Home / ମୁଖ୍ୟ ଖବର / ଚଳିତ ବର୍ଷ ଅଁଳା ନବମୀ ପର୍ବ ରେ ଭକ୍ତଙ୍କ ପାଇଁ ନିଆଯିବ ସ୍ଵତନ୍ତ୍ର ପଦକ୍ଷେପ

ଚଳିତ ବର୍ଷ ଅଁଳା ନବମୀ ପର୍ବ ରେ ଭକ୍ତଙ୍କ ପାଇଁ ନିଆଯିବ ସ୍ଵତନ୍ତ୍ର ପଦକ୍ଷେପ

screenshot 2024 1017 215847

ସାକ୍ଷୀଗୋପାଳ: ତା ୧୭.୧୦.୨୪
ସାକ୍ଷୀଗୋପାଳ ପଞ୍ଚସଖା ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଅଛି ଅଁଳା ନବମୀ  ପ୍ରସ୍ତୁତି ବୈଠକ । ଆୟୋଜିତ ହେବାକୁ ଥିବା ପୁରୀ ଜିଲ୍ଲାର ଏହି ଦ୍ୱିତୀୟ ବୃହତ୍ତମ ଗଣପର୍ବ ର  ଏହି ପ୍ରଥମ ବୈଠକରେ  ଶ୍ରୀରାଧାଙ୍କର ଓଡିଆଣୀ ବେଶ ଶୃଙ୍ଖଳିତ ଦର୍ଶନ ପାଇଁ ଆଲୋଚନା କରାଯାଇଥିଲା । ପ୍ରଥମେ ସଠିକ୍ ସମୟରେ ଦେବନିତୀ ସଂପନ୍ନ, ଶୃଙ୍ଖଳିତ ଦର୍ଶନ  ସାଙ୍ଗକୁ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ଭକ୍ତ ମାନଙ୍କୁ ଯୋଗାଇ ଦେବା ପାଇଁ  ଗୁରୁତ୍ୱ ଦିଆଯାଇ ଥିଲା ଏହି  ବୈଠକରେ । କିନ୍ତୁ ଦୀର୍ଘ ବର୍ଷ ଧରି ସେବାୟତଙ୍କ ସ୍ମଶାନ ଏବଂ ପାଉଣା ସମସ୍ୟାକୁ ସେବାୟତ ସଂଘ ସମ୍ପାଦକ ପ୍ରତାପ କୁମାର ମହାପାତ୍ର ଏବଂ ଉପସଭାପତି ସଞ୍ଜୟ ନନ୍ଦ ଉପସ୍ଥାପନା କରିଥଲେ। ସେବାୟତଙ୍କ ସମସ୍ୟା ଦୂର ନହେଲେ ଅଁଳା ନବମୀ ପର୍ବ ରେ ସେବାୟତ ସହଯୋଗ କରିବେ ନାହିଁ ବୋଲି ସେବାୟତ ସଂଘ ପକ୍ଷରୁ ଦାବି କରାଯାଉଥିଲା। ଏହି ସମସ୍ୟାକୁ ଗୁରୁତର ସହିତ ନେଇ ଏହାର ତୁରନ୍ତ ସମାଧାନ କରିବା ପାଇଁ ବିଧାୟକ, ଉପଜିଲ୍ଲାପାଳ ଏବଂ ଆସିଷ୍ଟାଣ୍ଟ କମିଶନର ପ୍ରତିଶୃତି ଦେଇଥିଲେ।


ଆସନ୍ତା ନଭେମ୍ବର ୧୦ ରେ ଅଁଳା ନବମୀ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୨ ତାରିଖ ଦିନ ବଡ ଏକାଦଶୀ ପର୍ବ ପାଳନ ହେବ। ବର୍ଷକରେ ଥରେ ଓଡିଆଣୀ ବେଶ ସହିତ ପାଦ ଦର୍ଶନର ସୁଯୋଗ ପାଇଥାନ୍ତି  ଭକ୍ତ ମାନେ ଏହି ଅଁଳା ନବମୀ ଦିନ । ଭକ୍ତ ମାନେ ଉକ୍ତ ଦିନ ଅଁଳା ଗଛକୁ ପୂଜାର୍ଚ୍ଚନା କରିବା ସହିତ ରାଧା ଙ୍କର ପାଦ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଚଳିତ ବର୍ଷ ଭକ୍ତ ଙ୍କ ଦର୍ଶନ ସହିତ ସ୍ୱତନ୍ତ୍ର ଦେଵ ନୀତି  ସମ୍ପର୍କରେ ଆଲୋଚନା କରାଯାଇ ଥିଲା ବୈଠକରେ । ଵିଶେଷ କରି ଲକ୍ଷାଧିକ ଭକ୍ତ ଙ୍କ ସମାଗମ କୁ ଦୃଷ୍ଟିରେ ରେ ରଖି  ବିଭିନ୍ନ ବିଭାଗ ସେମାନଙ୍କ ସୁଚାରୁ ରୁପରେ ତୁଲାଇବା ପାଇଁ ବିଧାୟକ ପରାମର୍ଶ ଦେଇଥିଲେ । ରାସ୍ତା ମରାମତି, ଆଲୋକିକରଣ ବ୍ୟବସ୍ଥା, ପାନୀୟ ଜଳ, ସ୍ବାସ୍ଥ୍ୟ ସେବା, ଓ ବୃଦ୍ଧ ବୃଦ୍ଧା ମାନଙ୍କ ପାଇଁ ଦର୍ଶନ ର ବ୍ୟବସ୍ଥା ପାଇଁ କରାଯାଇ ଥିଲା ଆଲୋଚନା । ଏହାଛଡା ମନ୍ଦିର ଭିତରେ ଓ ବାହାରେ ସିସି ଟିଭି    ଲଗାଯାଇ ବିଭିନ୍ନ ଗତିବିଧି ଉପରେ ନଜର ରଖାଯିବ ବୋଲି ସ୍ଥିର କରାଯାଇଛି ।ବିଧାୟକ ଓମ୍ ପ୍ରକାଶ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ  ଉପଜିଲ୍ଲାପାଳ ଗୋପିନାଥ କୁଅଁର, ଅତିରିକ୍ତ ଦେବୋତ୍ତର କମିଶନର ଶିଶିର କୁମାର ସାହୁ, ତହସିଲଦାର ଆଲୋକ ଦେହୁରୀ,  ବିଡ଼ିଓ ଲିପ୍ସା ରାୟ, ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ଵାବାସି ତ୍ରୀପାଠୀ, ସତ୍ୟବାଦୀ ଆଇଆଇସି ଉମେଶ ଚନ୍ଦ୍ର ସ୍ବାଇଁ, ସ୍ଥାନୀୟ ସରପଞ୍ଚ , ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘ ସଦସ୍ୟ ଏବଂ ସମସ୍ତ ବିଭାଗର  ଅଧିକାରୀ ମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।

SPREAD YOUR LOVE WITH YOUR FRIENDS AND FAMILY