Home / ସାମାଜିକ / ସତ୍ୟବାଦୀ କୁ ବିଜ୍ଞାପିତ ଅଞ୍ଚଳ(NAC) ଘୋଷଣା ପାଇଁ ଦାବି କଲେ ବୁଦ୍ଧିଜୀବି

ସତ୍ୟବାଦୀ କୁ ବିଜ୍ଞାପିତ ଅଞ୍ଚଳ(NAC) ଘୋଷଣା ପାଇଁ ଦାବି କଲେ ବୁଦ୍ଧିଜୀବି

nac

ସାକ୍ଷୀଗୋପାଳ : ତା ୪.୩.୨୪ (ଦୀପ୍ତି ସୁନ୍ଦର୍ ମହାପାତ୍ର) ରାଜ୍ୟସରକାର ନିକଟରେ ଅନେକ ଗୁଡିଏ ଅଞ୍ଚକକୁ ବିଜ୍ଞାପିତ ଅଞ୍ଚଳ ଭାବେ ଘୋଷଣା କଲେ, ହେଲେ ଏଥିରୁ ବାଦ ପଡିଛି ସତ୍ୟବାଦୀ, ଯାହାକୁ ନେଇ ଦୀର୍ଘଦିନ ହେବ ଦାବୀ ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ଅଣଦେଖା କରିଛନ୍ତି, ଯାହାକୁ ନେଇ ସତ୍ୟବାଦୀ ର ବିଭିନ୍ନ ବୁଦ୍ଧିଜୀବୀ ମହଲ ରୁ ଦାବୀ ଜୋର୍ ଧରିଛି , ଏହାକୁ ନେଇ ଗତ ରବିବାର ସଂଧ୍ୟାରେ ସତ୍ୟବାଦୀ ସ୍ୱାଭିମାନ ମଞ୍ଚ ତରଫରୁ ଏକ ବୈଠକ କରାଯାଇଥିଲା, ଏହି ବୈଠକ ରେ ପୂର୍ବତନ ଶିକ୍ଷାବିତ୍ ସତ୍ୟବାଦୀ ଦାସ, ନବ କିଶୋର ଶତପଥୀ, ଚିନ୍ମୟୀ ରଥ, ଜୟପୁୟ ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ, ସମାଜସେବୀ ସୁଶୀଲ ସାହୁ, ଜାନକୀ ବରାଳ,ନିହାରରଞ୍ଜନ ସ୍ୱାଇଁ, ବିକ୍ରମ ଜେନା, ଆଇନଜୀବୀ ସୁଶାନ୍ତ ରଥ ପ୍ରମୁଖ ଯୋଗ ଦେଇ ସତ୍ୟବାଦୀ କୁ NAC ଘୋଷଣା ପାଇଁ ରାଜ୍ୟ ସରକାର ଙ୍କ ପାଖରେ ଏକ ଦାବିପତ୍ର ଦେବା ପାଇଁ ନିଷ୍ପତି ନେଇଥିଲେ, ଆଗାମୀ ଦିନରେ ସରକାର ନିକଟରେ ଏହି ପ୍ରସ୍ତାବ ରଖି ସତ୍ୟବାଦୀ କୁ ବିଜ୍ଞମ୍ପିତ ଅଞ୍ଚଳ ଭାବରେ ଘୋଷଣା କରିବା ପାଇଁ ଅନୁରୋଧ କରାଯାଇଛି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply