Home / ମୁଖ୍ୟ ଖବର / ମଙ୍ଗଳା ମନ୍ଦିରରେ ସହସ୍ରାକୁମ୍ଭାଭିଷେକ ଶେଷ, ଶୋଳପୂଜା ଆରମ୍ଭ

ମଙ୍ଗଳା ମନ୍ଦିରରେ ସହସ୍ରାକୁମ୍ଭାଭିଷେକ ଶେଷ, ଶୋଳପୂଜା ଆରମ୍ଭ

whatsapp image 2024 09 24 at 18.47.37 bfa5dc84


କାକଟପୁର:୨୩/୦୯/୨୦୨୪
ରିପୋର୍ଟ୍:ତୁଷାର ଦୀକ୍ଷିତ

କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠରେ ଆଜିଠାରୁ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଯାଇଛି l ମଙ୍ଗଳାଙ୍କ ବେଢା ରେ ଥିବା କୂଅରୁ ପୂଜା ପଣ୍ଡା ଓ ଗୁରୁକର୍ଣ୍ଣ ହୋଇଥିବା ସେବାୟତ ମାନଙ୍କ ଦ୍ବାରା ୧୦୮ ଗରାରେ ପାଣି କଢା ଯାଇ ଆସ୍ଥାନ ଉପରକୁ
ସେବାୟତ ଙ୍କ ଦ୍ବାରା ନିଆଯିବା ପରେ ଏକ ବଡ଼ ପିତଳ ହଣ୍ଡା ରେ ଶ୍ରୀ କର୍ପୁର, ଚନ୍ଦନ, ମହୁ, କଞ୍ଚା କ୍ଷୀର, ଗଙ୍ଗାଜଳ, ଫୁଲ, ବେଲପତ୍ର,ଯାଏତ୍ରୀ,ଜାଇଫଳ, ଅନ୍ୟାନ ସୁଗନ୍ଧିତ ସାମଗ୍ରୀ ପକାଯାଇ ମନ୍ତ୍ର ଧନି ରେ ଏହାକୁ ପ୍ରଥମେ ଶୋଧନ କରାହୋଇଥାଏ l ପରେ ଷୋଡଶ ଉପଚାର ପୂଜାପଣ୍ଡା ସେବାୟତଙ୍କୁ ପୂଜା ପଣ୍ଡା ସଂକଳ୍ପ କରାଇବା ପରେ ମାଙ୍କୁ ସ୍ନାନ କରିଥାନ୍ତି l ଆଜିର ଦିନକୁ ପ୍ରତିବର୍ଷ ମାତୃଭକ୍ତ ମାନେ ଅପେକ୍ଷା କରିଥାନ୍ତି l ଘଣ୍ଟ, ଘଣ୍ଟା, ପଖୁଜ, କାହାଳି ଇତ୍ୟାଦି ବାଜି ଏହି ସ୍ନାନ କରାଯାଇଥାଏ l ଭକ୍ତ ମାନେ ସିଂହ ପାଖରେ ଥାଇ ଦର୍ଶନ କରି ପାରିବେ ବୋଲି ମନ୍ଦିର ଟ୍ରଷ୍ଟବୋର୍ଡ ଏବଂ ମନ୍ଦିର ଉପଦେଷ୍ଟା କମିଟି ପକ୍ଷରୁ ଭକ୍ତ ମାନଙ୍କୁ ଅବଗତ କରାଯିବାପରେ ମାତୃଭକ୍ତ ମାନେ ଏହି ଦୁର୍ଲ୍ଲର୍ଭ ଦର୍ଶନ କୁ କେହି ଜଣେ ବି ହାତଛଡା କରି ନ ଥାନ୍ତି l ପାର୍ବଣରେ କାକଟପୁର ମା ମଙ୍ଗଳାଙ୍କର ସବୁ ନୀତି ଭିତରେ ଏ ହେଉଛି ଏକ ନିଆରା ନୀତି l ସ୍ନାନ ପରେ ଭକ୍ତ ମାନେ ଦାନ କରିଥିବା ସୁବର୍ଣ୍ଣ ହାର ଚିକ୍କ,ବାଲା, ପାଉଜି, ବାହୁଟି, ପଦ୍ମ କଢି, ଅର୍ଦ୍ଧ ଚନ୍ଦ୍ର ଆଦି ଲାଗି କରାଯାଇଥାଏ l ଏହାପରେ ମଙ୍ଗଳାଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ସ୍ବତନ୍ତ୍ର ଶାରଦୀୟ ଷୋଳପୂଜା ଆରମ୍ଭ ହୋଇଥାଏ. ମା ଙ୍କର ଏହି ପୂଜା ମହାଷ୍ଟମୀ ପର୍ୟନ୍ତ ଷୋଳଦିନ ଧରି ଚାଲିବ l ଏହି ପୂଜାରେ ସ୍ବତନ୍ତ୍ର ଷୋଡଶ ଉପଚାର ପୂଜାପଣ୍ଡା ନିୟୋଜିତ ହୋଇଥାନ୍ତି, ମନ୍ଦିର ଟ୍ରଷ୍ଟି ଅଙ୍କିତା ଅନନ୍ଦିତା ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାସ, ଉପଦେଷ୍ଟା କମିଟି ସଦସ୍ୟ ମାନେ ଉପସ୍ଥିତ ରହିଥିଲେ

SPREAD YOUR LOVE WITH YOUR FRIENDS AND FAMILY