Home / ଅପରାଧ / ସତ୍ୟବାଦୀ ପୋଲିସ୍ ହାତରେ ଧଳା ଜହର ବେପାରୀ

ସତ୍ୟବାଦୀ ପୋଲିସ୍ ହାତରେ ଧଳା ଜହର ବେପାରୀ

brownsugar

ସାକ୍ଷୀଗୋପାଳ: ୧୨.୪.୨୪(ଶାଶ୍ଵତ ଟିଭି ) – ସତ୍ୟବାଦୀ ଅଞ୍ଚଳରେ ଦୀର୍ଘ ଦିନ ଧରି ବ୍ରାଉନ୍ ସୁଗାର ବେପାର କରି ସତ୍ୟବାଦୀ ପୋଲିସକୁ ଚକମା ଦେଉଥିବା ବେପାରୀକୁ ଶୁକ୍ରବାର ପୋଲିସ ଗିରଫ କରି ତା ନିକଟରୁ ୧୨. ୫ ଗ୍ରାମର ବ୍ରାଉନ୍ ସୁଗାର ଜବତ କରିବା ସହିତ କୋର୍ଟ ଚାଲାଣ କରିଛି । ଘଟଣା ସମ୍ପର୍କରେ ସତ୍ୟବାଦୀ ଥାନାରେ ଅଭିଯୁକ୍ତ ନାମରେ ୧୧୫ /୨୪ ରେ ଏ ମାମଲା ରୁଜ୍ଜୁ କରାଯାଇ ତଦନ୍ତ କରାଯାଉଛି ।

ସୂଚନା ଅନୁଯାୟୀ ସତ୍ୟବାଦୀ ପୋଲିସକୁ ପରାଜାପଡା ଗ୍ରାମର ଜୟନ୍ତ କୁମାର ସ୍ୱାଇଁ ଗବକୁଣ୍ଡ ଠାରେ ଥିବା ଏକ କଲଭର୍ଟ ନିକଟରେ ବ୍ରାଉନ୍ ସୁଗାର ବ୍ୟବସାୟ କରୁଛି ବୋଲି ଖବର ମିଳିଥିଲା, ଅଭିଯୋଗକୁ ଗୁରୁତ୍ୱ ଦେଇ ସତ୍ୟବାଦୀ ଥାନା ଆଇଆଇସି ଉମେଶ କୁମାର ସାହୁ ଓ ତାଙ୍କ ଟିମ୍ ଗୁରୁବାର ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ପୋଲିସିକୁ ଦେଖି ଅଭିଯୁକ୍ତ ସ୍ୱାଇଁ ସେଠାରେ ଇତସ୍ତତଃ ହୋଇପଡିଥିଲା । ସନ୍ଦେହ ହେବାରୁ ତାକୁ ଥାନାକୁ ଆଣି ଜେରା କରାଯାଇଥିଲା । ଜେରା ସମୟରେ ତା ନିକଟରୁ ବେପାର ଉଦ୍ଦେଶ୍ୟରେ ରଖିଥିବା ୧୨.୫ ଗ୍ରାମର ବ୍ରାଉନ ସୁଗାର ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହେବ ତାକୁ ପୋଲିସ ଜବତ କରିଛି ।

ଅଭିଯୁକ୍ତ ବ୍ରାଉନ ସୁଗାର ବେପାର କରିବା ସହ ନିଜେ ମଧ୍ୟ ସେବନ କରେ ବୋଲି ଜେରା ସମୟରେ ମାନି ଥିଲା । ଶୁକ୍ରବାର ଅଭିଯୁକ୍ତ ସ୍ୱାଇଁକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀଯୁକ୍ତ ଉମେଶ କୁମାର ସାହୁ ସୂଚନା ଦେଇଛନ୍ତି ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply