Home / ସାମାଜିକ / ଅନ୍ଵେଷଣ ର ୪ ର୍ଥ ବାର୍ଷିକ ଉତ୍ସବ-“ଶିଶୁଙ୍କ ଅଧିକାର ଶିକ୍ଷା, ଭିକ୍ଷା ନୁହେଁ” ଶୋଭାଯାତ୍ରା, କର୍ମଶାଳା ଓ ସଭା ଦ୍ଵାରା ସଚେତନତା

ଅନ୍ଵେଷଣ ର ୪ ର୍ଥ ବାର୍ଷିକ ଉତ୍ସବ-“ଶିଶୁଙ୍କ ଅଧିକାର ଶିକ୍ଷା, ଭିକ୍ଷା ନୁହେଁ” ଶୋଭାଯାତ୍ରା, କର୍ମଶାଳା ଓ ସଭା ଦ୍ଵାରା ସଚେତନତା

whatsapp image 2024 11 20 at 20.14.32 19e8d17a

ପୁରୀ, ୨୦/୧୧
ଅଭାବ ଓ ଅବହେଳା ପାଇଁ ଶୈଶବ ବନ୍ଧା ନପଡୁ। ଶିକ୍ଷା ଶିଶୁର ମୌଳିକ ଅଧିକାର, ଭିକ୍ଷା ନୁହେଁ। ବସ୍ତି ପିଲାଙ୍କ ଭିତରେ ମଧ୍ୟ ଅନେକ ପ୍ରତିଭା ତଥା ଦକ୍ଷତା ରହିଛି। ସେସବୁର ବିକାଶ ହେଉ। ଶିକ୍ଷା ତଥା ଅଧିକାରରୁ ବଞ୍ଚିତ ନରହୁ କେହି ବି ଶିଶୁ। ଏହି ଲକ୍ଷ୍ୟରେ କାର୍ଯ୍ୟରତ ଅନୁଷ୍ଠାନ “ଅନ୍ୱେଷଣ” ର ୪ ର୍ଥ ବାର୍ଷିକ ଉତ୍ସବରେ ଶୋଭାଯାତ୍ରା, କର୍ମଶାଳା ଓ ସଭା ଦ୍ଵାରା ସଚେତନତା ସୃଷ୍ଟି କରାଯାଇଛି।
ବୁଧବାର ଶିଶୁମାନେ ଶୋଭାଯାତ୍ରା କରି ଶିଶୁ ଅଧିକାର ର ସ୍ଲୋଗାନ ଦେଇ ନେତାଜୀ ସୁବାସ ଚନ୍ଦ୍ର ବୋଷ ଙ୍କ ପ୍ରତିମୂର୍ତ୍ତି ନିକଟରୁ ସଭାସ୍ଥଳରେ ପହଞ୍ଚିଥିଲେ। ସଂସ୍କୃତି ଭବନ ଠାରେ ଆୟୋଜିତ “ଶିଶୁ ମହୋତ୍ସବ”ରେ ପିଲାଙ୍କ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ସେଠାରେ ପିଲାମାନେ ବିଭିନ୍ନ ଅଦରକାରୀ ବସ୍ତୁରୁ ଫୁଲ ଦାନୀ ଆଦି ସାମଗ୍ରୀ ପ୍ରସ୍ତୁତ କରିଥିଲେ। ପଞ୍ଚଗବ୍ୟ ରେ ଦୀପ ଓ ରାକ୍ଷୀ ତିଆରି ସେମାନେ ବି ଦକ୍ଷ ବୋଲି ପ୍ରମାଣ ଦେଇଥିଲେ। ଅପରାହ୍ନରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ oscpcr ର ମନ୍ଦାକିନୀ କର, CWC ଅଧ୍ୟକ୍ଷ ଅଜିତ୍ ମହାପାତ୍ର, dcpo ମନୋଜ ତ୍ରିପାଠୀ, ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ରସ୍ ର କର୍ମକର୍ତ୍ତା ଦେବାଶିଷ ରଥ,ପୁରୀ ରୋଟାରୀ କ୍ଲବ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ମହାପାତ୍ର, ସମାଜସେବୀ ମନୋଜ ରଥ ଓ ରୋଟାରୀ କ୍ଲବ ଶ୍ରୀ ଜଗନ୍ନାଥ ଧାମ, ପୁରୀ ର ସଭାପତି କୈଳାଶ ଚନ୍ଦ୍ର ବେହେରା ,ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା ମଞ୍ଚାଶୀନ ଥିଲେ। ସମାଜ ସେବା ତଥା ଶିଶୁଙ୍କୁ ସୁନାଗରିକ କରି ଗଢି ତୋଳିବା କ୍ଷେତ୍ରରେ ଅନେଷଣ ର ପ୍ରୟାସ କୁ ଅତିଥିମାନେ ଭୂରି ପ୍ରଶଂସା କରିଥିଲେ। ଏଥିସହିତ ଅନ୍ୱେଷଣ ର ସଦସ୍ୟ ସଦସ୍ୟା ମାନେ ରଙ୍ଗୋଲି ଚିତ୍ରକଳା ମାଧ୍ୟମରେ ଶିଶୁ ଅଧିକାର ସଚେତନତା ର ବାର୍ତ୍ତା ବାଣ୍ଟିଥିଲେ l
ସଭା ସଂଯୋଜନା କରିଥିଲେ ଶିବ ସୁନ୍ଦର ମିଶ୍ର। ସଂପାଦକୀୟ ବିବରଣୀ ପାଠ କରିଥିଲେ ଅନ୍ୱେଷଣ ର କର୍ମକର୍ତ୍ତା ସନ୍ତୋଷ କୁମାର ରାଉତ। ଅନୁଷ୍ଠାନର ଶିଶୁମାନେ( ପେଣ୍ଠକଟା ଓ ବଳିଆ ପଣ୍ଡା ବସ୍ତି ) ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅନୁଷ୍ଠାନ କର୍ମକର୍ତ୍ତା ନିରଞ୍ଜନ ପ୍ରଧାନ, ଦୀପକ୍ ରଞ୍ଜନ ପାଣି, ସିପାଲି ବାରିକ୍, ବାମଦେବ ମହାରଣା, ଦିପ୍ତିଶିଖା କର, ଖିତିସ୍ ନାୟକ, ବର୍ଷା ହାଲଦାର, ନନ୍ଦିନୀ ମଲିକ୍, ଉମେଶ ଦାସ, କଲ୍ୟାଣୀ ମଲିକ୍, ସନ୍ଧ୍ୟା ବେହେରା, ଲିକୁ, ସମୀକ୍ଷା, ପୂଜା ଓ ତୁଳସୀ ଆଦି ସମସ୍ତ ସଦସ୍ୟ ସଦସ୍ୟା। ଶିଶୁଙ୍କ କାର୍ଯ୍ୟକ୍ରମର ସଫଳତା ପାଇଁ କିଛି ବଦାନ୍ୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY