରେ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଗ୍ରାମର ୬୪ ଜଣ ବ୍ୟକ୍ତି ବିଶେଷ ଓ ମହିଳାଙ୍କ ଦ୍ବାରା ସାମୁହିକ ଭାବେ ଭାଗବତ ପାଠ କରିବା ସହ ହରିନାମ ସଙ୍କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶ ପାଲଟିଥିଲା ଗାଁ। ଗ୍ରାମର ଛୁଆ ଠୁ ବୁଢ଼ା ଓ ଗ୍ସମସ୍ତ ଝିଅ ବୋହୂ ମହିଳା ମାନେ ମିଶି ହରି ନାମ ରସାମୃତ୍ ପାନ କରିଥିଲେ। ସୁହାନପୂର୍ ପଞ୍ଚାୟତ ଆଖୁରିଆ ଗ୍ରାମବାସୀଙ୍କ ତରଫରୁ ଗ୍ରାମରେ ଦୀର୍ଘ ୨୬ବର୍ଷ ହେବ ଅଷ୍ଟମ ପ୍ରହର ନାମଯଜ୍ଞ ଆୟୋଜନ ହେଉଥିବା ବେଳେ ୧୧ବର୍ଷ ଧରି ସାମୁହିକ ଭାଗବତ ପାଠ ତଥା ହରିହାଟ ମହା ଆଡ଼ମ୍ବରରେ ପାଳିତ ହେଉଛି। ଯାହା ସାରା ସମାଜକୁ ଆଧ୍ୟାତ୍ମିକ ବାର୍ତ୍ତା ଯୋଗାଇଛି। ହରିହାଟ କରିବା ବେଳେ ଗ୍ରାମର ୬୪ ଜଣ ଭାଗବତ ପାଠ କରିଥିଲେ। ଭାଗବତ ପାଠ କରିବା ବେଳେ ହରିବୋଲ ହୁଳହୁଳି ଓ ଆଧ୍ୟାତ୍ମିକ ନୃତ୍ୟରେ କମ୍ପିଥିଲା ଗାଁ ଦାଣ୍ଡ। ଆଖୁରିଆ ଗ୍ରାମରେ ନିଆରା ଢଙ୍ଗରେ ହରିହାଟ ଓ ଭାଗବତ ପାଠ କରି ଓଡିଶା ବାସିଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଭାଗବତ ପ୍ରତି ଘରେ ବା ଗାଁରେ ପାଠ କରିବା ସହିତ କଳି ଯୁଗରୁ ବର୍ତ୍ତିବାକୁ ହେଲେ ହରି ନାମ ପାନ କରିବାକୁ ପଡ଼ିବ ବୋଲି ବରିଷ୍ଠ ନାଗରିକ ମାନେ ମତପ୍ରକାଶ କରିଛନ୍ତି। ଏହି ଉତ୍ସବରେ ନିକଟ ଅଞ୍ଚଳର ପ୍ରାୟ ୧୨ଟି ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗଦେଇ ହରି ନାମ ରସ ପାନ କରିଥିଲେ। ମହୋତ୍ସବକୁ ସମସ୍ତ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply