Home / ଆଧ୍ୟାତ୍ମିକ / ପୁରୀରେ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ

ପୁରୀରେ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ

ramchait


ପୁରୀ, ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ ପରିବାର ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ବାସନ୍ତିକ ନବରାତ୍ରି ଅବସରରେ ସ୍ଥାନୀୟ ଗୋପାଳ ବଲ୍ଳଭ ରୋଡ଼ ସ୍ଥିତ ସୁନ୍ଦରକାଣ୍ଡ ଭବନ ପରିସରରେ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଆରମ୍ଭ ହେବା ସହିତ ଶିବ ବିବାହ, ଶ୍ରୀରାମ ଜନ୍ମ, ଶ୍ରୀରାମ ବିବାହ, ଶ୍ରୀରାମ ବନବାସ ଘଟଣା ର ଦୁଃଖଦ ସମୟକୁ ସଂଗୀତ ମାଧ୍ୟମରେ ପଣ୍ଡିତ ବିଷ୍ନୁଚରଣ ପଣ୍ଡା ବର୍ଣ୍ଣନା କରିଥିଲେ |

ଉପସ୍ଥିତ ଶ୍ରଦ୍ଧାଳୁ ମାନେ ଲୋତକ ଭିଜା ଚକ୍ଷୁରେ ଭକ୍ତି ଭାବରେ ଭିଜିଥିଲେ |ଏହି ବର୍ଷ ପାରାୟଣ କୁ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ସ୍ବର୍ଗତ ରଜତ କୁମାର ପ୍ରତିହାରୀ ଙ୍କ ସ୍ମୃତିରେ ଉତ୍ସର୍ଗ କରାଯାଇଛି |ଉତ୍ସବ ସ୍ଥଳରେ ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ର ଆଚାର୍ଯ୍ୟ ଗଙ୍ଗାଧର ପଣ୍ଡା, ପ୍ରବାସୀ ଭାରତୀୟ ପଣ୍ଡିତ ନିତ୍ୟାନନ୍ଦ କର, ସବିତା ପତି, ବଳରାମ ମିଶ୍ର, ଖୋର୍ଦ୍ଧା ଅଟ୍ରି ବାବା ହଟ୍ଟାକେଶ୍ୱର ଙ୍କ ପୂଜାରୀ ଦିଲ୍ଲୀପ ପଣ୍ଡା, ପୂର୍ବତନ ପ୍ରଶାସନିକ ଅଧିକାରୀ ବିଜୟ ସାହୁ, ଗୀତାଞ୍ଜଳି ସାହୁ, ତୃପ୍ତିମୟୀ ପ୍ରତିହାରୀ, ହରେକୃଷ୍ଣ ପ୍ରତିହାରୀ, କୋଠରୀ ରଞ୍ଜିତ ମେକାପ, କୋଠରୀ ଦିପ୍ତିମୟୀ ମେକାପ, ଜୋତ୍ରୀମୟୀ ପତ୍ରି, ଭୀମସେନ ପତ୍ରି, ଗୋବିନ୍ଦ ପାତ୍ର, ଟଟନ ଆଢ୍ୟ ପ୍ରମୁଖ ଉପସ୍ଥିତ ଥିଲେ |

SPREAD YOUR LOVE WITH YOUR FRIENDS AND FAMILY

Leave a Reply